fbpx

ତୁଚ୍ଛ ହେଲା ସଂପର୍କ: ଚାପୁଡ଼ା ମାରିଲା ପୁଅ, ଚାଲିଗଲା ମା’ର ଜୀବନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିର ସମୟରେ ଏଭଳି ଅନେକ ଖବର ସାମ୍ନାକୁ ଆସୁଛି । ଯେଉଁଠାରେ ନିଜ ରକ୍ତର ସଂପର୍କ ମଧ୍ୟରେ ଫାଟ ଦେଖିବାକୁ ମିଳୁଛି । କେତେବେଳେ ପରିବାର ଲୋକଙ୍କୁ ପର କରୁଛନ୍ତି ନିଜ ପିଲାମାନେ, ତ’ ପୁଣି କେତେବେଳେ ଭାଇ ଭାଇ ମଧ୍ୟରେ ଦେଖିବାକୁ ମିଳୁଛି ବିବାଦ, ଅନେକ ସମୟରେ ତ’ ହଣାକଟା ଉପରକୁ କଥାଯାଉଛି ।

ଏବେ ଏଭଳି ଏକ ଘଟଣା ପୁଣି ଥରେ ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ପୁଅହିଁ ନିଜ ମା’କୁ ହତ୍ୟା କରିଛି । ତାହା ପୁଣି ସାମାନ୍ୟ ବଚସାକୁ ନେଇ । ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗୁଡ଼ ବୀରମିତ୍ରପୁର ଗୁଆଲା ବସ୍ତିରେ । ଯେଉଁଠାରେ ଜଣେ ଯୁବକ ସାମାନ୍ୟ ବଚସାକୁ ନେଇ ନିଜ ମା’ କୁ ଚାପୁଡ଼ା ମାରିଥିଲେ । ଆଉ ଚାପୁଡ଼ା ମାଡ଼ରେ ମା’ଙ୍କର ମୃତ୍ୟୁ ହୋଇଛି ।

ସେପଟେ ଘଟଣା ସଂପର୍କରେ ଖବର ପାଇ ପୋଲିସ ଅଭିଯୁକ୍ତକୁ ଅଟକ ରଖିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.