fbpx

(Video) ଇନ୍ଦିରା ଗାନ୍ଧୀଙ୍କ ସହ ସେଦିନ କଣ ଘଟିଥିଲା ? ଜଣାନ୍ତୁ ମୃତ୍ୟୁ ପୂର୍ବର ୧୨ ଘଣ୍ଟାର କାହାଣୀ…

ଭାରତର ପ୍ରଧାନମନ୍ତ୍ରୀ ଥିଲେ ଇନ୍ଧିରା ଗାନ୍ଧୀ । ୧୯୮୪ ମସିହା ଅକ୍ଟୋବର ୩୧ ତାରିଖ ଦିନ ନୂଆଦିଲ୍ଲୀର ସଫଦରଜଙ୍ଗ ରୋଡରେ ଥିବା ଇନ୍ଦିରାଙ୍କ ସରକାରୀ ବାସଭବନରେ ତାଙ୍କୁ ହତ୍ୟା କରାଯାଇଥିଲା । ଘର ଆଗରେ ବୁଲୁଥିବା ସମୟରେ ନିଜ ଅଙ୍ଗରକ୍ଷୀଙ୍କ ଗୁଳିରେ ଟଳି ପଡିଥିଲେ ଆଇରନ ଲେଡି । ଅଙ୍ଗରକ୍ଷୀ ସତୱନ୍ତ ସିଂ ଏବଂ ବେଅନ୍ତ ସିଂହ ଇନ୍ଦିରା ଗାନ୍ଧୀଙ୍କ ଉପରେ ଆଖୁବୁଜା ଗୁଳିମାଡ କରିଥିଲେ । ଆଜିକି ତାଙ୍କ ମୃତ୍ୟୁର କାରଣ ଜାଣିବାକୁ ଅନେକ ଲୋକ ଆଗ୍ରହୀ । ତେବେ ଆସନ୍ତୁ ଜାଣିବା ଇନ୍ଦିରା ଗାନ୍ଧୀଙ୍କ ସହ ସେଦିନ କଣ ଘଟିଥିଲା …

ତାରିଖ ଥିଲା ୩୧ ଅକ୍ଟୋବର ୧୯୮୪ର । ସକାଳ ସାଢ଼େ ସାତଟା ବେଳକୁ ଇନ୍ଦିରା ଗାନ୍ଧୀ ତାଙ୍କର ଇଣ୍ଟରଭ୍ୟୁ ପାଇଁ ପ୍ରସ୍ତୁତ ହୋଇସାରିଥିଲେ । ସେଦିନ ଇନ୍ଦିରା ଗାନ୍ଧୀ କେଶର ରଙ୍ଗରେ ବ୍ଲାକ୍ ବର୍ଡର ଥିବା ଶାଢ଼ି ପିନ୍ଧିଥିଲେ । ଦିନର ପ୍ରଥମ ଆପୋଏଣ୍ଟମେଣ୍ଟ ପିଟର ଉଷ୍ଟିନୋଭଙ୍କ ସହ ଥିଲା, ଯିଏ ଇନ୍ଦିରା ଗାନ୍ଧିଙ୍କ ଉପରେ ଡକ୍ୟୁମେଣ୍ଟ୍ରି କରୁଥିଲେ । ମୃତ୍ୟୁର ଗୋଟେ ଦିନ ପୂର୍ବରୁ ଯେତେବେଲେ ଇନ୍ଦିରା ଓଡ଼ିଶା ଆସିଥିଲେ ସେତେବେଳେ ବି ତାଙ୍କର ସୁଟିଂ କରୁଥିଲେ ପିଟର ଉଷ୍ଟିନୋଭ । ଅପରାହ୍ନରେ ଇନ୍ଦିରା ଗାନ୍ଧୀ ବ୍ରିଟେନର ପୂର୍ବ ପ୍ରଧାନମନ୍ତ୍ରୀ ଜେମ୍ସ କେଲେଙ୍ଗ ଏବଂ ମିଜୋରାମର ଏକ ନେତାଙ୍କୁ ଦେଖା ହେବାର ଥିଲା । ସନ୍ଧ୍ୟା ସମୟରେ ମଧ୍ୟ ବ୍ରିଟେନ ରାଜକୁମାରୀ ରାଣି ଏଲିଜାବେଥଙ୍କ ଝିଅ ଏନିଙ୍କ ସହ ଭେଟିବା ପରେ ତାଙ୍କ ସହ ରାତ୍ରି ଭୋଜନ କରିଥାନ୍ତେ । ହେଲେ ସବୁ କିଛି ଓଲଟ ପାଲଟ ହୋଇଯାଇଥିଲା ।

ସକାଳ ୭ଟା ୩୦ରେ ଇଣ୍ଟରଭ୍ୟୁ ପାଇଁ ପ୍ରସ୍ତୁତ ହେଉଥିଲେ ଇନ୍ଦିରା । ଯେଉଁଦିନ ଇନ୍ଦିରା ଗାନ୍ଧୀଙ୍କର ମୃତ୍ୟୁ ହୋଇଥିଲା ସେଦିନ ସକାଳର ଖାଇବାରେ ଦୁଇଟି ଟୋଷ୍ଟ, ଦୁଇଟି ଅଣ୍ଡା ଏବଂ କମଳା ଜୁସ୍ ପିଇଥିଲେ । ଖାଇବା ପରେ ଯେତେବେଳେ ମେକଅପ ମ୍ୟାନ୍ ଇନ୍ଦିରାଙ୍କୁ ମେକଅପ୍ କରୁଥିଲେ, ଠିକ୍ ସେତିକି ବେଳେ ତାଙ୍କର ଡାକ୍ତର କେପି ମାଥୁର ସେଠାରେ ପହଞ୍ଚି ଗଲେ । ସବୁଦିନ ଏହି ସମୟରେ ଇନ୍ଦିରାଙ୍କୁ ଦେଖିବାକୁ ଯାଆନ୍ତି ଡାକ୍ତର କେପି ମାଥୁର । ଆମେରିକାର ରାଷ୍ଟ୍ରପତି ରୋନାଲ ଡ୍ରଙ୍ଗନଙ୍କ କେଶକୁ ନେଇ ମଧ୍ୟ ଇନ୍ଦିରାଙ୍କ ସହ ମଜା କରୁଥିଲେ ମାଥୁର । କାରଣ ଇନ୍ଦିରାଙ୍କ କେଶ ଧଳା ପଡ଼ିଯାଇଥିଲା ସେଥିପାଇଁ । ୯ଟା ବାଜି ୧୦ ମିନିଟରେ ଯେତେବେଳେ ଇନ୍ଦିରା ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟକୁ ବାହାରିଥିଲେ ସେତେବେଳେ ଆକାଶ ପୁରା ସଫା ଥିଲା ଏବଂ ଖରା ହେଉଥିଲା ।

ସେହି ସମୟରେ ଇନ୍ଦିରାଙ୍କୁ ଖରାରୁ ବଞ୍ଚାଇବା ପାଇଁ ସିପାହି ନାରାୟଣ ସିଂ କଳା ଛତା ଧରି ତାଙ୍କ ପଖରେ ଚାଲୁଥିଲେ । ଇନ୍ଦିରାଙ୍କ ପଛରେ ଥିଲେ ଆରକେ ଧବନ । ଆଉ ତାଙ୍କ ପଛରେ ଥିଲେ ଇନ୍ଦିରା ଗାନ୍ଧୀଙ୍କର ନିଜ ସିକ୍ୟୁରିଟି ନାଥୁରାମ । ସବୁଠାରୁ ପଛରେ ଥିଲେ ସବ୍ ଇନିସପେକ୍ଟର ରାମେଶ୍ୱର ଦୟାଲ । ଏହି ସମୟରେ ଇନ୍ଦିରାଙ୍କ ଆଗ ଦେଇ ଏକ କର୍ମଚାରୀ ଟି-ସେଟ୍ ଧରି ଯାଇଥିଲେ, ଯେଉଁଥିଲେ ଉଷ୍ଟିନୋଭଙ୍କୁ ଚା’ ଦେବାର ଥିଲା । ଇନ୍ଦିରା ସେହି କର୍ମଚାରୀଙ୍କୁ ଡାକି କହିଲେ କି ଉଷ୍ଟିନୋଭଙ୍କ ପାଇଁ ଅଲଗା ଭଲ ଚା ସେଟ୍ ବାହାର କରି ଆଣ । ଯେତେବେଳେ ଇନ୍ଦିରା ଗାନ୍ଧୀ ଆକବର ରୋଡକୁ ଯୋଡ଼ୁଥିବା ଗେଟ ପାଖରେ ପହଞ୍ଚନ୍ତିି ସେଠାରେ ସେ ଦମନଙ୍କ ସହ କଥା ହୁଅନ୍ତି । ଦମନ ତାଙ୍କୁ କହୁଥିଲେ କି ସେ ନିର୍ଦ୍ଦେଶାନୁଯାୟୀ ୟମନକୁ ଯାଇଥିଲେ । ରାଷ୍ଟ୍ରପତି ଜ୍ଞାନିଜେଲ ସିଂଙ୍କୁ ସୂଚନା ମଧ୍ୟ ଦେଇଦେଇଛନ୍ତି କି ୭ ଟା ସମୟରେ ଦିଲ୍ଲୀରେ ପହଞ୍ଚିଯାଆନ୍ତୁ ବୋଲି । କାହିଁକି ନା ତାଙ୍କୁ ପାଲମ ବିମାନ ବନ୍ଦରରେ ସ୍ୱାଗତ କରିବା ପରେ ଇନ୍ଦିରା ବ୍ରିଟେନ ରାଜକୁମାରିଙ୍କୁ ସମ୍ବୋର୍ଧନା ଉତ୍ସବରେ ସାମିଲ ହୋଇପାରିବେ ।

ଆଉ ଠିକ୍ ଏହି ସମୟ ସେଠାରେ ଉପସ୍ଥିତ ଥିବା ସୁରକ୍ଷାକର୍ମି ବେଣ୍ଟ ସିଂ ତାଙ୍କ ବନ୍ଧୁକ ବାହାର କରି ଇନ୍ଦିରା ଗାନ୍ଧିଙ୍କ ଉପରକୁ ଚଳାଇଥିଲେ । ଗୁଳି ସିଦ୍ଧା ଯାଇ ତାଙ୍କ ପେଟରେ ବାଜିଥିଲା । ଇନ୍ଦିରା ନିଜ ମୁହଁକୁ ବଞ୍ଚାଇବା ପାଇଁ ଡାହାଣହାତକୁ ଉଠାଇବା ସମୟରେ ବେଣ୍ଟ ସିଂ ପଏଣ୍ଟ ବ୍ଲାକ୍ ରେଞ୍ଜରୁ ଚଳାଇଥିଲେ । ଯାହାଫଳରେ ଇନ୍ଦିରାଙ୍କ ଛାତି ଏବଂ ଅଣ୍ଟାରେ ଲାଗିଥିଲା । ସେଠାରୁ ୫ ଫୁଟ ଦୂରରେ ଥିବା ସତୱନ୍ତ ସିଂ ତାଙ୍କର ଟୋମସନ ଅଟୋମେଟିକ କାରବନ ମେସିନ ଗନ୍ ୨୫ ଟି ଜାକ ଗୁଳି ଇନ୍ଦିରାଙ୍କ ଉପରେ ସାରିଦେଇଥିଲେ । ରାମେଶ୍ୱର ଦୟାଲ ତାଙ୍କୁ ବଞ୍ଚାଇବା ପାଇଁ ଯାଆନ୍ତି ତ ତାଙ୍କ ଗୋଡ଼ରେ ଗୁଳି ବାଜିବାରୁ ସେ ଇନ୍ଦିରାଙ୍କ ପାଖରେ ପହଞ୍ଚି ପାରିନଥିଲେ । ଯାହାପରେ ଇନ୍ଦିରା ସେହିଠାରେ ଟଳିପଡ଼ିଥିଲେ । ମାଟିରେ ରକ୍ତ ଜୁଡ଼ୁ ବୁଡ଼ୁ ହୋଇ ପଡ଼ି ରହିଥିଲା ଇନ୍ଦିରାଙ୍କ ଦେହ । କେଶର ରଙ୍ଗର ଶାଢ଼ି ଲାଲ ରକ୍ତରେ ରଙ୍ଗ ବଦଳାଇଥିଲା । ଏହାପରେ ସତୱନ୍ତ ସିଂ ଏବଂ ବେଣ୍ଟ ସିଂ ତାଙ୍କ ବନ୍ଧୁକକୁ ତଳେ ପକାଇ ନିଜକୁ ସୁରକ୍ଷାକର୍ମୀଙ୍କ ପାଖରେ ସରେଣ୍ଡର କରିଥିଲେ । କହିଥିଲେ କି ଆମକୁ ଯାହା କରିବାର ଥିଲା ଆମେ କରିଦେଲୁ । ଏବେ ଆପଣଙ୍କୁ ଯାହା କରିବା କଥା ଆପଣ କରିପାରିବେ ।

ଇନ୍ଦିରାଙ୍କ ଆମ୍ବୁଲାନ୍ସ ଥିବା ସତ୍ୱେ ମଧ୍ୟ ସେଠାରେ ଡ୍ରାଇଭର ନଥିଲା । ଯାହାପରେ ଇନ୍ଦିରାଙ୍କ ରାଜନୈତିକ ମାର୍ଗଦର୍ଶକ ମାଖନଲାଲ ଚିତ୍କାର କରି ଗାଡ଼ି ବାହାର କରିବା ପାଇଁ କହିଥିଲେ । ଦମନ ଏବଂ ଦିନେଶ ଭଟ ତଳୁ ଇନ୍ଦିରାଙ୍କୁ ଉଠାଇ ଧଳା ଆମ୍ବାସାଡାର କାରରେ ରଖିଥିଲେ । ସୋନିଆ ଗାନ୍ଧୀ ଦୌଡ଼ିଆସି ଇନ୍ଦିରାଙ୍କ ସହ ପଛ ସିଟରେ ବସିପଡ଼ିଲେ । କାର ୯ଟା ୩୨ ରେ ଏମସରେ ପହଞ୍ଚିଥିଲା । ଦୁର୍ଭାଗ୍ୟବଶତଃ ସେଠାରେ ଷ୍ଟ୍ରେଚର ବି ନଥିଲା । ବହୁକଷ୍ଟରେ ଇନ୍ଦିରାଙ୍କୁ ଡାକ୍ତରଖାନା ଭିତରକୁ ନିଆଯାଇଥିଲା । ଏମିତି ଅବସ୍ଥାରେ ଇନ୍ଦିରାଙ୍କୁ ଦେଖି ଡାକ୍ତର ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଡାକ୍ତରଖାନାରେ ପହଞ୍ଚିବା ବେଳକୁ ଏ ଦୁନିଆ ଛଡ଼ି ଚାଲିଯାଇଥଲେ ଇନ୍ଦିରା, କିନ୍ତୁ ଡାକ୍ତରଖାନାକୁ ଯିବାର ୪ ଘଣ୍ଟା ପରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା ।

Get real time updates directly on you device, subscribe now.