fbpx

PAN Card Fraud Alert! ଆସିଲା ତିନି ମେସେଜ୍‌ ଉଡ଼ିଗଲା ୧ ଲକ୍ଷ ଟଙ୍କା, ଜାଣନ୍ତୁ ପୁରା ଘଟଣା

ମୁମ୍ବାଇ: ବର୍ତ୍ତମାନ ସମୟରେ ଦିନକୁ ଦିନ ଡିଜିଟାଲ ସେବା ବଢିଚାଲିଛି। ଯେତେ ଡିଜିଟାଇଜେସନ ବୃଦ୍ଧି ପାଉଛି ଏହାକୁ ପାଥେୟ କରି ସାଇବର ଲୁଟେରା ସେତେ ସକ୍ରିୟ ହେଉଛନ୍ତି। ନିକଟରେ ମୁମ୍ବାଇରେ ରହୁଥିବା ଜଣେ ମହିଲାଙ୍କୁ ପାନ୍ କାର୍ଡ ଜରିଆରେ ସାଇବର ଲୁଟେରା ୧ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ମହିଳାଙ୍କୁ ତାଙ୍କ ଫୋନ୍‌ରେ ପାନ୍ କାର୍ଡ ଅପଡେଟ କରିବା ପାଇଁ ଲଗାତାର ୩ଟି ଓଟିପି ମିଳିଥିଲା। ଏସ୍‌ଏମ୍‌ଏସ୍‌ରେ ବ୍ୟାଙ୍କ୍ ଖାତାର ଲିଙ୍କ୍ ମଧ୍ୟ ଆସିଥିଲା। ଅନ୍ଧେରୀ ପୋଲିସ କହିବବା ମୁତାବକ ଯେମିତି ମହିଳା ଜଣକ ସେହି ଲିଙ୍କ୍‌ରେ କ୍ଲିକ୍ କରିଥିଲେ, ସେ ତାଙ୍କ ମୋବାଇଲ୍ ଫୋନରେ ପୁଣି ଏକ ଓଟିପି ପାଇଥିଲେ, ଯାହା ସେ ଏସଏମଏସରେ ନିର୍ଦ୍ଦେଶ ଅନୁଯାୟୀ ପ୍ରବେଶ କରିଥିଲେ।

ସେ ପ୍ରଥମ ଓଟିପି ପ୍ରବେଶ କରିବା ମାତ୍ରେ ତାଙ୍କୁ ଆଉ ୩ ଟି ଓଟିପି ମିଳିଥିଲା। ପୋଲିସ ଅଧିକାରୀଙ୍କ କହିବାନୁସାରେ, ସେ ତିନୋଟି ଓଟିପି ପ୍ରବେଶ କରିବା ମାତ୍ରେ ୫ ମିନିଟ ମଧ୍ୟରେ ୩ ଟି କାରବାର ଆକାରରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୧.୨୪ ଲକ୍ଷ ଟଙ୍କା ପ୍ରତ୍ୟାହାର କରାଯାଇଥିଲା। ଏହା ପରେ ମହିଳା ଜଣକ ତାଙ୍କ ବ୍ୟାଙ୍କରୁ ଏକ କଲ ପାଇଥିଲେ ଯେ ସେ ଏହି କାରବାର କରିଛନ୍ତି କି ନାହିଁ। ପୋଲିସ ଅଧିକାରୀ ଆହୁରି କହିଛନ୍ତି ଯେ ଏହା ପରେ ହିଁ ଟ୍ୟୁସନ ଶିକ୍ଷକ ଅନୁଭବ କଲେ ଯେ ସେ ସାଇବର ଠକାମିର ଶିକାର ହୋଇଛନ୍ତି।

ଏହା ପରେ ମହିଳା ଜଣକ ତୁରନ୍ତ ପୋଲିସକୁ ସୂଚନା ଦେଇଥିଲେ। ଅଧିକାରୀ ଜଣକ କହିଛନ୍ତି ଯେ ଯେଉଁ ନମ୍ବରରୁ ଅଭିଯୋଗକାରୀ ଏସଏମଏସ ଏବଂ ଲିଙ୍କ ପାଇଛନ୍ତି ସେହି ନମ୍ବର ଉପରେ ଆମେ ଟ୍ରାକିଂ କରୁଛୁ। ଯେତେବେଳେ ସେ ଲିଙ୍କ୍ ଉପରେ କ୍ଲିକ୍ କଲେ, ସେ ଠକଙ୍କୁ କିଛି କୌଶଳ ପ୍ରୟୋଗ ମାଧ୍ୟମରେ ତାଙ୍କ ଫୋନକୁ ପୂର୍ଣ୍ଣ ଆକ୍ସେସ୍ ଦେଇଥିଲେ ଏବଂ ତାପରେ ସେମାନେ କାରବାର କରିଥିଲେ।

ଅନଲାଇନ୍ ବ୍ୟାଙ୍କିଙ୍ଗ୍ କାରବାର ସଂପୂର୍ଣ୍ଣ କରିବା ପାଇଁ ସେ ଆବଶ୍ୟକ କରୁଥିବା ଓଟିପି ମଧ୍ୟ ଗ୍ରହଣ କରିଥିଲେ କିମ୍ବା ବୋଧହୁଏ ଠକ ତାଙ୍କୁ ଏକ ଗୁଗୁଲ୍ ଡକ୍ୟୁମେଣ୍ଟ୍ ପଠାଇଥିଲେ ଯାହା ସେମାନଙ୍କୁ ତାଙ୍କ ଫୋନକୁ ପ୍ରବେଶ ପ୍ରଦାନ କରିଥିଲା। ଏହି ଠକମାନଙ୍କୁ ଧରିବା ପାଇଁ ସାଇବର କ୍ରାଇମ ବିଭାଗ ସହାୟତାରେ ଆନ୍ଧେରି ପୋଲିସ ବର୍ତ୍ତମାନ ଏହି ଘଟଣାର ତଦନ୍ତ କରୁଛି।

 

Get real time updates directly on you device, subscribe now.