fbpx

ରିକି ପଣ୍ଟିଂଙ୍କ ବଡ ଭବିଷ୍ୟବାଣୀ: ଏସିଆ କପ୍‌ରେ ପାକିସ୍ତାନକୁ ଧୁଳି ଚଟାଇବ ଭାରତ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ଦିଗଜ କ୍ରିକେଟର ରିକି ପଣ୍ଟିଂ ଭାରତ-ପାକିସ୍ତାନ ମଧ୍ୟରେ ଏସିଆ କପ୍‌ରେ ହେବାକୁ ଥିବା ମୁକାବିଲାକୁ ନେଇ ଭବିଷ୍ୟବାଣୀ କରିଛନ୍ତି। ପଣ୍ଟିଂ କହିଛନ୍ତି ଯେ, ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଟିମ୍ ଏହି ମ୍ୟାଚ୍ ଜିତିବ। ଏସିଆ କପ୍‌ରେ ଟିମ୍ ଇଣ୍ଡିଆ ଏହାର ଅଭିଯାନ ଅଗଷ୍ଟ ୨୮ ତାରିଖରେ ଚିର ପ୍ରତିଦ୍ୱନ୍ଦି ପାକିସ୍ତାନ ବିପକ୍ଷରେ ଆରମ୍ଭ କରିବ। ଏହି ମୁକାବିଲାକୁ ଫ୍ୟାନ୍‌ମାନେ ବହୁତ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। କାରଣ ଶେଷ ଥର ଦୁଇ ଟିମ୍ ଯେତେବେଳେ ମୁହାଁ ମୁହିଁ ହୋଇଥିଲେ, ସେଥିରେ ପାକିସ୍ତାନ ଭାରତକୁ ୧୦ ଉଇକେଟ୍‌ରେ ପରାସ୍ତ କରିଥିଲା।

ପଣ୍ଟିଂ ଆଇସିସି ରିଭ୍ୟୁର ଶେଷ ଏପିସୋଡ୍‌ରେ କହିଛନ୍ତି ଯେ, କେବଳ ଏସିଆ କପ୍‌ରେ ନୁହେଁ, ଭାରତ ବିପକ୍ଷରେ କୌଣସି ବି ଟୁର୍ଣ୍ଣାମେଣ୍ଟରେ ବିଜୟ ହାସଲ କରିବା ସବୁବେଳେ କଷ୍ଟକର ହୋଇଥାଏ। ଏହା ସହିତ ପଣ୍ଟିଂ କହିଛନ୍ତି ‘ମୋତେ ଲାଗେ ଯେତେବେଳେ ଆମେ ଟି-୨୦ ବିଶ୍ୱକପ୍ କଥା ଆଲୋଚନା କରନ୍ତି, ତେବେ ମୋତେ ଭାରତ ଅଧିକ ମଜବୁତ୍ ନଜର ଆସେ। ଭାରତର ଟମ୍‌ରେ ବହୁ ଅଭିଜ୍ଞ ଖେଳାଳୀଙ୍କ ସହିତ ନୂଆ ପ୍ରତିଭା ସମ୍ପନ ଖେଳାଳି ମଧ୍ୟ ଅଛନ୍ତି। ତେଣୁ ଭାରତ ଏସିଆ କପ୍ ଜିତିବ।’

ପୁର୍ବରୁ ଏସିଆ କପ୍‌ରେ ଭାରତ ପାକିସ୍ତାନ ୧୪ ଥର ସାମ୍ନାସାମ୍ନି ହୋଇଛନ୍ତି। ଯେଉଁଥିରେ ଭାରତ ୮ଥର ବିଜୟ ହାସଲ କରିଛି ଏବଂ ପାକିସ୍ତାନ ୫ଥର ବିଜୟୀ ହୋଇଛି। ଖେଳାଳିଙ୍କ ପରିବର୍ତ୍ତନ ସତ୍ତ୍ୱେ ଭାରତ ଏହି ସିଜନରେ ୨୧ ଟି ଟି -୨୦ ମ୍ୟାଚ୍ ମଧ୍ୟରୁ ୧୭ ଟି ଜିତିଛି। ପଣ୍ଟିଂ ଏହା ମଧ୍ୟ କହିଛନ୍ତି ଯେ ଯଦି ଟି -୨୦ ବିଶ୍ୱକପ ପାଇଁ ମହମ୍ମଦ ଶାମି ଦଳରେ ଅନ୍ତର୍ଭୁକ୍ତ ହୁଅନ୍ତି, ତେବେ ସେ ଶୀର୍ଷ ଟୁର୍ନାମେଣ୍ଟରେ ଭାରତ ପାଇଁ ଏକ ପ୍ରମୁଖ ଖେଳାଳି ହୋଇପାରିବେ। ଗତ ବର୍ଷ ଅନୁଷ୍ଠିତ ଟି -୨୦ ବିଶ୍ୱକପ ୨୦୨୦ ପରେ ମହମ୍ମଦ ଶାମି ଟି -୨୦ ଦଳରୁ ବାଦ ପଡିଛନ୍ତି।

ପଣ୍ଟିଙ୍ଗ କହିଛନ୍ତି, ‘ସେ ବହୁତ ଦିନ ଧରି ଭାରତ ପାଇଁ ଜଣେ ଭଲ ବୋଲର ଥିଲେ। ମୁଁ ଭାବୁଛି ଟି -୨୦ କ୍ରିକେଟରେ ଶାମିଙ୍କ ଅପେକ୍ଷା ଭାରତର ଭଲ ବୋଲର ଅଛନ୍ତି ଏବଂ ସେମାନେ ଏସିଆ କପ୍ ପାଇଁ କେବଳ ତିନିଟି ଦ୍ରୁତ ବୋଲର ଚୟନ କରିଛନ୍ତି। ଯଦି ଭାରତ ବିଶ୍ୱକପ୍ ପାଇଁ ଚାରିଜଣ ଦ୍ରୁତ ବୋଲର ଚୟନ କରେ, ତେବେ ଚତୁର୍ଥ ନାମ ସାମିଙ୍କର ହୋଇପାରେ।

 

Get real time updates directly on you device, subscribe now.