fbpx

ଏନକାଉଣ୍ଟର ମ୍ୟାନ୍ ଭାବେ ଚର୍ଚ୍ଚିତ ଏହି ପୋଲିସ କମିଶନର:୧୦ ଦିନ ମଧ୍ୟରେ ଦିଶାଙ୍କୁ ଦେଲେ ନ୍ୟାୟ

ନୂଆଦିଲ୍ଲୀ,୬ ।୧୨: ହାଇଦ୍ରାବାଦରେ ମହିଳା ଡାକ୍ତର ଦିଶାଙ୍କୁ ଗଣଦୁଷ୍କର୍ମ କରିଥିବା ୪ ଅଭିଯୁକ୍ତଙ୍କୁ ଆଜି ଏନକାଉଣ୍ଟର କରିଛି ପୋଲିସ । ଯେଉଁ ସ୍ଥାନରେ ଦିଶା ଗଣଦୁର୍ଷ୍କମର ଶିକାର ହୋଇଥିଲେ, ସେହି ସ୍ଥାନରେ ଆଜି ଅଭିଯୁକ୍ତଙ୍କୁ ସଫା କରିଛି ତେଲେଙ୍ଗାନା ପୋଲିସ । ତେବେ ବର୍ତ୍ତମାନ ସମୟରେ ହାଇଦ୍ରାବାଦ ପୋଲିସର ଭାର ଯେଉଁ କମିଶନରଙ୍କ ହାତରେ ରହିଛି , ସେ ଏନକାଉଣ୍ଟର ସ୍ପେଶାଲିଷ୍ଟ ଭାବେ ଖୁବ୍ ଚର୍ଚ୍ଚିତ । ସେ ହେଉଛନ୍ତି ପୋଲିସ କମିଶନର ଭି.ସି. ସଜ୍ଜନାର ।

ହାଇଦ୍ରାବାଦ ଗଣଦୁଷ୍କର୍ମର ଶିକାର ହୋଇଥିବା ଦିଶାଙ୍କୁ ମାତ୍ର ୧୦ ଦିନ ମଧ୍ୟରେ ସଜ୍ଜନାର ନ୍ୟାୟ ଦେଇଛନ୍ତି । ପଚାରଉଚରା କରୁଥିବା ବେଳେ ଆରୋପୀମାନେ ଖସି ପଳାଉଥିବା ବେଳେ ଏନକାଉଣ୍ଟର କରିଥିଲା ପୋଲିସ । ଏନେଇ ସଜ୍ଜନାର ଅର୍ଡର ଦେଇଥିବା କୁହାଯାଉଛି ।

ହାଇଦ୍ରାବାଦ ମାମଲା ପୂର୍ବରୁ ମଧ୍ୟ ଚର୍ଚ୍ଚାକୁ ଆସିଥିଲେ ସଜ୍ଜନାର । ୨୦୦୮ ମସିହାରେ ତେଲେଙ୍ଗାନାରେ ଜଣେ କଲେଜ ଛାତ୍ରୀଙ୍କ ଉପରେ ଏସିଡ୍ ପକାଇଥିଲେ ୩ ଅଭିଯୁକ୍ତ । ଏହାକୁ ନେଇ ବହୁ ବିବାଦ ଉପୁଜୁଥିବା ବେଳେ ଅପରାଧୀଙ୍କୁ ଏନକାଉଣ୍ଟର କରିଥିଲେ ସଜ୍ଜନାର । କେବଳ ଗଣଦୁର୍ଷ୍କମ ମାମଲା ନୁହେଁ, ବହୁ ମାଓବାଦୀଙ୍କୁ ମଧ୍ୟ ଏନକାଉଣ୍ଟର କରିଛନ୍ତି ଏହି ପୋଲିସ କମିଶନର । ତେବେ ହାଇଦ୍ରାବାଦ ଏନକାଉଣ୍ଟର ଘଟଣାର ମାଜିଷ୍ଟେଟ୍ ଯାଞ୍ଚ ହେବ ।

Get real time updates directly on you device, subscribe now.