fbpx

ଏହି ମାସରେ ଝଡ଼ିଥାଏ ଅଧିକ କେଶ! ଜାଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞ

ନୂଆଦିଲ୍ଲୀ: ସମଗ୍ର ଦେଶରେ ମୌସୁମୀ ଏଣ୍ଟ୍ରି ମାରିସାରିଛି । ଏହି ବର୍ଷା ପାଗରେ ଅନେକ ରୋଗର ଆଶଙ୍କା ଅଧିକ ବଢ଼ିଯାଇଛି । ଏହା ସହ ଆଉ ଏକ ସମସ୍ୟା ଅଧିକ ବଢ଼ିଯାଇଛି, ତାହା ହେଉଛି କେଶ ଝଡ଼ିବା । ଏହି ଋତୁରେ ଏପରି ସମସ୍ୟା ଅଧିକାଂଶ ଲୋକଙ୍କଠାରେ ଦେଖିବାକୁ ମିଳୁଛି । ତେବେ ବର୍ଷା ସମୟରେ କେଶ ନରମ ରହିଥାଏ । ଅଧିକ ସମୟ ପର୍ଯ୍ୟନ୍ତ କେଶ ମୂଳ ଓଦା ରହିବାରୁ ଅନେକ ସମସ୍ୟା ଦେଖାଦେଇଥାଏ । ଏହି ଋତୁରେ କେଶର ବିଶେଷ ଯତ୍ନ ନେବାକୁ ବିଶେଷଜ୍ଞମାନେ କହିଛନ୍ତି ।

ପ୍ରକାଶିତ ଏକ ଖବର ଅନୁଯାୟୀ, ବର୍ଷର କେଉଁ ମାସରେ ସର୍ବାଧିକ କେଶ ଝଡ଼ିଥାଏ ବୋଲି ନିକଟରେ କେଶ ବିଶେଷଜ୍ଞମାନେ କହିଛନ୍ତି । ବିଶେଷଜ୍ଞଙ୍କ କହିବା ଅନୁସାରେ, ସେପ୍ଟେମ୍ବର ଓ ଏହାର ଆଖପାଖ ମାସରେ ସବୁଠାରୁ ଅଧିକ କେଶ ଝଡ଼ିଥାଏ । ଏହି ମାସରେ ବର୍ଷା ଆସିବା ପରେ ଶୀତ ଋତୁ ଆସିଥାଏ । ଏହି ପରିବର୍ତ୍ତିିତ ଋତୁରେ କେଶ ଝଡ଼ିବା ବୃଦ୍ଧି ପାଇଥାଏ । ବିଶେଷଜ୍ଞମାନେ କହିଛନ୍ତି ଯେ, ସେପ୍ଟେମ୍ବର ପରେ ଜାନୁଆରୀ ସୁଦ୍ଧା କେଶ ଝଡିବା ଧୀରେ ଧୀରେ କମିଯାଏ ।

ଅବଶ୍ୟ ଖାଦ୍ୟ ଏବଂ ଜୀବନଶୈଳୀ ଉପରେ ଧ୍ୟାନ ରଖିବା ଦ୍ୱାରା କେଶ ଝଡ଼ିବା ବନ୍ଦ ହୋଇପାରେ । ଦୁନିଆର ପ୍ରସିଦ୍ଧ କେଶ ବିଶେଷଜ୍ଞ ମାର୍କ ବ୍ଲାକ୍ଙ୍କ ଅନୁଯାୟୀ, ସେପ୍ଟେମ୍ବରରେ ସବୁଠାରୁ ଅଧିକ କେଶ ଝଡିବା ସମସ୍ୟା ସାମ୍ନାକୁ ଆସିଛି । ଏହି ମାସରେ ତାପମାତ୍ରାରେ ବହୁତ ପରିବର୍ତ୍ତନ ହୋଇଥାଏ । କିନ୍ତୁ ଏହା ପରେ ଅକ୍ଟୋବରରୁ କେଶ ଝଡ଼ିବା କମିଥାଏ ଏବଂ ଜାନୁଆରୀ ସୁଦ୍ଧା କେଶ ଝଡ଼ିବା ବନ୍ଦ ହୋଇଯାଏ । ତେବେ କେଶ ଝଡ଼ିବାର ବଡ଼ କାରଣ ହେଉଛି ଡିପ୍ରେସନ । ଏହା ଯୋଗୁଁ ଶରୀରରେ ଖରାପ ପ୍ରଭାବ ପଡ଼ିବା ସହ କେଶ ଝଡ଼ିବାକୁ ଲାଗିଥାଏ ବୋଲି ବିଶେଷଜ୍ଞ କହିଛନ୍ତି ।

Get real time updates directly on you device, subscribe now.