fbpx

ସରକାରୀ କର୍ମଚାରୀ ହେବେ ମାଲାମାଲ୍! ୧ ଅଗଷ୍ଟରୁ ପୁଣି ବଢ଼ିବ ଡିଏ, ସରକାର କଲେ ଘୋଷଣା

ନୂଆଦିଲ୍ଲୀ: ଅଗଷ୍ଟ ମାସରେ ସରକାର କର୍ମଚାରୀମାନଙ୍କୁ ଏକ ବଡ଼ ଖୁସିଖବର ମିଳିବାକୁ ଯାଉଛି । ଛତିଶଗଡ ସରକାରଙ୍କ ପକ୍ଷରୁ ମହଙ୍ଗା ଭତ୍ତା ବୃଦ୍ଧି ପରେ ଏବେ ମହାରାଷ୍ଟ୍ର ସରକାର ମଧ୍ୟ କର୍ମଚାରୀମାନଙ୍କୁ ଖୁସି ଖବର ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଥିବା ବିବୃତ୍ତି ଅନୁଯାୟୀ ମହାରାଷ୍ଟ୍ର ସରକାର ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ ୩ ପ୍ରତିଶତ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଏକନାଥ ସିନେ୍ଧଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ମହଙ୍ଗା ଭତ୍ତା ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯାଇଛି । ମହଙ୍ଗା ଭତ୍ତାରେ କରାଯାଇଥିବା ପରିବର୍ତ୍ତନ ଅଗଷ୍ଟରୁ ଲାଗୁ ହେବ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅନୁଯାୟୀ ଦିଆଯାଇଥିବା ସୂଚନା ଅନୁସାରେ, ଏହି ବୃଦ୍ଧି ପରେ ମହଙ୍ଗା ଭତ୍ତା ଏବେ ମୂଳ ଦରମା ୩୪ ପ୍ରତିଶତ ହୋଇଯିବ । ସରକାରଙ୍କ ଦ୍ୱାରା ନିଆଯାଇଥିବା ଏହି ନିଷ୍ପତ୍ତିରେ ୧୭ ଲକ୍ଷ କର୍ମଚାରୀ ଉପକୃତ ହେବେ ।

ଏହାପୂର୍ବରୁ ଛତିଶଗଡ ସରକାର ମଧ୍ୟ ରାଜ୍ୟ କର୍ମଚାରୀଙ୍କୁ ଖୁସି ଖବର ଦେଇ ମହଙ୍ଗା ଭତ୍ତାକୁ ୬ ପ୍ରତିଶତ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି । ଏହି ନିଷ୍ପତ୍ତି ପରେ ଛତିଶଗଡର ସରକାରୀ କର୍ମଚାରୀମାନେ ୨୮ ପ୍ରତିଶତ ମହଙ୍ଗା ଭତ୍ତା ପାଇବେ । ଏହା ଯୋଗୁଁ ୩.୮ ଲକ୍ଷ କର୍ମଚାରୀ ଉପକୃତ ହେବେ । ରାଜ୍ୟ ସରକାରୀ କର୍ମଚାରୀମାନେ ସପ୍ତମ ବେତନ ଆୟୋଗ ଅଧୀନରେ ୨୨ ପ୍ରତିଶତ ଏବଂ ଷଷ୍ଠ ବେତନ ଆୟୋଗ ଅଧୀନରେ ୧୭୪ ପ୍ରତିଶତ ମହଙ୍ଗା ଭତ୍ତାର ଲାଭ ନେଉଥିଲେ ।

Get real time updates directly on you device, subscribe now.