fbpx

ସ୍ତ୍ରୀଙ୍କ ସହ ଭଲ ସମ୍ପର୍କ ଚାହୁଁଛନ୍ତି କି? ଲୁଚେଇ ରଖନ୍ତୁ ଏହି କଥା…………

ଭୁବନେଶ୍ୱର:କୁହନ୍ତି ବିଶ୍ୱାସର ଡୋରରେ ସମ୍ପର୍କ ବାନ୍ଧି ହୋଇ ରହିଥାଏ । ସେ କେଉଁ ସମ୍ପର୍କ ହେଉ ନା କାହିଁକି ଯଦି ସର୍ମ୍ପକ ମଧ୍ୟରେ ବିଶ୍ୱାସ ରହିବ ନାହିଁ ତେବେ ସେହି ସମ୍ପର୍କ ବେଶୀ ଦିନ ପର୍ଯ୍ୟନ୍ତ ତିଷ୍ଠିବ ନାହିଁ । ଠିକ ସେହି ପରି ଜଣେ ସ୍ୱାମୀ ଆଉ ତାର ସ୍ତ୍ରୀ ମଧ୍ୟରେ ଯେଉଁ ସମ୍ପର୍କ ରହିଥାଏ ସେଥିରେ ଅଗାଡ ପ୍ରେମ ଆଉ ବିଶ୍ୱାସ ଭରି ହୋଇଥାଏ । ଯାହାକି ପରସ୍ପରକୁ ଏକ ଅଦୃଶ୍ୟ ସୂତା ମାଧ୍ୟମରେ ବାନ୍ଧି ରଖିଥାଏ ।
ବର୍ତ୍ତମାନ ସମ୍ପର୍କରେ ଆଉ ସେହି ନିବିଡତା ରହୁ ନାହିଁ , ଯେଉଁ କାରଣରୁ ଏବେ ସ୍ୱାମୀ ସ୍ତ୍ରୀ ସମ୍ପର୍କରେ ଆଉ ଆଗଭଳି ମଧୁରତା କିମ୍ବା ଭଲ ପାଇବା ଦେଖାଯାଉ ନାହିଁ ଆଉ ଏହା ପଛର କାରଣ ହେଉଛି ଅବିଶ୍ୱାସ । କିନ୍ତୁ କିଛି କଥା ଏଭଳି ରହିଛି ଯାହା ଆପଣ ଆପଣଙ୍କ ସ୍ତ୍ରୀ ଙ୍କ ଠାରୁ ଲୁଚେଇ ରଖିବା ଆବଶ୍ୟକ । ଆଉ ଏହି କଥାକୁ ଚାଣକ୍ୟ ନୀତି ବୋଲି ମଧ୍ୟ କୁହାଯାଏ । ଜୀବନକୁ ସୁଗମ ସୁନ୍ଦର କରିବା ପାଇଁ ଏଥିରେ ଚାଣକ୍ୟ ନୀତିର ଆବଶ୍ୟକତା ରହିଛି ।

ତେବେ ଜାଣି ରଖନ୍ତୁ ଏହି କିଛି କଥା ଯାହାକୁ ଆପଣ ଭୁଲରେ ମଧ୍ୟ ନିଜ ସ୍ତ୍ରୀଙ୍କ ସମ୍ମୁଖରେ ପ୍ରକାଶ କରିବେ ନାହିଁ ।
ନିଜର ଆୟ:ସ୍ତ୍ରୀଙ୍କୁ ଘରର ଲକ୍ଷ୍ମୀ ବୋଲି କୁହାଯାଏ । କିନ୍ତୁ କିଛି ସ୍ତ୍ରୀ ଏମିତି ଅଛନ୍ତି ସେମାନେ ଟଙ୍କାର ମୂଲ୍ୟ ବୁଝି ପାରନ୍ତି ନାହିଁ । ନିଜର ମନମୁତାବକ ଖର୍ଚ୍ଚ କରନ୍ତି । ଆଉ ଏଥିରେ ଯଦି ତାଙ୍କୁ ତାଙ୍କ ସ୍ୱାମୀଙ୍କ ଆୟ ବିଷୟରେ ଜଣାପଡିବ ତେବେ ସେ ଏହି ଅର୍ଥ ରାଶିକୁ ବିନା ଖାତିର କରି ଖର୍ଚ୍ଚ କରିବେ । ଏହାପରେ ସେ ଆପଣଙ୍କ ଟଙ୍କା ଉପରେ ନିଜର ହିଁ ଧକ୍ ଅଛି ବୋଲି ଧରି ବସିବେ ଆଉ ତାଙ୍କର ଏହି ଅଭ୍ୟାସ ପାଇଁ ଆପଣଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ।

ନିଜର ପୁରୁଣା ଖରାପ ମୂହୂର୍ତ୍ତର ଆଲୋଚନା କରନାହିଁ: କୁହନ୍ତି ଦୁଃଖ ଆଉ ସୁଖର ସାଥୀ ହେଉଛି ସ୍ତ୍ରୀ । ଜଣେ ଭଲ ସ୍ତ୍ରୀ ସେତେବେଳେ ହୋଇ ପାରିବ ଯେତେବେଳେ ସେ ଜଣେ ଭଲ ସାଙ୍ଗ ହୋଇ ପାରିବ । ଆମେ ଆମ ସାଙ୍ଗ ମାନଙ୍କ ଆଗରେ କିଛି ବି କହିବା ଆଗରୁ ଭାବି ନଥାଉ । କିନ୍ତୁ ଆପଣ ଯଦି ଏହି ସମାନ କାର୍ଯ୍ୟ ଆପଣଙ୍କ ସ୍ତ୍ରୀ ଙ୍କ ସହିତ କରିବେ ତାହା ଆପଣଙ୍କ ଉପରେ ଭାରି ପଡିପାରେ । ଭୁଲରେ କେବେ ନିଜର ଅପମାନ କିମ୍ବା ଅତୀତରେ ଘଟଥିବା କିଛି ଘଟଣାର ଆଲୋଚନା ନିଜ ସ୍ତ୍ରୀଙ୍କ ଆଗରେ କରନ୍ତୁ ନାହିଁ । ହୁଏତ ସେହି ମୂହୂର୍ତ୍ତରେ ସେ ଆପଣଙ୍କୁ ଆଶ୍ୱସନା ଦେଇ ପାରନ୍ତି କିନ୍ତୁ ପରବର୍ତ୍ତୀ ସମୟରେ ଏହି ଘଟଣାକୁ ନେଇ ସେ ଆପଣଙ୍କୁ ପରିହାସ ମଧ୍ୟ କରି ପାରନ୍ତି ।

ନିଜର ଦୁର୍ବଳତା କୁହନ୍ତୁ ନାହିଁ:କେବେ ନିଜ ସ୍ତ୍ରୀ ଆଗରେ ନିଜର ଦୁର୍ବଳତା ପ୍ରକାଶ କରନ୍ତୁ ନାହିଁ । ଚାଣକ୍ୟ ନୀତିରେ ଏହି କଥାର ବିରୋଧ କରାଯାଇଛି । କୁହାଯାଇଛି ଯଦି ଆପଣ କେବେ ଆପଣଙ୍କ ସ୍ତ୍ରୀ ଆଗରେ ନିଜର ଦୁର୍ବଳତା ପ୍ରକାଶ କରନ୍ତି ତେବେ ଏହାକୁ ସ୍ତ୍ରୀ ମାନେ ଅସ୍ତ୍ର ଭାବେ ବ୍ୟବହାର କରିବେ ।ଏବଂ ଆପଣଙ୍କ ଫାଇଦା ଉଠାଇବା ଆରମ୍ଭ କରିଦେବେ ।

ନିଜ ସମ୍ପର୍କକୁ ଗଢ଼ିବା ଆଉ ଭାଙ୍ଗିବା ଉଭୟ ଆପଣଙ୍କ ଉପରେ ନିର୍ଭର କରେ । ତେଣୁ ଆପଣ ଭାବି ଚିନ୍ତି ଉଚିତ ପଦକ୍ଷପ ନେଲେ ଆପଣଙ୍କ ସମ୍ପର୍କ ସଦା ସର୍ବଦା ନିବିଡ ହୋଇ ରହିବ ।

Get real time updates directly on you device, subscribe now.