fbpx

୯ ବର୍ଷ ପରେ ହେଲା ମହା ମିଳନ: କ୍ରିକେଟ ପାଇଁ ବାପା-ମା’ଙ୍କଠାରୁ ଥିଲେ ଦୂରରେ

ନୂଆଦିଲ୍ଲୀ: ଇଚ୍ଛା ଶକ୍ତି ଥିଲେ କିଛି ବି ଅସମ୍ଭବ ନୁହେଁ । ମଣିଷର ସାମର୍ଥ୍ୟ ହିଁ ଏହି ଅସମ୍ଭବ ଶବ୍ଦକୁ ସମ୍ଭବ କରି ଦେଖାଇ ଦିଏ । ଏହି ଇଚ୍ଛାଶକ୍ତି ଆଉ ତ୍ୟାଗ କରି ଆଜି କ୍ରିକେଟ ଜଗତରେ ଖୁବ ସଫଳ ହୋଇପାରିଛନ୍ତି କାର୍ତ୍ତିକେୟ ସିଂ । ନିଜ ଲକ୍ଷ୍ୟ କ୍ରିକେଟ ପାଇଁ ସେ ପରିବାର ଭଳି ଏକ ବୃହତ ତ୍ୟାଗ କରିଛନ୍ତି । ଆଉ ଆଜି ବିରାଟ ତ୍ୟାଗ ପରେ ସଫଳତା ପାଇ ପୁଣି ଥରେ ମାଆ କୋଳକୁ ଫେରି ଆସିଛନ୍ତି କାର୍ତ୍ତିକେୟ ।

ତାଙ୍କର ତ୍ୟାଗ ଏମିତି ଯେ, ଗତ ୯ ବର୍ଷରୁ ସେ ନିଜ ପରିବାର ଏମିତି କି ନିଜ ମାଆ ବାପାଙ୍କୁ ବି ଭୁଲିଯାଇଥିଲେ । କିଛି କରି ଦେଖାଇବା ପରେ ମାଆଙ୍କୁ ଦେଖା କରିବେ ବୋଲି ପଣ କରିଥିଲେ । ଆଉ ଆଜି ସେହି ଜିଦି ପୂରଣ ହୋଇଛି । ଦୀର୍ଘ ୯ ବର୍ଷ ୩ ମାସର ଲମ୍ବା ସମୟ ପରେ ଜଣେ ଭାରତୀୟ କ୍ରିକେଟର ନିଜ ମାଆ ଏବଂ ପରିବାର ସହ ମଳନ ହୋଇଛି । ତେବେ ତାଙ୍କ କାହାଣୀ ଜାଣିବା ପୂର୍ବରୁ ପ୍ରଥମେ ଜାଣିବା ସେ କ୍ରିକେଟର ଜଣଙ୍କ କିଏ । ଏହି କ୍ରିକେଟର ହେଉଛନ୍ତି କୁମାର କାର୍ତ୍ତିକେୟ ସିଂ । ଯାହାଙ୍କ ପାଇଁ ମଧ୍ୟପ୍ରଦେଶ ରଣଜି ଦଳ ପ୍ରଥମ ଥର ପାଇଁ ଚାମ୍ପିୟସିପ ଟ୍ରଫି ହାତେଇ ପାରିଛି । ଆଇପିଏଲ୍-୨୦୨୨ରେ ରୋହିତ ଶର୍ମାଙ୍କ ଟିମ୍ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଖେଳି ପ୍ରଥମ ସିଜିନରେ ହିଁ ନିଜର ଛାପ ଛାଡ଼ିଛନ୍ତି କାର୍ତ୍ତିକେୟ ।

Kumar Kartikeya 9 साल और 3 महीने बाद अपनी मां से मिले

କାର୍ତ୍ତିକେୟଙ୍କର ସ୍ୱପ୍ନ ଥିଲା କ୍ରିକେଟର ହେବା । ସେଥିପାଇଁ ସେ ଭାବିଥିଲେ ଘରେ ରହିଲେ ତାଙ୍କର ଏହି ସ୍ୱପ୍ନ ପୁରା ହୋଇ ପାରିନଥାନ୍ତା । ସେଥିପାଇଁ ସେ ତାଙ୍କ ଘର, ପରିବାର ଏମିତିକି ରାଜ୍ୟ ସବୁ ଛାଡ଼ି ଦିଲ୍ଲୀକୁ ଚାଲିଯାଇଥିଲେ । ସେତେବେଳେ ସେ ସ୍ଥିର କରିଥିଲେ କି କ୍ରିକେଟରେ ସଫଳ ହେବା ପରେ ହିଁ ଘରକୁ ଫେରିବେ ବୋଲି । ଦିଲ୍ଲୀରେ କାର୍ତ୍ତିକେୟ ତାଙ୍କର କ୍ରିକେଟର ସ୍ୱପ୍ନକୁ ପୁରା କରିବା ପାଇଁ ଏକ ଫ୍ୟାକଟ୍ରିରେ ଚାକିରି କରିବା ସହ ଟଙ୍କା ବଞ୍ଚାଇବା ପାଇଁ ଲମ୍ବା ରାସ୍ତା ପାଦରେ ଅତିକ୍ରମ କରିଛନ୍ତି ।

Cricket: Kartikeya's 6-28 Topples Himachal

ଅନେକ ଥର ମାଆ ବାପା ଡାକିଲେ ସୁଦ୍ଧା ଘରକୁ ଫେରି ନଥିଲେ କାର୍ତ୍ତିକେୟ । ତେବେ ତାଙ୍କୁ ଦିଲ୍ଲୀ ପକ୍ଷରୁ ଖେଳିବାକୁ ମିଳି ନଥିବା ବେଳେ ମଧ୍ୟପ୍ରଦେଶ ତରଫରୁ ଘରୋଇ ମ୍ୟାଚ୍ ଖେଳିବା ପାଇଁ ସୁଯୋଗ ମିଳିଥିଲା । ଯେଉଁଠାରୁ ସେ ଆଇପିଏଲ-୨୦୨୨ରେ ମୁମ୍ବାଇ ଇଣ୍ଡିଆନ୍ସ ଦଳ ପାଇଁ କିଣାଯାଇଥିଲେ । ତେବେ ଆଜି କ୍ରିକେଟରେ ସଫଳତା ହାସଲ କରିବା ପରେ ନିଜ ଘରକୁ ଫେରିଛନ୍ତି କାର୍ତ୍ତିକେୟ । ୯ ବର୍ଷ ପରେ ନିଜ ମାଆଙ୍କ ସହ ଫଟୋ ପୋଷ୍ଟ କରି ବହୁତ ଭାବ ବିଭୋର ହୋଇପଡ଼ିଛନ୍ତି ।

Get real time updates directly on you device, subscribe now.