fbpx

ମହାରାଷ୍ଟ୍ରର ଗେମ୍ ପ୍ଲାନ୍ ରିପିଟ୍ ହେବ ବିହାରରେ! ନୀତିଶଙ୍କ ଗାଦି ଛଡ଼ାଇ ନେବ କି BJP

ନୂଆଦିଲ୍ଲୀ: ବିହାର ରାଜନୀତି ଏବେ ସରଗରମ ରହିଛି । ରାଜ୍ୟରେ କ୍ଷମତାରେ ଥିବା ଜେଡିୟୁ ଓ ସହଯୋଗୀ ଦଳ ବିଜେପି ମଧ୍ୟରେ ଆରମ୍ଭ ହୋଇଯାଇଛି ଫାଇଟ୍ । ତେବେ ନିକଟରେ ମହାରାଷ୍ଟ୍ରରେ ବିଜେପିର ମାଷ୍ଟର ଷ୍ଟ୍ରୋକରେ ଉଦ୍ଧବ ଠାକରେ ଏକାଥରକେ ମୁଖ୍ୟମନ୍ତ୍ରୀ ଗାଦିରୁ ଖସି ତଳେ ପଡ଼ିଥିଲେ । ମହାରାଷ୍ଟ୍ରର ଅବସ୍ଥା ବିହାରରେ ଦେଖିବାକୁ ମିଳିବ କି? ବିଜେପି ନୀତିଶଙ୍କ ବିରୋଧରେ ଭିତିରି କିଛି ଚକ୍ରାନ୍ତ କରୁଛି କି? । ଏପରି କିଛି ଖବର ନୀତିଶଙ୍କ ନିଦ ହଜାଇ ଦେଇଛି ବୋଲି ଏବେ ଚାରିଆଡ଼େ ଚର୍ଚ୍ଚା ହେଉଛି ।

ଉଦ୍ଧବଙ୍କୁ କ୍ଷମତାରୁ ହଟାଇବାରେ ସାରଥୀ ସାଜିଥିଲେ ଶିବସେନାର ଏକନାଥ ଶିନ୍ଦେ । ଶିନ୍ଦେ ଉଦ୍ଧବଙ୍କର ବିଶ୍ୱସ୍ତ ରହିବା ସହ ଶିବସେନାରେ ରହିଥିଲେ । ତେବେ ବିହାରରେ ନୀତିଶ ବିଜେପିକୁ ବାଏ ବାଏ କରି ଆରଜେଡି ଓ କଂଗ୍ରେସ ସମର୍ଥନରେ ସରକାର ଗଠନ କରିବାକୁ ଯାଉଛନ୍ତି ବୋଲି ଚର୍ଚ୍ଚା ହେଉଛି । ଅପରପକ୍ଷେ ଜେଡିୟୁର ନେତା ଆରସିପି ସିଂହ ଦଳ ବିରୋଧୀ କାର୍ଯ୍ୟ କରୁଥିବା ସନ୍ଦେହ କରି ନୀତିଶ ତାଙ୍କୁ ବହିଷ୍କାର କରିଛନ୍ତି ।

ତେବେ ଏଠାରେ ପ୍ରଶ୍ନ ଉଠୁଛି, ହଠାତ୍ କାହିଁକି ନୀତିଶଙ୍କର ବିଜେପି ପ୍ରତି ଏଭଳି ଆଭିମୁଖ୍ୟ ବଦଳିଗଲା । ଭାରତବର୍ଷରେ ଗୋଟିକ ପରେ ଗୋଟିଏ ରାଜ୍ୟ ବିଜେପି ନିଜର କୂଟ ଚକ୍ରାନ୍ତ କରି ଦଖଲ କରିବାରେ ଲାଗିଛି । ବିହାରରେ ଏଭଳି ସ୍ଥିତି ଯେ ଦେଖିବାକୁ ପଡ଼ିବନି ସେକଥା କିଏ କହିବ । ହୁଏତ ଜେଡିୟୁର କିଛି ନେତା ଓ ଆରଜେଡି ସହ ଭିତିରିଆ ଯୋଗାଯୋଗ କରୁଥାଇପାରେ ବିଜେପି । ଏଭଳି କିଛି ନୀତିଶଙ୍କୁ ହୃଦବୋଧ ହୋଇଛି । ତେଣୁ ଆଗକୁ ଜଣାପଡ଼ିବ କେଉଁ ପାଣି କୁଆଡ଼େ ଯାଉଛି ।

Get real time updates directly on you device, subscribe now.