ମାଲକାନଗିରି: ଗାଈ ଚରାଉଥିବାବେଳେ ହେଲା ବଜ୍ରାଘାତ । ଚାଲିଗଲା ଜଣେ ଗାଈ ଚରାଳିଙ୍କ ସମେତ ୫୭ ଗୋରୁଙ୍କ ଜୀବନ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଚିତ୍ରକୋଣ୍ଡା ବ୍ଲକ୍ ସ୍ୱାଭିମାନ ଅଞ୍ଚଳର ଧୂଳିପୁଟ ପଞ୍ଚାୟତ ଅନ୍ତର୍ଗତ ଜୁମଡାଙ୍ଗ ଗ୍ରାମରେ ।
ସୂଚନା ଅନୂଯାୟୀ, ମଙ୍ଗଳବାର ଜୁମଡାଙ୍ଗ ଗାଁର ସନ୍ୟାସୀ ରାଓ ହନ୍ତାଳ ନାମକ ଜଣେ ବ୍ୟକ୍ତି ୫୭ଟି ଗାଈ ଓ ଛେଳି ଚୋରାଇବାକୁ ନିକଟସ୍ତ ଜଙ୍ଗଲକୁ ଯାଇଥିଲେ ଏହି ସମୟରେ ଲଗାଣ ବର୍ଷା ସହିତ ବଜ୍ରପାତ ହୋଇଥିଲା ଆଉ ଏହି ସମୟରେ ସନ୍ୟାସୀଙ୍କ ସମେତ ୫୭ ଟି ଛେଳି ଓ ଗୋରୁଗାଈଙ୍କ ଉରେ ବଜ୍ରପାତ ହେବାରୁ ଏହି ଦୁର୍ଘଟଣା ଘଟିଥିଲା ।
ସନ୍ୟାସୀ ଗତକାଲି ଗ୍ରାମକୁ ଫେରି ନଥିବା ବେଳେ ଆଜି ସକାଳୁ ପରିବାର ଲୋକଙ୍କ ସହ ଗ୍ରାମବାସୀ ଜଙ୍ଗଲକୁ ଯାଇ ସନ୍ୟାସୀଙ୍କୁ ଖୋଜିଥିଲେ । ଯାହାପରେ ସେମାନଙ୍କୁ ସନ୍ୟାସୀଙ୍କ ଶବ ମିଳିଥିଲା । ଏହି ଘଟଣା ପରେ ଜୁମଡାଙ୍ଗ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।