ବିଶ୍ୱନାଥ ଆନନ୍ଦ ଫିଡେ ଉପ-ସଭାପତି ନିର୍ବାଚିତ

ଚେନ୍ନାଇ: ଭାରତୀୟ କିମ୍ବଦନ୍ତୀ ଚେସ ତାରକା ତଥା ପାଞ୍ଚଥର ବିଶ୍ୱ ଚାମ୍ପିଅନ ବିଶ୍ୱନାଥନ ଆନନ୍ଦ ବିଶ୍ୱ ଚେସର ସର୍ବୋଚ୍ଚ ସଂସ୍ଥା ଫିଡେର ଉପ ସଭାପତି ଓ ବର୍ତ୍ତମାନର ଫିଡେ ସଭାପତି ଆରକଡେି ଭୋରକୋଭିକ ଦ୍ୱିତୀୟ ଥର ପାଇଁ ସଭାପତି ନିର୍ବାଚିତ ହୋଇଛନ୍ତି । ସଭାପତି ନିର୍ବାଚନରେ ଭୋରକୋଭିକ ୧୫୭ ଖଣ୍ଡ ଭୋଟ ପାଇ ଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଆନ୍ଦ୍ରିଲ ବେରିଶେପେଲେଟଙ୍କୁ ମିଳିଥିଲା କେବଳ ୧୬ ଖଣ୍ଡ ଭୋଟ । ଗୋଟିଏ ଭୋଟ ନାକଚ ହୋଇ ଯାଇ ଥିବା ବେଳେ ୫ ସଦସ୍ୟ ଭୋଟ ଦାନ ବେଳେ ଅନୁସ୍ଥିତିତ ଥିଲେ ।

ସୂଚନା ଯୋଗ୍ୟ ଯେ ସଂପ୍ରତି ଏଠାରେ ୪୪ତମ ଚେସ ଅଲିମ୍ପିଆଡ ଚାଲି ଥିବା ବେଳେ ଏହି ଅବସରରେ ଫିଡେ କଂଗ୍ରେସ ବୈଠକ ଅନୁଷ୍ଠିତ ହେବା ସହିତ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇ ଥିଲା । ସବୁଠାରୁ ଖୁସିର ବିଷୟ ହେଲା ଯେ ବିଶ୍ୱନାଥନ ଆନନ୍ଦ ଫିଡେର ଉପ ସଭାପତି ନିର୍ବାଚିତ ହୋଇଛନ୍ତି । ସୂଚନା ଯୋଗ୍ୟ ଯେ ଯୁବ ବୟସରେ ଜୁନିୟର ବିଶ୍ୱ ଟାଇଟଲ ହାସଲ କରିବା ପରେ ବିଶ୍ୱନାଥନ ଆନନ୍ଦ ଭାରତର ପ୍ରଥମ ଗ୍ରାଣ୍ଡମାଷ୍ଟର ହେବା ସୌଭାଗ୍ୟ ଲାଭ କରି ଥିଲେ । ସେହିରି ଭାରତର ପ୍ରଥମ ଗ୍ରାଣ୍ଡମାଷ୍ଟର ଭାବେ ପାଞ୍ଚଥର ବିଶ୍ୱ ଟାଇଟଲ ଅକ୍ତିଆର କରି ଥିଲେ । ବର୍ତ୍ତମାନ ସେ ପ୍ରତିଦ୍ୱନ୍ଦ୍ୱିତା ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଛାଡି ଭାରତୀୟ ଦଳକୁ କୋଚିଂ ଦେଉଛନ୍ତି ।