ହିନ୍ଦୁ ଧର୍ମରେ ଅନେକ ପ୍ରକାର ଜ୍ୟୋତିଷ ଶାସ୍ତ୍ର ରହିଛି । ସେଥିମଧ୍ୟରୁ ଫେଙ୍ଗଶୁଇ ଏକ ଶାସ୍ତ୍ର । ଯେଉଁଥିରେ ଖାସ୍ କରି ଡ୍ରାଗନର ଶକ୍ତି ଓ ତାର ଚମତ୍କାରିତା ବିଷୟରେ କୁହାଯାଇଛି । ଫେଙ୍ଗଶୁଇ ଶାସ୍ତ୍ର ଅନୁସାରେ ଡ୍ରାଗନକୁ ଶ୍ରେଷ୍ଠତା, ଦେବତା ଓ ସାହସର ପ୍ରତୀକ ରୂପେ ଦେଖାଯାଏ । ଏତି ସହିତ ଯେଉଁମାନେ ସୁନେଲି ରଙ୍ଗର ଡ୍ରାଗନ ଘରେ ରଖିଥାନ୍ତି ସେମାନଙ୍କ ଘରୁ ନକରାତ୍ମକ ଶକ୍ତି ଦୂର ହେବା ସହ ସର୍ବଦା ସୁଖ ସମୃଦ୍ଧି ଲାଗି ରହିଥାଏ । ତେବେ ଏହାର ଚମତ୍କାରିତା ବିଷୟରେ ଜାଣି ଅନେକ ଲୋକେ ଏହାକୁ ଘରକୁ ଆଣିଥାନ୍ତି । କିନ୍ତୁ ଏହି ସୁନେଲି ରଙ୍ଗର ଡ୍ରାଗନକୁ ରଖିବାର ନିୟମ ଜାଣି ନଥିବାରୁ ଲୋକେ ଦ୍ୱନ୍ଦ୍ୱରେ ପଡିଥାନ୍ତି । ତେବେ ଆସନ୍ତୁ ଜାଣିବା ଏହି ଡ୍ରାଗନକୁ କେଉଁ ସ୍ଥାନରେ ରଖିଲେ ଘରେ ସର୍ବଦା ସୁଖ, ଶାନ୍ତି ଓ ସମୃଦ୍ଧି ରହିଥାଏ ।
ଘରର ଏହି ସବୁ ସ୍ଥାନରେ ରଖନ୍ତୁ ଫେଙ୍ଗଶୁଇ ଡ୍ରାଗନ:
ଫେଙ୍ଗଶୁଇ ଶାସ୍ତ୍ର ଅନୁଯାୟୀ ଫେଙ୍ଗଶୁଇ ଡ୍ରାଗନକୁ ଘର ଭିତରେ ସଠିକ ସ୍ଥାନରେ ରଖିବା ନିହାତି ଜରୁରୀ । ତେବେ ବିଭିନ୍ନ ରଙ୍ଗର ଫେଙ୍ଗଶୁଇ ଡ୍ରାଗନ ଭିନ୍ନ ଭିନ୍ନ କାରଣ ପାଇଁ ଘରେ ରଖାଯାଇଥାଏ । ଆସନ୍ତୁ ଜାଣିବା କେଉଁ ଫେଙ୍ଗଶୁଇ ଡ୍ରାଗନ କେଉଁ କାର୍ଯ୍ୟ ପାଇଁ ଶୁଭ ହୋଇଥାଏ ଓ ଏହାକୁ ଘରର କେଉଁ ସ୍ଥାନରେ ରଖା ଯାଇଥାଏ ।
୧. ସବୁଜ ରଙ୍ଗର ଫେଙ୍ଗଶୁଇ ଡ୍ରାଗନ ସ୍ୱାସ୍ଥ୍ୟ ପାଇଁ ଶୁଭ ହୋଇଥିବା ବେଳେ ସୁନେଲି ରଙ୍ଗର ଡ୍ରାଗନ ସୁଖ ଓ ସମୃଦ୍ଧି ପାଇଁ ଘରେ ରଖାଯାଇଥାଏ । ତେବେ ଫେଙ୍ଗଶୁଇ ଶାସ୍ତ୍ର ଅନୁଯାୟୀ ଯଦି ଘରେ କାହାର ସ୍ୱାସ୍ଥ୍ୟ ସର୍ବଦା ଖରାପ ରହୁଛି ତେବେ ଘରେ ସବୁଜ ରଙ୍ଗର ଯୋଡା ଡ୍ରାଗନ ରଖନ୍ତୁ ।
୨. ଡ୍ରାଗନକୁ ଘରର ଖୋଲା ସ୍ଥାନରେ ରଖିବା ଉଚିତ୍ । କାରଣ ଏପରି ରଖିବା ଦ୍ୱାରା ଘରକୁ ଏକ ସକରାତ୍ମକ ଭାବନା ଆସିଥାଏ । ତେଣୁ ଘରର ଖୋଲା ସ୍ଥାନରେ ଏହି ଡ୍ରାଗନକୁ ରଖନ୍ତୁ ।
୩. ଡ୍ରାଗନର ମୁହଁ ଘରର ବାହାର ପଟକୁ ଦେଇ ରଖନ୍ତୁ ନାହିଁ । କାରଣ ଏପରି ରଖିବା ଦ୍ୱାରା ଧନ ସମ୍ପତ୍ତି ନଷ୍ଟ ହୋଇଥାଏ । ତେବେ ଶାସ୍ତ୍ର ଅନୁଯାୟୀ ଯଦି ସୁନେଲି ରଙ୍ଗର ଡ୍ରାଗନକୁ ପଢା ରୁମରେ ରଖାଯାଏ ତେବେ ପିଲାମାନଙ୍କର ପାଠପଢା ପ୍ରତି ଆଗ୍ରହ ଆସିଥାଏ । କିନ୍ତୁ ଏହାକୁ ପଢା ରୁମରେ ଉତ୍ତର ପୂର୍ବ କିମ୍ବା ଉତ୍ତର ପଶ୍ଚିମ ଦିଗରେ ହିଁ ରଖିବା ଉଚିତ୍ ।
୪. ସୁନେଲି ରଙ୍ଗର ଡ୍ରାଗନକୁ ଅଫିସ କିମ୍ବା କାମ କରୁଥିବା ଜାଗାରେ ରଖିବା ଦ୍ୱାରା ବିଜନେସ୍ ବଢିବା ସହ ଆର୍ଥକ ଲାଭ ହୋଇଥାଏ ।
୫. ଫେଙ୍ଗଶୁଇ ଶାସ୍ତ୍ର ଅନୁଯାୟୀ କେବେ ବି ଡ୍ରାଗନକୁ ବିଛଣା ସାମ୍ନାରେ ରଖନ୍ତୁ ନାହିଁ । ଏହା ବ୍ୟତୀତ ଏହାକୁ ଶୋଇବା ଘରେ କିମ୍ବା କୌଣସି ଉଚ୍ଚା ସ୍ଥାନରେ ମଧ୍ୟ ରଖନ୍ତୁ ନାହିଁ ।