fbpx

୪ଦିନିଆ ଦିଲ୍ଲୀ ଗସ୍ତରେ କାହାକୁ ଭେଟିବେ ମମତା…

ନୂଆଦିଲ୍ଲୀ: ଚାରି ଦିନିଆ ଦିଲ୍ଲୀ ଗସ୍ତରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀ । ମମତାଙ୍କ ଏହି ଗସ୍ତ ବାସ୍ତବରେ ବହୁତ ଗୁରୁତ୍ୱବହନ କରୁଛି । ଏହି ଗସ୍ତରେ ମମତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବା ସହିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁୂ ମଧ୍ୟ ଭେଟିବାର ସମ୍ଭାବନା ରହିଛି ।

ସୂଚନାମୁତାବକ ରବିବାର ଦିନ ମମତା ନିତି ଆୟୋଗ ବୈଠକରେ ଯୋଗ ଦେବେ । ଏହା ସହିତ ଦେଶର ସ୍ୱାଧୀନତାର ୭୫ତମ ବର୍ଷ ପୂର୍ତ୍ତି ଅବସରରେ ଶନିବାର ରାଷ୍ଟ୍ରପତି ଭବନରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗଦେବେ ।
ଗତକାଲି ମମତା ଦଳର ସାଂସଦ ମାନଙ୍କ ସହିତ ଏକ ବୈଠକ କରିଥିଲେ । କେନ୍ଦ୍ର ସରକାର କିପରି ନିଜର ସ୍ୱାର୍ଥ ପାଇଁ ଏଜେନ୍ସି ମାନଙ୍କୁ ବ୍ୟବହାର କରୁଛନ୍ତି ଏଥିରେ ଆଲୋଚନା କରାଯାଇଥିଲା ।

 

ସେପଟେ ମମତାଙ୍କର ମୋଦୀଙ୍କୁ ଭେଟିବାକୁ ନେଇ ପଶ୍ଚିମବଙ୍ଗ ବିଜେପି ନେତା ଦିଲ୍ଲୀପ ଘୋଷ ସମାଲୋଚନା କରିଛି । ସେ କହିଛନ୍ତି ଟିଏମସି ଦୁର୍ନୀତିରେ ବୁଡି ରହିଥିବା ବେଳେ ମମତା ମୋଦୀଙ୍କୁ ଭେଟି ବିଭ୍ରାନ୍ତକୁ ଆହୁରୀ ବଢ଼ାଇବାକୁ ଚାହୁଁଛନ୍ତି । ଏବଂ ବର୍ତ୍ତମାନ ତାଙ୍କର ସବୁ ଚାଲ୍ ପଦାରେ ପଡିଗଲାଣି ଯାହା ଫଳରେ ମମତା ମୋଦୀଙ୍କୁ ଭେଟି ଜନସାଧାରଣଙ୍କର ଏହି ସବୁ ବିଷୟ ଉପରୁ ଦୃଷ୍ଟି ହଟାଇବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ଟିଏମସି ଘୋଷଙ୍କର ଏହି ମନ୍ତବ୍ୟକୁ ଦୃଢ଼ ନିନ୍ଦା ପ୍ରକାଶ କରିଛି ।

Get real time updates directly on you device, subscribe now.