fbpx
BSKY
BJD MS SKY
BJD YOUTH SKY

ଓଡିଶାରେ ଅଛି ସୁନା ଓ ଗ୍ରାଫାଇଟ୍ ଖଣି: ଭୂ-ତାତ୍ତ୍ୱିକ ନିର୍ଦ୍ଦେଶାଳୟଙ୍କ ରିପୋର୍ଟ

ଭୁବନେଶ୍ୱର: ଓଡିଶାର ଅନୁଗୁଳ ମାଟିରେ ସୁନା ଖଣି ଓ ଢେଙ୍କାନାଳ ମାଟିରେ ଗ୍ରାଫାଇଟ୍ ଖଣି ଅଛି । ଯାହାର ତଥ୍ୟ ରାଜ୍ୟ ଭୂ-ତାତ୍ତ୍ୱିକ ନିର୍ଦ୍ଦେଶାଳୟ ଓ ଭାରତୀୟ ଭୂ-ତାତ୍ତ୍ୱିକ ଅନୁସନ୍ଧାନ ସଂସ୍ଥା ରିସର୍ଚ୍ଚ ସମୟରେ ଜାଣିବାକୁ ପାଇଛି । ତେବେ ଗତ ବିଧାନସଭାରେ ରାଜ୍ୟରେ ଥିବା ଖଣିକୁ ନେଇ ପ୍ରଶ୍ନ ହୋଇଥିଲା । ୨୦୨୦ – ୨୧ ଆର୍ଥିକ ବର୍ଷରେ ରାଜ୍ୟରେ ଭୂ-ତାତ୍ତ୍ୱିକ ନିର୍ଦ୍ଦେଶାଳୟ କେତୋଟି ଖଣିର ସନ୍ଧାନ ପାଇଛି ବୋଲି ପଚରା ଯାଇଥିବା ବେଳେ ଇସ୍ପାତ ଓ ଖଣି ବିଭାଗ ଏହର ଉତ୍ତର ରଖିଥିଲେ । ସେ କହିଥିଲେ ଯେ ଗତ ଆର୍ଥକ ବର୍ଷରେ ରାଜ୍ୟରେ ମୋଟ ୬ଟି ଖଣିର ସନ୍ଧାନ ମିଳିଛି । ଯେଉଁଥିରେ ଅନ୍ୟ ଖଣିଜ ପଦାର୍ଥ ସହିତ ଗ୍ରାଫାଇଟ୍ ଓ ସୁନା ଖଣି ମଧ୍ୟ ରହିଛି ।

ଢେଙ୍କାନାଳରେ ଗ୍ରାଫାଇଟ୍ ଥିବା ବେଳେ ମାଲକାନଗିରି ଓ ଗଜପତି ଜିଲ୍ଲାରେ ଡେକୋରେଟିଭ୍ ଷ୍ଟୋନ, ମୟୂରଭଞ୍ଜ ଜିଲ୍ଲାରେ କ୍ୱାର୍ଜାଇଟ୍ ଓ ଗଞ୍ଜାମ ଜିଲ୍ଲାରେ ସ୍ଥାପତ୍ୟ ଉପେଯାଗୀ ଶିଳା ରହିଛି । ସେହି ପରି ରାଜ୍ୟରେ ସୁନା ଖଣିର ଅବସ୍ଥିତିକୁ ନେଇ ମଧ୍ୟ ବିଧାନ ସଭାରେ ପ୍ରଶ୍ନ କରାଯାଇଥିଲା । ଯାହାର ଉତ୍ତରେ ଇସ୍ପାତ ଓ ଖଣି ବିଭାଗ କହିଛି ରାଜ୍ୟର ଅନୁଗୁଳ ଜିଲ୍ଲା ସମେତ ମୋଟ ୫ ଟି ଜିଲ୍ଲାର ମାଟି ତଳେ ସୁନା ପଥର ଠାବ କରାଯାଇଛି । ରାଜ୍ୟ ଭୂ-ତାତ୍ତ୍ୱିକ ନିର୍ଦ୍ଦେଶାଳୟ ଓ ଭାରତୀୟ ଭୂ-ତାତ୍ତ୍ୱିକ ଅନୁସନ୍ଧାନ ସଂସ୍ଥା ରିସର୍ଚ୍ଚ ସମୟରେ ଏହି ତଥ୍ୟ ଦେଇଛି । ତେବେ ମାଟିତଳେ ଥିବା ଏହି ସୁନା ପଥରର ପରିମାଣ ବହୁତ କମ୍ ଥିବା ବେଳେ ଏହା ବିକ୍ଷିପ୍ତ ଅବସ୍ଥାରେ ପଡି ରହିଥିବାରୁ ଏହାର ପରିମାଣ କେତେ ତାହା ଆକଳନ କରାଯାଇ ପାରିନାହିଁ।

Get real time updates directly on you device, subscribe now.