fbpx

ରାଜଧାନୀରେ ମଙ୍କିପକ୍ସର ତୃତୀୟ ସଂକ୍ରମିତ: ଆଫ୍ରିକା ନାଗରିକଙ୍କ ଦେହରେ ଭାଇରସ ଚିହ୍ନଟ

ନୂଆଦିଲ୍ଲୀ: ଦେଶର ରାଜଧାନୀରେ କାୟା ବିସ୍ତାର କରୁଛି ମଙ୍କିପକ୍ସ ଭାଇରସ । ଦିଲ୍ଲୀରେ ଆଉ ଜଣେ ମଙ୍କିପକ୍ସ ଭାଇରସ ଚିହ୍ନଟ ହୋଇଛନ୍ତି । ଦିଲ୍ଲୀର ତୃତୀୟ ସଂକ୍ରମିତ ଭାବେ ଜଣେ ଆଫ୍ରିକାର ନାଗରିକ ଚିହ୍ନଟ ହୋଇଛନ୍ତି । ଭୀଷଣ ଜ୍ୱର ଏବଂ ତ୍ୱଚାରେ କ୍ଷତଚିହ୍ନ ଥିବା ଅବସ୍ଥାନରେ ଏଲଏନଜେନି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତେବେ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ସ୍ଥିର ଥିବା ଜଣାଯାଇଛି ।

ସେପଟେ ଦିଲ୍ଲୀର ପ୍ରଥମ ସଂକ୍ରମିତ ବ୍ୟକ୍ତିଙ୍କୁ ଡିସଚାର୍ଜ କରି ଦିଆଯାଇଛି । ଏଲଏନଜେପି ହସ୍ପିଟାଲର ଏମ.ଡି ଡା. ସୁରେଶ କୁମାର ଏ ନେଇ ସୂଚନା ଦେଇଛନ୍ତି । ସଂକ୍ରମଣର ୨୫ ଦିନରେ ସେ ସମ୍ପୂର୍ଣ୍ଣ ସୁସ୍ଥ ହେବା ସହ ତାଙ୍କର ସମସ୍ତ ଲକ୍ଷଣ ମଧ୍ୟ ଠିକ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି । ଦେଶରେ ବଢୁଥିବା ମଙ୍କିପକ୍ସ ସଂକ୍ରମଣ ଏବେ ଚିନ୍ତାର ବିଷୟ ପାଲଟିଯାଇଛି । ଗତ ସୋମବାର ଜଣେ ମଙ୍କିପକ୍ସ ସଂକ୍ରମିତଙ୍କର ମୃତ୍ୟୁ ହୋଇଛି ।

କେରଳରେ ରହୁଥିବା ୨୨ ବର୍ଷୀୟ ଯୁବକ ନିକଟରେ ୟୁଏଇରୁ ଫେରିଥିଲେ । ତେବେ ସେହିଠାରେ ହିଁ ତାଙ୍କ ଦେହରେ ମଙ୍କିପକ୍ସ ଚିହ୍ନଟ ହୋଇ ସାରିଥିଲା । ତେବେ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ପରେ ମଙ୍କିପକ୍ସକୁ ନେଇ ଟାସ୍କ ଫୋର୍ସ ଗଠାନ କରିଛନ୍ତି କେନ୍ଦ୍ର ସରକାର । ସେପଟେ ସଂକ୍ରମଣରେ ବୃଦ୍ଧି ଦେଶର ସ୍ୱାସ୍ଥ୍ୟବସ୍ଥା ପାଇଁ ଏକ ବଡ ଚିନ୍ତାର କାରଣ ପାଲଟିଛି ।

Get real time updates directly on you device, subscribe now.