fbpx

ଓଡିଶାରେ ଫଳୁଛି ବିଦେଶୀ ଫଳ ଅଭୋକାଡୋ: ଓଡିଶା ଚାଷୀ ବି ହୋଇପରିବେ ଲାଭବାନ

ବାଲେଶ୍ୱର: ଅଭୋକାଡୋ ଏପରି ଏକ ଫଳ ଯେଉଁଥିରେ ଭରି ରହିଛି ଅନେକ ଔଷଧୀୟ ଗୁଣ । ଏହି ଫଳକୁ ସେବନ କରିବା ଦ୍ୱାରା ଏହା ଶରୀରରେ କଲେଷ୍ଟ୍ରଲ ଲେବଲକୁ ନିୟନ୍ତ୍ରଣ କରିଥାଏ । ଏଥି ସହିତ ଦୃଷ୍ଟିଶକ୍ତି ବୃଦ୍ଧି କରିବ,କ୍ୟାଲସିୟମ ବା ଭିଟାମିନ ଡି ପରିମାଣ ବୃଦ୍ଧି ହୋଇ ପାରିବ, ଯାହା ଫଳରେ ଅସ୍ତି ରୋଗ ଜନିତ ସମସ୍ୟା ନିୟନ୍ତ୍ରଣ ହୋଇପାରିବ । ଏତତ୍ ବ୍ୟତୀତ ଗର୍ଭବତୀ ମହିଳାଙ୍କ ଗର୍ଭରେ ବଢୁଥିବା ପିଲାର ପରିପକ୍ୱତା ପାଇଁ ଏହା ବହୁ ଉପକାରୀ ହୋଇଥାଏ । ଏହି ଫଳର ଚାହିଦା ଭାରତ ବର୍ଷରେ ବଢୁଥିବାରୁ ଏହାକୁ ବିଦେଶରୁ ଆମଦାନି କରାଯାଉଛି । ଅଭୋକାଡୋ ଫଳର ବଜାର ମୁଲ୍ୟ କେଜି ପିଛା ଏକ ହଜାରରୁ ୧୫ ଶହ ମଧ୍ୟରେ ରହିଛି ।

ଏହି ଅଭୋକାଡୋଫଳ ପ୍ରାୟତଃ ଭାରତ ବାହାରେ ଦେଖିବାକୁ ମିଳିଥାଏ । ଏହି ଫଳ ମୁଖ୍ୟତଃ ଆମେରିକୀୟ ଜଳବାୟୁରେ ଭଲ ଫଳିଥାଏ ।ଏହା ଆମେରିକାର ଚିଲେ,ମେକ୍ସିକୋ,ଏବଂ କାର୍ଲିଫର୍ଣ୍ଣିଆ ଅଞ୍ଚଳରେ ବହୁଳ ମାତ୍ରାରେ ଫଳିଥାଏ । ତେବେ ଏହି ଫଳର ବଜାର ମୁଲ୍ୟ ବହୁତ ଅଧିକ । ଯାହାଫଲରେ ଚାଷି ଏହି ଫଳ ଚାଷ କରିବାକୁ ଭଲପାଇଥାଏ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଆମେରିକୀୟ ଫଳ ଅଭୋକାଡୋ ବର୍ତ୍ତମାନ ଓଡିଶା ମାଟିରେ ମଧ୍ୟ ଫଳୁଛି ।

ଓଡିଶାର ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଅମର୍ଦାରୋଡରେ ଫଳିଛି ଏହି ବିଦେଶୀ ଫଳ ଅଭୋକାଡୋ । ଅମର୍ଦାରୋଡର ଶ୍ୟାମସୁନ୍ଦରପୁର ଗ୍ରାମର ଅହଲ୍ୟା ବେହେରାଙ୍କ ବାଡିରେ ଫଳିଛି ଏହି ଫଳ । ଅହଲ୍ୟାଙ୍କ ପୁଅ ସୁମନ ୪ ବର୍ଷ ତଳେ ହାଇଦ୍ରାବାଦର ଏକ ଜୋଶ ସେରରୁ ଏହି ଫଳ ସମ୍ପର୍କରେ ଜାଣିବାକୁ ପାଇଥିଲେ । ଏହାପରେ ସେ ଏହି ଫଳକୁ ନିଜ ବାଡିରେ ଫଳାଇବାକୁ ଆଗ୍ରହ ପ୍ରକାଶ କରିଥିଲେ । ଏହାପରେ ସେ ସେରରୁ କିଛି ମଞ୍ଜି ଆଣି ସେଥିରୁ ଗୋଟିଏ ଚାରା ବାହାର କରିଥିଲେ । ଯାହା ୪ ବର୍ଷ ପରେ ଆଜି ଗୋଟିଏ ଫଳନ୍ତି ଗଛରେ ପରିଣତ ହୋଇପାରିଛି |

ଓଡିଶାରେ ପ୍ରାୟତଃ ଏହି ଫଳ ବିଷୟରେ ଲୋକେ ବିଶେଷ ଭାବରେ ଜାଣି ନଥିବାରୁ ପ୍ରଥମେ ଏହାକୁ ଖାଇବାକୁ କିମ୍ବା କିଣିବାକୁ ଆଗ୍ରହ ପ୍ରକାଶ କରି ନଥିଲେ | ଓଡିଶା ଜଳ ବାୟୁରେ ଏହି ଅଭୋକାଡୋ ଫଳ ଭଲ ଫଳୁଥିବାରୁ କୌଣସି ଚାଷି ଏହାକୁ ଚାଷ କରି ଭଲ ଲାଭବାନ ହେଇ ପାରି ବେ ବୋଲି ଆଶା କରାଯାଉଛି ।ଏହି ଫଳର ବଜାର ଦର ଅଧିକ ରହିଥିବାରୁ ଏହାକୁ ଚାଷ କରି ଓଡିଶା ବଜାର ସହିତ ବାହାର ରାଜ୍ୟରେ ବିକ୍ରି କରି ଭଲ ବ୍ୟବସାୟ କରାଯାଇପାରିବ |

Get real time updates directly on you device, subscribe now.