fbpx

କରୋନା କାରଣରୁ ୫ ଷ୍ଟାର ରିସର୍ଟରେ ହନିମୁନ୍ ମନାଉଛନ୍ତି ଏହି ଦମ୍ପତ୍ତି

୬ ଦିନ ଧରି ହନିମୁନ୍ ପାଳନ କରିବାକୁ ଏକ ଦମ୍ପତ୍ତି ମାଳଦ୍ୱୀପର ବିଳାସପୂର୍ଣ୍ଣ ରିସର୍ଟକୁ ଯାଇଥିଲେ । କିନ୍ତୁ କରୋନା ଭାଇରସ ଯୋଗୁୁ ବିଶ୍ୱର ଅନେକ ଦେଶରେ ଲକ୍ ଡାଉନ୍ ଓ ଫ୍ଲାଇଟ୍ ସୋ ବାତିଲ କାରଣରୁ ସେମାନେ ଗତ ୧୫ ଦିନ ଧରି ବିଳାସପୂର୍ଣ୍ଣ ରିସର୍ଟରେ ରହିଆସୁଛନ୍ତି ।

ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଆଲିଭିଆ ଓ ରୌଲ ଡେ ଫ୍ରାଟସ ସାଉଥ ଆଫ୍ରିକାର ବାସିନ୍ଦା ହୋଇଥିବା ବେଳେ ସେମାନେ ଗତ ମାର୍ଚ୍ଚ ୨୨ରେ ହିନ୍ଦୁ ମହାସାଗର ମଧ୍ୟରେ ହନିମୁନ ପାଳନ କରିବାକୁ ମାଳଦ୍ୱୀପରେ ପହଞ୍ଚିଥିଲେ । ଦମ୍ପତ୍ତି ୨ ଜଣ ୫ ଷ୍ଟାର ରିସର୍ଟରେ ହନିମୁନ୍ ମନାଉଥିବା ବେଳେ ଦେଶରେ ଲକ୍-ଡାଉନ୍ ଓ ବିଭିନ୍ନ ପ୍ରକାରର ନିଷେଧାଦେଶ ପାଇଁ ଘୋଷଣା କରାଯାଇଥିଲା ।

ଏହା ସହ ଯେତେବେଳେ ଏହି ଦମ୍ପତି ଶ୍ରୀଲଙ୍କାର ଦକ୍ଷିଣ ଆଫ୍ରିକା ଦୂତାବାସ ଏବଂ ମାଲଦ୍ୱୀପର ଦକ୍ଷିଣ ଆଫ୍ରିକା କନସୁଲେଟ୍ ନିକଟକୁ ଯାଇଥିଲେ, ସେମାନଙ୍କୁ କୁହାଯାଇଥିଲା ଯେ ଦକ୍ଷିଣ ଆଫ୍ରିକାର ୪୦ ଜଣ ଲୋକ ମାଲଦ୍ୱୀପର ବିଭିନ୍ନ ସ୍ଥାନରେ ଫସି ରହିଛନ୍ତି। ଦେଶକୁ ଫେରିବା ପାଇଁ ସେମାନଙ୍କ ପାଖରେ ଏକ ଚାର୍ଟାର୍ଡ ଫ୍ଲାଇଟ୍ ନିଯୁକ୍ତି କରିବାର ବିକଳ୍ପ ଅଛି ଯାହାର ଭଡା ୭୯ ଲକ୍ଷ ପର୍ୟ୍ୟନ୍ତ ହେବ ।

Get real time updates directly on you device, subscribe now.