fbpx

ରୋହିତ ଖେଳିବେ ତ ଚତୁର୍ଥ ମ୍ୟାଚ? 4th ଟି-୨୦ ପାଇଁ ଏମିତି ରହିପାରେ ଭାରତର Playing 11…

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜର ଚତୁର୍ଥ ମ୍ୟାଚ ଆଜି ଆମେରିକାର ଫ୍ଲୋରିଡାରେ ଖେଳାଯିବ । ତେବେ ଏହି ମ୍ୟାଚ ପୂର୍ବରୁ ଭାରତୀୟ ଦଳର ଅଧିନାୟକ ଏବଂ ତାଙ୍କ ଫିଟନେସକୁ ନେଇ ଉଠିଛି ବିରାଟ ପ୍ରଶ୍ନ । ଏହି ମ୍ୟାଚରେ ଖେଳିବା ପାଇଁ ରୋହିତ କେତେ ଫିଟ ସେ ନେଇ ଆରମ୍ଭ ହୋଇଛି ଆଲୋଚନା । ତେବେ ରୋହିତ ଯଦି ନ ଖେଳନ୍ତି ତେବେ ତାଙ୍କ ସ୍ଥାନ କିଏ ନେବେ ଏବଂ କ’ଣ କହିବ ଭାରତର ଚୂଡାନ୍ତ ଏକାଦଶ ଏହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ଅନୁସାରେ, ୱେଷ୍ଟଇଣ୍ଡିଜ ବିପକ୍ଷ ଚତୁର୍ଥ ଟି-୨୦ ପାଇଁ ଭାରତର ଅଧିନାୟକ ରୋହିତ ଶର୍ମାଙ୍କୁ ଫିଟ ବୋଲି ଘୋଷଣା କରି ଦିଆଯାଇଛି । ତେଣୁ ଦଳର ମ୍ୟାନେଜମେଣ୍ଟକୁ ତାଙ୍କ ବିକଳ୍ପ ଖୋଜିବାର ଆବଶ୍ୟକ ପଡିବ ନାହିଁ । ତେବେ ବିଶ୍ୱକପକୁ ନଜରରେ ରଖି କିଛି ଖେଳାଳିଙ୍କୁ ପରୀକ୍ଷା କରିପାରେ ଟିମ ଇଣ୍ଡିଆ । ପ୍ରଥମ ତିନିଟି ମ୍ୟାଚରେ ରୋହିତ କିଛିଟା ଏକ୍ସପେରିମେଣ୍ଟ କରିଥିବା ଦେଖା ଯାଇଛି । ତେଣୁ ଶେଷ ୨ ମ୍ୟାଚରେ ମଧ୍ୟ କିଛିଟା ପରିବର୍ତ୍ତନ ଆଶା କରୁଛନ୍ତି କ୍ରିକେଟ ଫ୍ୟାନ୍ସ ।

ତେବେ ଏହି ମ୍ୟାଚ ପାଇଁ ସବୁଠୁ ବଡ ଚିନ୍ତାର ବିଷୟ ଥିଲା ରୋହିତଙ୍କ ଫିଟନେସକୁ ନେଇ । ଯାହା ଏବେ ସ୍ପଷ୍ଟ ହୋଇସାରିଛି । ପିଠିରେ ଯନ୍ତ୍ରଣା ଅନୁଭବ କରିବାରୁ ତୃତୀୟ ଟି-୨୦ ମ୍ୟାଚରେ ମାତ୍ର ୫ଟି ବଲ ଖେଳି ପାଭିଲିୟନ ଫେରି ଯାଇଥିଲେ ରୋହିତ । କିନ୍ତୁ ଚତୁର୍ଥ ମ୍ୟାଚ ପୂର୍ବରୁ ସେ ସୁସ୍ଥ ହୋଇଥିବା ସୂଚନା ମିଳିଛି । ତେଣୁ ଏବେ ଅଳ୍ପ ପରିବର୍ତ୍ତନ କିମ୍ବା କୌଣସି ପରିବର୍ତ୍ତନ ନ କରି ଭାରତ ସିରିଜ ଜିତିବା ଲକ୍ଷ୍ୟରେ ରହିବ ।

ତେବେ ଚତୁର୍ଥ ମ୍ୟାଚ ପାଇଁ ଯଦି କୌଣସି ପରିବର୍ତ୍ତନ କରାଯାଏ, ତେବେ ଏହା କେବଳ ରୋହିତଙ୍କ ଆହତ ସମସ୍ୟାକୁ ନଜରରେ ରଖି କରାଯିବ । ନଚେତ ଦଳରେ ଅନ୍ୟ ଖେଳାଳିଙ୍କ ପରିବର୍ତ୍ତନର ଆଶା ବହୁତ କମ୍ ରହିଛି । ଭାରତ ଏବେ ଏହି ସିରିଜରେ ୨-୧ରେ ଅଗ୍ରଣୀ ରହିଛି ।

ଏମିତି ହୋଇପାରେ ଭାରତର ପ୍ଲେଇଙ୍ଗ ୧୧:

ରୋହିତ ଶର୍ମା(ଅଧିନାୟକ), ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ଦୀପକ ହୁଡ୍ଡା, ଦିନେଶ କାର୍ତ୍ତିକ, ରବିଚନ୍ଦ୍ରନ ଅଶ୍ୱୀନ, ଭୁବନେଶ୍ୱର କୁମାର, ଆବେଶ ଖାନ ଏବଂ ଅର୍ଶଦୀପ ସିଂହ ।

Get real time updates directly on you device, subscribe now.