ଜାଣି ରଖନ୍ତୁ ଟ୍ରାଫିକର ଏହି ନୂଆ ସିଗନାଲ: ନହେଲେ ଫସିପାରନ୍ତି

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଅନେକ ଗୁଡିଏ ଫଟୋ ଏବଂ ଭିଡିଓ ପୋଷ୍ଟ କରାଯାଇଥାଏ । ଏହାରି ଭିତରେ ନିକଟରେ ଟ୍ୱିଟରରେ ଏକ ଅଜବ ପ୍ରକାରର ଫଟୋ ସେୟାର କରି ବେଙ୍ଗଲୁରୁ ପୋଲିସକୁ ପ୍ରଶ୍ନ କରାଯାଇଥିଲା । ଯାହାର ଉତ୍ତର ରଖିଛି ବେଙ୍ଗଲୁରୁ ପୋଲିସ । ରାସ୍ତାରେ ଲାଗିଥିବା ଏକ ଟ୍ରାଫିକ ଏକ ଅଜବ ଏବଂ ନୂଆ ସିଗନାଲକୁ ନେଇ ଲୋକମାନଙ୍କ ମଧ୍ୟ ଆଶଙ୍କା ଏବଂ ଅନେକ ପ୍ରଶ୍ନ ଥିବା ଦେଖିବାକୁ ମିଳିଛି ।

ଏକ ଟ୍ରାଫିକ ବୋର୍ଡରେ ୪ଡଟ୍ସ ଦେଖିବାକୁ ମିଳିଛି । ଏହି ଫଟୋର କ୍ୟାପ୍ସନରେ ଲେଖାଯାଇଛି ଯେ, ଏହା କେଉଁ ପ୍ରକାର ଟ୍ରାଫିକ ସିଗନାଲ? ତେବେ ଏହି ସିଗନାଲକୁ ପୋଫାର୍ମ ସିଗନାଲର ଠିକ ପୂର୍ବରୁ ଦେଖାଯାଇଛି । ଟ୍ୱିଟରରେ ଏହାର ଏକ ଫଟୋ ପୋଷ୍ଟ କରିବା ସହ ଟ୍ରାଫିକ ପୋଲିସକୁ ଟ୍ୟାଗ କରିଛନ୍ତି ଜଣେ ବ୍ୟକ୍ତି । ଏହି ସିଗନାଲକୁ ବୁଝିବା ଲୋକଙ୍କ ପାଇଁ ଟିକିଏ କଷ୍ଟକର ହୋଇଯାଇଛି । ତେଣୁ ଟ୍ରାଫିକ ପୋଲିସକୁ ଏହାର ଉତ୍ତର ପଚରାଯାଇଛି ।

ବ୍ୟକ୍ତିଙ୍କ ଏହି ଟ୍ୱିଟରେ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ମଧ୍ୟ ଦେଇଛନ୍ତି । ପୋଲିସ ତରଫରୁ କୁହାଯାଇଛି ଯେ, ଏହା ଏକ ଚେତାବନୀ ଦେଉଥିବା ସାଇନ ବୋର୍ଡ । ଟ୍ରାପିକର ଏହି ସିଗନାଲ ଦର୍ଶାଏ ଯେ, ଆଗରେ ଜଣେ ଅନ୍ଧବ୍ୟକ୍ତି ଥାଇ ପାରନ୍ତି । ତେଣୁ ଗାଡି ଚଳାଇବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ । ଏହାପରେ ପୋଲିସ କହିଛି ଯେ, ହୋପଫାର୍ମ ଜଙ୍କସନରେ ଏକ ସ୍କୁଲ ଅଛି ଯେଉଁଠାରେ ଏହି ଟ୍ରାଫିକ ବୋର୍ଡ ଲଗାଯାଇଛି ।

ତେବେ ଟ୍ରାଫିକର ଏହି ନୂଆ ସିଗନାଲ ବିଷୟରେ ହୁଏତ ଅଧିକାଂଶ ଲୋକ ଅଜଣା ଥିବେ । ତେଣୁ ରାସ୍ତାରେ ଯିବା ସମୟରେ ଏହାକୁ ଦେଖିରେ ଦ୍ୱନ୍ଦ୍ୱରେ ପଡିପାରନ୍ତି ଯାତ୍ରୀ । ଏହାସହିତ ଟ୍ରାଫିକ ପୋଲିସର ଚାଲାଣ କିମ୍ବା ଜରିମାନାର ମଧ୍ୟ ଶିକାର ହୋଇପାରନ୍ତି । ତେବେ ଏହି ଦୁଇଟି ଟ୍ୱିଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଟ୍ରାଫିକ ସିଗଗନାଲକୁ ନେଇ ଅନେକ ଲୋକଙ୍କ ମନରେ ଥିବା ପ୍ରଶ୍ନ ପୋଲିସର ଟ୍ୱିଟ ପରେ ଦୂର ହୋଇ ସାରିଛି । ତେବେ ଆପଣ ମଧ୍ୟ ଏହି ସିଗନାଲକୁ ମନେ ରଖନ୍ତୁ ।