fbpx

ରାକ୍ଷୀରେ ମହିଳାମାନଙ୍କ ପାଇଁ ଯୋଗୀଙ୍କ ବଡ ଘୋଷଣା

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶ ସରକାର ସବୁ ବେଳେ ତାଙ୍କ ଆକ୍ସନ ମୋଡ ଆଉ କାମ ପାଇଁ ଚର୍ଚ୍ଚାରେ ରହିଥାଆନ୍ତି । ତେବେ ଆଗକୁ ଆସୁଛି ରାକ୍ଷୀ ପୂର୍ଣ୍ଣମୀ, ଏହି ଅବସରରେ ଯୋଗୀ ଏକ ବଡ ଘୋଷଣା କରିଛନ୍ତି । ରାକ୍ଷୀ ପୂର୍ଣ୍ଣମୀ ଅବସରରେ ମହିଳା ମାନଙ୍କୁ ୪୮ ଘଣ୍ଟାର ମାଗଣା ବସ ସେବା ଯୋଗାଇ ଦିଆଯିବ ବୋଲି ଗତକାଲି ଯୋଗୀ ଘୋଷଣା କରିଛନ୍ତି ।

ତେବେ ଏହି ଅବସରେ ଯୋଗୀଙ୍କ କାର୍ଯ୍ୟାଳୟରୁ ଏହି ପୋଷ୍ଟ କରାଯାଇଛି । ଏଥିରେ ଲେଖାଯାଇଛି ଯେ ରକ୍ଷାବନ୍ଧନ ଅବସରରେ , ରାଜ୍ୟରେ ସମସ୍ତ ମହିଳା ମାନଙ୍କୁ ନିରାପଦ ଯାତ୍ରା ନିମନ୍ତେ ମାଗଣା ବସ ସେବା ଯୋଗାଇ ଦିଆଯିବ ।ଯୋଗୀଙ୍କ ଘୋଷଣା ଅନୁସାରେ ମହିଳା ଅଗଷ୍ଟ ୧୦ ତାରିଖରୁ ଅଗଷ୍ଟ ୧୨ ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ଏହି ସୁବିଧାର ଲାଭ ଉଠାଇପାରିବେ । ମହିଳାମାନଙ୍କ ପାଇଁ ଯୋଗୀଙ୍କର ଏହା ବଡ ନିଷ୍ପତ୍ତି । ଦେଶ ବର୍ତ୍ତମାନ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ଯୋଗୀ ସରକାର ମହିଳା ମାନଙ୍କ ପାଇଁ ମାଗଣା ବସ ସେବା ଘୋଷଣା କରିଛନ୍ତି ।

Get real time updates directly on you device, subscribe now.