fbpx

(Video) ଥାନା ଭିତରେ ପୋଲିସ ବାବୁଙ୍କୁ ନିର୍ଧୁମ୍ ମାଡ଼: କ୍ଷମା ମାଗୁଥିଲେ ବି ମରାଯାଉଥିଲା ଚାପୁଡ଼ା

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ସୂଚନା ମୁତାବକ, ସେଠାରେ କିଛି ଲୋକ ପୋଲିସ ଷ୍ଟେସନ ଭିତରେ ପୋଲିସକୁ ମାଡ଼ ମାରିଥିଲେ ଏବଂ ଏହି ସମୟରେ ଉପସ୍ଥିତ ଲୋକମାନେ ଏହାର ଭିଡିଓ କରୁଥିଲେ । କେହି ଆଗକୁ ଯାଇ ପୋଲିସକୁ ବଞ୍ଚାଇବାକୁ ଚେଷ୍ଟା କରିନଥିଲେ । ଆକ୍ରମଣକାରୀଙ୍କୁ ଏଡାଇବା ପାଇଁ ପୋଲିସ୍ ତାଙ୍କ ନିକଟରେ କ୍ଷମା ପ୍ରାର୍ଥନା କରି ଚାଲିଯିବାକୁ କହିଥିଲେ, କିନ୍ତୁ କେହି ତାଙ୍କ କଥା ଶୁଣିନଥିଲେ । ପୋଲିସ ଷ୍ଟେସନ ଭିତରେ ପୋଲିସକୁ ମାଡ ମାରିବାର ଏହି ଭିଡିଓ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି । ୟୁଜର୍ସମାନେ ପୋଲିସକର୍ମୀଙ୍କୁ ମାଡ଼ ମାରୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ଯାଞ୍ଚରୁ ଜଣାପଡିଛି ଯେ, ଏହି ଭାଇରାଲ ଭିଡିଓ ଦିଲ୍ଲୀର ଆନନ୍ଦ ବିହାର ପୋଲିସ ଷ୍ଟେସନରୁ ଆସିଛି । ଆଶ୍ଚର୍ଯ୍ୟର କଥା ହେଉଛି ପୋଲିସ ନିଜ ସାଥୀଙ୍କୁ ପୋଲିସ ଷ୍ଟେସନ ଭିତରେ ମାଡ଼ ଖାଇବାରୁ ରକ୍ଷା କରିପାରି ନଥିଲେ । ଭିଡିଓରେ ମାଡ ଖାଉଥିବା ବ୍ୟକ୍ତି ଜଣକ ଉକ୍ତ ପୋଲିସ ଷ୍ଟେସନର ହେଡ କନଷ୍ଟେବଳ ବୋଲି ଜଣାପଡିଛି ।

ଭାଇରାଲ ଭିଡିଓରେ କିଛି ଲୋକ ଜଣେ ପୋଲିସ କର୍ମଚାରୀଙ୍କୁ ମାଡ ମାରୁଥିବା ବେଳେ ସେଠାରେ ଉପସ୍ଥିତ ଅନ୍ୟ ଲୋକମାନେ ମୋବାଇଲରେ ଭିଡିଓ କରୁଥିବା ଦେଖିବାକୁ ମିଳିଛି । ପୋଲିସ କର୍ମଚାରୀ କ୍ଷମା ମାଗୁଛନ୍ତି, କିନ୍ତୁ ତଥାପି ମାଡ ଜାରି ରହିଛି ।

ତେବେ ଦିଲ୍ଲୀର ଆନନ୍ଦ ବିହାର ପୋଲିସ ଷ୍ଟେସନରେ ମାଡ ଖାଇଥିବା ପୋଲିସ ବାବୁଙ୍କ ନାଁ ପ୍ରକାଶ । ପୋଲିସ କର୍ମଚାରୀଙ୍କ ସହ ହୋଇଥିବା ଏହି ଆକ୍ରମଣ ମାମଲା ଗତ ଅଗଷ୍ଟ ୩ର ବୋଲି କୁହାଯାଇଛି । ତେବେ ଭିଡିଓ ଭାଇରାଲ ହେବା ପରେ ଡିସିପି ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି । ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଉଛି, ଏବଂ ପରେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିସିପି କହିଛନ୍ତି ।

Get real time updates directly on you device, subscribe now.