fbpx

୨୦୨୨ ବର୍ଷର ଶେଷ ‘ସୁପରମୁନ୍’ କେବେ ? ଜାଣନ୍ତୁ କ’ଣ ପାଇଁ ଏହା ଅତ୍ୟନ୍ତ ଖାସ୍

ନୂଆଦିଲ୍ଲୀ: ଯଦି ଆପଣ ଗତମାସରେ ସୁପରମୁନ୍ ଦେଖିବାରୁ ବଞ୍ଚିତ ହୋଇଛନ୍ତି, ତେବେ ଆପଣଙ୍କ ପାଇଁ ଖୁସି ଖବର । ୨୦୨୨ର ସବୁଠାରୁ ବଡ଼ ସୁପରମୁନ୍ ପରେ ଚତୁର୍ଥ ଓ ଶେଷ ସୁପରମୁନ୍ ଅଗଷ୍ଟ ୧୧ରେ ଦେଖିବାକୁ ମିଳିବ । ଏହାକୁ ଷ୍ଟର୍ଜିନ ମୁନ୍ ମଧ୍ୟ କୁହାଯାଉଛି । ଏହି ଗୁରୁବାର ଅର୍ଥାତ୍ ୧୧ ଅଗଷ୍ଟରେ ସମଗ୍ର ଦୁନିଆରେ ଏହା ଦୃଶ୍ୟମାନ ହେବ । ବିଶ୍ୱରେ ସୁପରମୁନର ବିଶେଷ ମହତ୍ତ୍ୱ ରହିଛି । କେତେକ ଜ୍ୟୋତିଷଶାସ୍ତ୍ର ଅନୁସାରେ ସୁପରମୁନ୍ ଦେଖନ୍ତି । ବୈଜ୍ଞାନିକଙ୍କ ମତରେ ସୁପରମୁନ୍ ପୃଥିବୀ ଉପରେ ପ୍ରାୟ ୩୦%ରୁ ଅଧିକ ଆଲୋକିତ କରିଥାଏ । ଗୋଟିଏ ବର୍ଷରେ ପ୍ରାୟ ୩/୪ ସୁପରମୁନ୍ ରହିଥାଏ । ଏବର୍ଷ ଶେଷ ସୁପରମୁନ୍ ୧୧ ଅଗଷ୍ଟରେ ପଡୁଛି ।

ତେବେ ସୁପରମୁନକୁ ଷ୍ଟର୍ଜିନ ମୁନ୍ ମଧ୍ୟ କୁହାଯାଏ । ଷ୍ଟର୍ଜନ ମୁନ୍ ପୂର୍ଣ୍ଣିମାର ରାତି ଅର୍ଥାତ୍ ଆଜି ରାତିରେ ଦେଖାଯିବ । ସୁପରମୁନ୍ ରାତି ପ୍ରାୟ ୦୧.୩୫ ଜିଏମଟିରେ ସୁପରମୁନ୍ ନିଜ ଶିଖରରେ ପହଞ୍ଚିବ । ବୁଧବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ଚନ୍ଦ୍ର ସମ୍ପୂର୍ଣ୍ଣ ଉଜ୍ଜ୍ୱଳତା ଓ ପୂର୍ଣ୍ଣତାରେ ଦୃଶ୍ୟମାନ ହେବ । ଚନ୍ଦ୍ରର ପରିବର୍ତ୍ତନ ଖୁବତ ଧୀର ରହିବ, ଯାହାଫଳରେ ଏହା ଫୁଲମୁନ୍ ପରି ଦୃଶ୍ୟମାନ ହେବ ।

ତେବେ ସୁପରମୁନ୍ ଭାରତରେ ୧୨ ଅଗଷ୍ଟରେ ଦୃଶ୍ୟମାନ ହେବ । ଭାରତର ଲୋକେ ବିନା ଟେଲିସ୍କୋପ ଓ ଉପକରଣ ସାହାର୍ଯ୍ୟରେ ନିଜ ଆଖିରେ ସିଧାସଳଖ ଏହି ଦୁର୍ଲଭ ସ୍ୱଗୀୟ ଘଟଣାକୁ ଦେଖିପାରିବେ । ଅଗଷ୍ଟରେ ଦୃଶ୍ୟମାନ ଏହି ସମ୍ପୂର୍ଣ୍ଣଚନ୍ଦ୍ରକୁ ଷ୍ଟରଗନ କୁହାଯାଏ, କାହିଁକି ନା ଅଗଷ୍ଟ ମାସରେ ଉତ୍ତର ଆମେରିକାରେ ଷ୍ଟରଗନ ମାଛ ଅଧିକ ମିଳିଥାଏ ।

ସୂଚନା ମୁତାବକ, ଯେତେବେଳେ ଚନ୍ଦ୍ର ପୃଥିବୀଠାରୁ ୩,୬୦,୦୦୦ କିଲୋମିଟର ବା ଏହାଠାରୁ କମ୍ ଦୂରତାରେ ରହିଥାଏ, ସେବେ ସୁପରମୁନ୍ ଦେଖାଯାଏ । ସର୍ବପ୍ରଥମେ ୧୯୭୯ରେ ଜ୍ୟୋତିଷଜ୍ଞ ରିଚାର୍ଡ ନୋଲ ଏହାର ନାଁ ସୁପରମୁନ୍ ରଖିଥିଲେ । ବର୍ଷକୁ ସୁପରମୁନ୍ ୩ରୁ ୪ ଥର ହୋଇଥାଏ । ଏହି ଦିନ ଚନ୍ଦ୍ର ପୃଥିବୀର ସବୁଠାରୁ ନିକଟତର ହୋଇଥାଏ । ଏଥିପାଇଁ ଏହା ୧୬ ପ୍ରତିଶତ ଅଧିକ ଉଜ୍ଜ୍ୱଳ ଦେଖାଯାଇଥାଏ । ସୁପରମୁନର ପ୍ରଭାବ ସମୁଦ୍ରରେ ମଧ୍ୟ ଦେଖିବାକୁ ମିଳିଥାଏ । ସୁପରମୁନ୍ କାରଣରୁ ସମୁଦ୍ରରେ ଉଚ୍ଚ ଓ ଛୋଟ ଜୁଆର ଦେଖିବାକୁ ମିଳିଥାଏ ।

Get real time updates directly on you device, subscribe now.