fbpx

କାହିଁକି ନିଜ ଠାରୁ ବୟସରେ ବଡ ଅଭିନେତ୍ରୀଙ୍କୁ ବିବାହ କରିଲେ ମହେଶ ବାବୁ,ଜାଣନ୍ତୁ ମହେଶଙ୍କ ଏଭଳି ନିଷ୍ପତି ପଛର ରହସ୍ୟ….

ମୁମ୍ବାଇ :ଆପଣ ଅନେକ ଚଳଚିତ୍ର ଅଭିନେତା ଙ୍କ ଲଭ ଷ୍ଟୋରୀ ବିଷୟରେ ଜାଣି ଥିବେ। ଏମିତି ବହୁତ ଚର୍ଚ୍ଚିତ ଯୋଡି ଅଛନ୍ତି ଯାହା ଙ୍କ ବିବାହ କାହାଣୀ ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ। ସାଉଥ ଷ୍ଟାର ମହେଶ ବାବୁଙ୍କୁ କିଏ ଅବା ନ ଜାଣେ।ଆଉ ତାଙ୍କ ଜୀବନ କାହାଣୀ ବିଷୟରେ ଜାଣିବା କୁ ମଧ୍ୟ ସମସ୍ତ ଙ୍କର ବହୁତ ଇଚ୍ଛା। ଯଦି ଆପଣ ମଧ୍ୟ ମହେଶ ବାବୁଙ୍କ ବଡ ପ୍ରଶଂସକ ତେବେ ଆପଣ ଙ୍କୁ ତାଙ୍କ ବିବାହ ବିଷୟରେ ନିହାତି ଜାଣି ରଖିବା ଦରକାର। ଏହି ସୁପର ଷ୍ଟାର ପ୍ରେମ ବିବାହ କରିଥିଲେ। ଆଉ ସେ ଚଳଚିତ୍ର ଅଭିନେତ୍ରୀ ନମ୍ରତା ଙ୍କୁ ବିବାହ କରିଛନ୍ତି। ତେବେ ଏହି ଯୋଡି ଙ୍କର ଭଲ ପାଇବା ଟିକେ ନିଆଁରା। ନିଜ ଠାରୁ ଅଧିକ ବୟସ୍କ ଙ୍କୁ ଭଲ ପାଇ ସେ ଚର୍ଚ୍ଚା ରେ ଥିଲେ।

ତେବେ ଜଣାନ୍ତୁ କିପରି ଆରମ୍ଭ ହେଲା ମହେଶ ଙ୍କ ପ୍ରେମ କାହାଣୀ :ମହେଶ ଆଉ ନମ୍ରତା ଙ୍କର ପ୍ରେମର ଯାତ୍ରା ଏକା ଚଳଚିତ୍ର ମୁହୂରତ ରୁ ଆରମ୍ଭ ହୋଇ ଥିଲା। ଏହି ଦମ୍ପତି ପ୍ରଥମେ ତେଲୁଗୁ ଚଳଚ୍ଚିତ୍ର “ଭାମସି” ର ମୁହୁରାଟରେ ସାକ୍ଷାତ ହୋଇଥିଲେ । ମହେଶ ବାବୁଙ୍କ ପାଇଁ ଏହା ପ୍ରଥମ ଦେଖାରେ ପ୍ରେମ ଥିଲା । କିନ୍ତୁ ଚଳଚିତ୍ର ଶେଷ ହେବା ପର୍ଯ୍ୟନ୍ତ ଏହି ଯୋଡି ତାଙ୍କ ଭଲ ପାଇବା କଥା ସମସ୍ତଙ୍କ ଠାରୁ ଲୁଚେଇ ରଖି ଥିଲେ। କୁହନ୍ତି ଭଲ ପାଇବା କିଛି ଦେଖେ ନାହିଁ। ବର୍ଣ୍ଣ,ରଙ୍ଗ ,ବୟସ ସବୁ କୁ ପଛରେ ରହି ଯାଏ ଯେତେବେଳେ ଆମେ ପ୍ରେମରେ ପଡିଥାଉ. ଠିକ ସେଇଭଳି ଘଟିଛି ମହେଶ ଙ୍କ ସହ। ବୟସ ପାର୍ଥକ୍ୟ କୁ ଦେଖିଲେ ନମ୍ରତା ମହେଶଙ୍କ ଠାରୁ ୪ ବର୍ଷ ବଡ କିନ୍ତୁ ସେମାନେ ଏଥିପ୍ରତି ଧ୍ୟାନ ଦେଇନଥିଲେ। ବୟସ ପ୍ରେମ କୁ ବାନ୍ଧି ରଖିବା ରେ ସମର୍ଥ୍ୟ ନଥାଏ।
ସେମାନେ ଦୀର୍ଘ ପାଞ୍ଚ ବର୍ଷ ପାଇଁ ପରସ୍ପର କୁ ଡେଟ କରିଥିଲେ ଏବଂ ତା’ପରେ ପରବର୍ତ୍ତୀ ପଦକ୍ଷେପ ନେବାକୁ ସ୍ଥିର କଲେ ।

ଏହି ଦମ୍ପତି ବିବାହ ଫେବୃଆରୀ ୧୦, ୨୦୦୫ ରେ ଏକ ବ୍ୟକ୍ତିଗତ ସମାରୋହରେ ବିବାହ କରିଥିଲେ।ନମ୍ରତାଙ୍କୁ ବିବାହ କରିବା ପାଇଁ ମହେଶ ତାଙ୍କ ପରିବାର କୁ ମନେଇ ଥିଲେ। ମହେଶ ଆଉ ତାଙ୍କ ପରିବାର: ଏହି ଦମ୍ପତିଙ୍କର ବର୍ତ୍ତମାନ ଦୁଇଟି ସନ୍ତାନ ଅଛନ୍ତି।ଗୌତମ ଘାଟାମଣି ଏବଂ ସୀତାର ଘାଟାମଣି।

ମହେଶଙ୍କୁ ନେଇ ନମ୍ରତା ଙ୍କ ପ୍ରଥମ ଭାବନା :ନମ୍ରତା କହିଛନ୍ତି “ଯେତେବେଳେ ମୁଁ ମହେଶ ଙ୍କୁ ପ୍ରଥମେ ଭେଟିଥିଲି, ସେ ଅତ୍ୟନ୍ତ ସ୍ନେହପୂର୍ଣ୍ଣ, ନିରୀହ, ସ୍ନେହଶୀଳ ଏବଂ ଭଦ୍ର ଥିଲେ। ବର୍ତ୍ତମାନ ସମୟରେ ଏଭଳି ପୁରୁଷମାନେ ବହୁତ ବିରଳ ଅଟନ୍ତି। ଦୁଇ ବର୍ଷର ଡେଟିଂ ପରେ ମୁଁ ତାଙ୍କୁ ବିବାହ କରିବାକୁ ସ୍ଥିର କରି ଥିଲି। ତେବେ କିଛି ଏଭଳି ଥିଲା ମହେଶ ଆଉ ନମ୍ରତା ଙ୍କର ପ୍ରେମରୁ ବୈବାହିକ ଜୀବନ ରା ଯାତ୍ରା। ଜୀବନ ରେ ଜଣେ ଭଲ ଜୀବନ ସାଥୀ ଚାହୁଁ ଥିଲେ ପ୍ରଥମେ ଆପଣ ଙ୍କୁ ସମୟ ଦେବାକୁ ପଡିବ ଆଉ ଆପଣଙ୍କ ଭିତରେ ବଢୁ ଥିବା ନିବିଡ଼ତା ଆପଣଙ୍କୁ ଉଚିତ ପଦକ୍ଷେପ ନେବା କୁ ସାହାର୍ଯ୍ୟ କରିବ।

Get real time updates directly on you device, subscribe now.