fbpx

ଦିଲ୍ଲୀ ଗସ୍ତ ଯିବେ ମୁଖ୍ୟମନ୍ତ୍ରୀ, ନୀତି ଆୟୋଗ ବୈଠକରେ ଯୋଗ ଦେବାର ରହିଛି କାର୍ଯ୍ୟକ୍ରମ

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଠାରୁ ଦିଲ୍ଲୀ ଗସ୍ତରେ ଯାଉଛନ୍ତି । ଆସନ୍ତା ୭ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ନୀତି ଆୟୋଗ ବୈଠକରେ ସେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ବୈଠକରେ ସେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା ଦେବାକୁ ଦାବି ଦୋହରାଇବେ । ଏହା ସହିତ କେନ୍ଦ୍ର ଠାରୁ ପାଇବାକୁ ଥିବା ବକେୟା ଅର୍ଥ ନେଇ ମଧ୍ୟ ଆଲୋଚନା କରିବେ । ଏଥିସହ ରେଳ, ଟେଲିକମ୍‌ ଏବଂ ଗ୍ରାମାଞ୍ଚଳରେ ବ୍ୟାଙ୍କିଂ କ୍ଷେତ୍ରକୁ ସୁଦୃଢ଼ କରିବାକୁ ସେ ଦାବି କରିବେ ।

ସୂଚନାଯୋଗ୍ୟ ଯେ, ଗତ ସପ୍ତାହରେ ନୀତି ଆୟୋଗ ଉପାଧ୍ୟକ୍ଷ ସୁମନ ବେରୀ ଭୁବନେଶ୍ୱର ଆସି ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ । ଏପରିକି ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମକୁ ସେ ପ୍ରଶଂସା କରିଥିଲେ ।

Get real time updates directly on you device, subscribe now.