fbpx

ସବୁବେଳେ ନିରାଶ ରହିବା ହୋଇପାରେ ଆତ୍ମହତ୍ୟାର କାରଣ, ଜାଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞ

ନୂଆଦିଲ୍ଲୀ: ଦିନକୁ ଦିନ ବଢ଼ିଚାଲିଛି ଆତ୍ମହତ୍ୟା ମାମଲା । ବିଶେଷ କରି ଯୁବପିଢ଼ୀଙ୍କ କ୍ଷେତ୍ରରେ ଆତ୍ମହତ୍ୟା ଅଧିକ ରହିଥିବା ନେଇ ଦେଖାଯାଉଛି । ତେବେ ପ୍ରକୃତରେ କ’ଣ ଏପରି ପରିସ୍ଥିତି ରହୁଛି ଯେ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିବାପାଇଁ ଚରମ ନିଷ୍ପତ୍ତି ନେଉଛନ୍ତି । ତେବେ ଏନେଇ ଦିଲ୍ଲୀର ଜଣେ ବରିଷ୍ଠ ମାନସିକରୋଗ ବିଷେଶଜ୍ଞ ଡା.ସଞ୍ଜୟ ଚୁଘ ଏହାର ସମ୍ଭାବିତ କାରଣ ଉପରେ କହିଛନ୍ତି । ସେ କହିଛନ୍ତି ଯେ ଜଣେ ବ୍ୟକ୍ତିଙ୍କ ଠାରେ ଆତ୍ମହତ୍ୟା କରିବାର ଭାବନା କାହିଁକି ଉତ୍ପନ୍ନ ହୋଇଥାଏ ଏହାର କୌଣସି କାରଣ ତାଙ୍କର କିଛି ଖାସ୍ ପ୍ରବୃତ୍ତିକୁ ନେଇ ହୋଇପାରେ ।

ଡା.ସଞ୍ଚୟ କହିଛନ୍ତି ଯେ ଏହାର ଅର୍ଥ ହେଉଛି ବଂଶାନୁଗତିକ କାରଣ ମଧ୍ୟ ଥାଏ ଯେଉଁମାନେ ଏଭଳି ଚିନ୍ତାକୁ ଜନ୍ମ ଦେଇଥାନ୍ତି । ଯେତେବେଳେ ଏଭଳି ଚିନ୍ତାଧାରା ଜଣେ ଛାତ୍ର ମଧ୍ୟରେ ରହିଥାଏ ଏବଂ ଯଦି ଛାତ୍ରଜଣକ ପରୀକ୍ଷାରେ ଭଲ କରିପାରୁନାହାଁନ୍ତି ତ’ ସେତେବେଳେ ଏହା ତାଙ୍କ ମନରେ ଭୟଙ୍କର ଉଦାସୀନତାକୁ ଜନ୍ମ ଦେଇଥାଏ । ଏହି ସମୟରେ ଚାପଗ୍ରସ୍ତ ହୋଇ ପିଲା ମନରେ ନିରାଶା ଭାବନା ଆସିଥାଏ । ପିଲାକୁ ଲାଗିଥାଏ ଯେ ତାଙ୍କର ଭବିଷ୍ୟତ ଅନ୍ଧାର ଏବଂ ସେ ଏହାକୁ ସ୍ୱୀକାର କରିପାରିନଥାନ୍ତି । ପିଲା ନିଜ ତୁଳନା ନିଜ ଆଖପାଖରେ ଥିବା ଲୋକଙ୍କ ସହ କରିଥାଏ ଯାହାଫଳରେ ନିଜ ମନରେ ହୀନ ଭାବନା ଜନ୍ମ ନେଇଥାଏ । ତାଙ୍କୁ ଲାଗିଥାଏ ଯେ ସେ କୌଣସି କାମ କରିପାରିବେ ନାହିଁ । ଏମିତିରେ ସେ ଆତ୍ମହତ୍ୟା କରିବା ଭଳି ପଦକ୍ଷେପ ନେଇଥାନ୍ତି ।

ଡା. ଚୁଘ କହିଛନ୍ତି ଯେ ପିଲାଙ୍କ ଠାରେ ନିରାଶା ଏବଂ ନିଜକୁ ବେକାର ଭାବିବା ଭାବନା ରହିଥାଏ । ସେ ଏହାକୁ ଦୂର କରିବା ପାଇଁ ଚେଷ୍ଟା କରିଥାନ୍ତି କିନ୍ତୁ ଏଭଳି କରିବାରେ ନିଜକୁ ଅସହାୟ ମନେ କରିଥାନ୍ତି । ଆଉ ସେମାନଙ୍କୁ ଲାଗିଥାଏ ଯାହା କିଛି ହେଉଛି ଜୀବନରେ ସେସବୁ ବେକାର । ଏହା ସେହି ସମୟ ହୋଇଥାଏ ଯେତେବେଳେ ଜଣେ ଯୁବକ ବ୍ୟକ୍ତି ପ୍ରାକୃତିକ କାରଣରୁ ମୃତ୍ୟୁ ହେବନାହିଁ ବୋଲି ଭାବିଥାନ୍ତି । ଡିପ୍ରେସନ ଯୋଗୁଁ ଲୋକଙ୍କୁ ଅନେକ ପ୍ରକାରର ଭୁଲ୍ ଭାବନା ଆସିଥାଏ । ଯେତେବେଳେ ବ୍ୟକ୍ତିଙ୍କୁ ଜଣାପଡ଼େ ଯେ ପ୍ରାକୃତିକ ଭାବରେ ମୃତ୍ୟୁ ହେବନାହିଁ ସେତେବେଳେ ନିଜ ଜୀବନକୁ ସମାପ୍ତ କରିବା ପାଇଁ ଚେଷ୍ଟା କରିଥାନ୍ତି ।

ତେବେ ଡା. ଚୁଘ କହିଛନ୍ତି ଯେ ନିଦ ସମୟରେ ମସ୍କିଷ୍କ ଏବଂ ଶରୀରର ସବୁ ବିଷାକ୍ତ ପଦାର୍ଥ ବାହାରକୁ ବାହାରିଥାଏ । ଯଦି ପିଲାକୁ ପର୍ଯ୍ୟାପ୍ତ ନିଦ ନମିଳିବ ତେବେ ଶରୀରରେ ବିଷାକ୍ତ ପଦାର୍ଥ ବାହାରିପାରିନଥାଏ । ଏହାଦ୍ୱାରା ନ୍ୟୁରୋ ଟକ୍ସିସିଟି ହୋଇଥାଏ ଯାହା ବ୍ୟକ୍ତିକୁ କୌଣସି ମାନସିକ ସ୍ୱାସ୍ଥ୍ୟ ସମସ୍ୟାରେ ପ୍ରତି ସମ୍ବେଦନଶୀଳ ହୋଇଥାଏ । ସେ ଆହୁରି କହିଛନ୍ତି ମନୋବିଜ୍ଞାନିକ ପାଖକୁ ଯିବାକୁ ନେଇ ସମାଜର ଡର ଯୋଗୁଁ ଏଭଳି ବ୍ୟକ୍ତିଙ୍କୁ ସାହାଯ୍ୟ ମିଳିପାରିନଥାଏ । ଅନେକ ସମୟରେ ମନୋବୈଜ୍ଞାନିକଙ୍କ ପାଖକୁ ଆସିବାବେଳକୁ ବିଳମ୍ବ ହୋଇଯାଇଥାଏ । ଅତି ଗୁରୁତ୍ୱପୂର୍ଣ୍ଣ ପରିସ୍ଥିତିରେ ସେମାନଙ୍କୁ ଆଣ୍ଟିଡିପ୍ରେସେଣ୍ଟ ନେବାକୁ ପରାମର୍ଶ ଦିଆଯାଇଥାଏ । କିନ୍ତୁ ଏହା ମଧ୍ୟ ବେଳେବେଳେ ଲାଭଜନକ ହୋଇପାରେନାହିଁ ।

Get real time updates directly on you device, subscribe now.