fbpx

ଆଶ୍ଚର୍ଯ୍ୟ ! ଜୀବନ୍ତ ଜୀବଙ୍କୁ ବ୍ୟାଗରେ ପୂରାଇ ବିମାନରେ ନେଇ ଆସିଲେ ଯାତ୍ରୀ

ଅନେକ ସମୟରେ ଏୟାରପୋର୍ଟରେ ଯାତ୍ରୀଙ୍କ ଠାରୁ ଅବୈଧ ସାମଗ୍ରୀ ଜବତ ହୋଇଥିବାର ନଜିର ରହିଛି । ଏମାନେ ବିଭିନ୍ନ ଉପାୟରେ କୌଣସି ନା କୌଣସି ଅବୈଧ ସାମଗ୍ରୀ ନେଉଥିବାବେଳେ ଧରାପଡ଼ିଥାନ୍ତି । କିନ୍ତୁ ବର୍ତ୍ତମାନ ଏକ ଆଶ୍ଚର୍ଯ୍ୟକର ଖବର ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ଯାତ୍ରୀ ବିମାନରେ ସିଧା ଜୀବନ୍ତ ବନ୍ୟଜନ୍ତୁଙ୍କୁ ନେଇ ଆସିଥିଲେ ତାହା ପୁଣି ବ୍ୟାଗରେ ଭର୍ତ୍ତିକରି ।

ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଚେନ୍ନାଇ ଏୟାରପୋର୍ଟରେ । ବିମାନବନ୍ଦରର କଷ୍ଟମ ଅଧିକାରୀ ଉକ୍ତ ବ୍ୟକ୍ତିଙ୍କ ବ୍ୟାଗ୍ ଯାଞ୍ଚ କରିଥିଲେ ଏବଂ ତାଙ୍କଠାରୁ ଏହି ଜୀବଙ୍କୁ ଉଦ୍ଧାର କରିଥିଲେ ।

ସୂଚନା ଅନୂଯାୟୀ, ବ୍ୟକ୍ତି ଜଣକ ଥାଇଲାଣ୍ଡରୁ ଚେନ୍ନାଇ ଆସୁଥିଲେ । ଗୁଇନ୍ଦା ସୂଚନା ଆଧାରରେ କଷ୍ଟମ ଅଧିକାରୀ ତାଙ୍କ ବ୍ୟାଗ୍ ଚେକ୍ କରିଥିଲେ ଏବଂ ଅଧିକାରୀମାନେ ତାଙ୍କ ବ୍ୟାଗରୁ ମାଙ୍କଡ଼, ସାପ, କଇଁଛ ଆଦି ଉଦ୍ଧାର କରିଥିଲେ । ଘଟଣା ଅଗଷ୍ଟ ୧୨ ରେ ଘଟିଥିବାନେଇ ସୂଚନା ରହିଛି । ତାଙ୍କଠାରୁ ଡିବ୍ରାଜା ମାଙ୍କଡ଼, ୧୫ଟି କିଙ୍ଗ୍ ସାପ, ପାଞ୍ଚଟି ବଲ ପାଇଥନ ଏବଂ ଦୁଇଟି କଇଁଛ ଜବତ କରାଯାଇଛି । ଏନେଇ ଚେନ୍ନାଇ କଷ୍ଟମ୍ସ ଟ୍ୱିଟ୍ କରି ସୂଚନା ଦେଇଛି ।

ତେବେ ଅବୈଧ ଭାବରେ ଚାଲାଣ ହୋଇଥିବାରୁ ଥାଇ ଏୟାରୱେଜ୍ ସହ ଯୋଗାଯୋଗ କରି ଏହି ପଶୁଙ୍କୁ ଥାଇଲାଣ୍ଡ ପଠାଇଦିଆଯାଇଥିବା ନେଇ କଷ୍ଟମ ବିଭାଗ ପକ୍ଷରୁ କୁହାଯାଇଛି । ଏହା ସହ ଏନେଇ ବନ୍ୟପ୍ରାଣୀ ସଂରକ୍ଷଣ ଆଇନ ଅନୂଯାୟୀ ଏକ ମାମଲା ରୁଜୁ କରାଯାଇଛି । ଅଭିଯୁକ୍ତ କୋର୍ଟରେ ହାଜର କରାଯିବା ପରେ ୧୪ ଦିନିଆ ବିଚାରବିଭାଗୀୟ ହାଜତକୁ ପଠାଇଦିଆଯାଇଛି ।

Get real time updates directly on you device, subscribe now.