fbpx
BSKY SKY
BSKY SKY

ସତରେ କ’ଣ ସେକ୍ସ ମାଧ୍ୟମରେ Monkeypox ବ୍ୟାପୁଛି, ଏନେଇ କ’ଣ କହୁଛି ରିସର୍ଚ୍ଚ

BSKY

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ମଙ୍କିପକ୍ସକୁ ନେଇ ଚାରିଆଡ଼େ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ଦିନକୁ ଦିନ ଏହାକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ତେବେ ସତରେ କ’ଣ ମଙ୍କିପକ୍ସ ସେକ୍ସ ଦ୍ୱାରା ବ୍ୟାପେ । ଏନେଇ ସାମ୍ନାକୁ ଆସିଛି ଏକ ରିସର୍ଚ୍ଚ ରିପୋର୍ଟ । ଏହି ଭାଇରସ୍ ସେକ୍ସ ଦ୍ୱାରା ବ୍ୟାପିବାର ସମ୍ଭାବନା ରହିଥିବା ନିକଟରେ ମିଳିଥିବା ତଥ୍ୟରୁ ଏହା ସ୍ପଷ୍ଟ ହୋଇଛି ।

ଏକ ରିପୋର୍ଟ ଅନୁଯାୟୀ, ଜଣେ ରୋଗୀଙ୍କ ଠାରେ ଲକ୍ଷଣ ଦେଖାଦେବାର ୫-୧୯ ଦିନ ମଧ୍ୟରେ ସିମେନ୍ ନମୂନା ସଂଗ୍ରହ କରାଯାଇଥିଲା । ଉକ୍ତ ରୋଗୀ ଜଣଙ୍କ ଇଟାଲୀର ଏକ ମେଡିକାଲ ସେଣ୍ଟରରେ ଚିକିତ୍ସିତ ହେଉଥିେଲେ । ତେବେ ପୁରୁଷଙ୍କ ସହିତ ପୁରୁଷ ସମ୍ବନ୍ଧରେ ଲିପ୍ତ ରହିଲେ ଏହା ସଂକ୍ରମିତ ହେଉଥିବା ଜଣାପଡ଼ିଥିଲା । ଜଣେ ୩୯ ବର୍ଷୀୟ ଯୁବକ ସେକ୍ସ ୱାର୍କର ଓ ଏମଏସଏମ ଥିଲେ । ସେ ଅଷ୍ଟ୍ରିଆ ଯାଇଥିବା ବେଳେ ଗତ ମେ ମାସରେ ତାଙ୍କଠାରେ ମଙ୍କିପକ୍ସର ଲକ୍ଷଣ ଦେଖାଦେଇଥିଲା । ସେ ବିନା କଣ୍ଡୋମରେ ଇଣ୍ଟରକୋର୍ସରେ ଲିପ୍ତ ରହିଥିଲେ । ସେ ଟ୍ରିପ ପୂର୍ବରୁ ଅନେକ ପୁରୁଷ ପାର୍ଟନରଙ୍କ ସହ ସମ୍ପର୍କ ସ୍ଥାପନ କରିଥିଲେ ।

ଉକ୍ତ ରୋଗୀଙ୍କଠାରେ ଏଚଆଇଭି ଚିହ୍ନଟ ହେବା ସହ ସେକ୍ସୁଆଲି ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା । ତାଙ୍କଠାରେ, ଜ୍ୱର ସହ ପାଦ, ହାତ, ଲିଙ୍ଗ, ଗୋଡ଼, ମୁଣ୍ଡରେ ଘା’ ଦେଖିବାକୁ ମିଳିଥିଲା । କେବଳ ଜଣେ ପୁରୁଷ ଅନ୍ୟ ପୁରୁଷଙ୍କ ସଂସ୍ପର୍ଷରେ ଆସିଲେ ସଂକ୍ରମଣ ବ୍ୟାପେ ତା’ ନୁହେଁ, ସଂକ୍ରମିତଙ୍କ ସହ ନିବିଡ଼ ସମ୍ପର୍କରେ ଆସିଲେ ଏହା ବ୍ୟାପିଥାଏ । ତେଣୁ ସେକ୍ସ ପାର୍ଟନରଙ୍କ ସଂଖ୍ୟା ହ୍ରାସ କରିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.