fbpx

ଲୋକଙ୍କୁ ଶକ୍ତ ଝଟକା: ଆଜିଠାରୁ ଲିଟର ପିଛା ୨ ଟଙ୍କା ମହଙ୍ଗା ହେଲା କ୍ଷୀର

ନୂଆଦିଲ୍ଲୀ: ହୋଲସେଲ ମୁଦ୍ରାସ୍ଫୀତି ହାର (ଡବ୍ଲୁପିଆଇ) ର ରେକର୍ଡ ସ୍ତରରେ ପହଞ୍ଚିବା ପରେ ଏବେ ଏହା ହ୍ରାସ ପାଇବାରେ ଲାଗିଛି । ମଙ୍ଗଳବାର ପ୍ରକାଶିତ ତଥ୍ୟରେ ମୁଦ୍ରାସ୍ଫୀତି ୧୩.୯୩ ପ୍ରତିଶତକୁ ଖସି ଆସିଛି । ଏହାପୂର୍ବରୁ ଏହା ମେ ମାସରେ ୧୫.୮୮ ପ୍ରତିଶତରେ ପହଞ୍ଚଥିଲା । ଅନ୍ୟପଟରେ ଅମୂଲ ଏବଂ ମଦର ଡାଏରୀ କ୍ଷୀରର ମୂଲ୍ୟ ବୃଦ୍ଧି ଘୋଷଣା କରାଯାଇଛି । ଦୁଗ୍ଧର ମୂଲ୍ୟ ଲିଟର ପିଛା ୨ ଟଙ୍କା ବୃଦ୍ଧି କରିବାକୁ ଏହି ଦୁଇ ପ୍ରମୁଖ ଦୁଗ୍ଧ ଯୋଗାଣକାରୀଙ୍କ ଦ୍ୱାରା ଘୋଷଣା କରାଯାଇଥିଲା ।

ତେବେ ଅଗଷ୍ଟ ୧୭ ଅର୍ଥାତ୍ ଆଜିଠାରୁ ଏହି ନୂଆ ମୂଲ୍ୟ ଲାଗୁ ହୋଇଛି । ଗତ ୬ ମାସ ମଧ୍ୟରେ ଅମୂଲ ଏବଂ ମଦର ଡାଏରୀ ଦ୍ୱିତୀୟ ଥର ପାଇଁ ଦୁଗ୍ଧ ମୂଲ୍ୟ ବୃଦ୍ଧି କରିଛନ୍ତି । ମାର୍ଚ୍ଚ ଆରମ୍ଭରେ ଦୁହେଁ ଦୁଗ୍ଧର ମୂଲ୍ୟ ଲିଟର ପିଛା ୨ ଟଙ୍କା ବୃଦ୍ଧି କରିଥିଲେ ।

ଅମୂଲ ବ୍ରାଣ୍ଡ ଅନ୍ତର୍ଗତ ଦୁଗ୍ଧ ଏବଂ ଅନ୍ୟାନ୍ୟ ଦୁଗ୍ଧଜାତ ଦ୍ରବ୍ୟ ବିକ୍ରୟ କରୁଥିବା ଗୁଜୁରାଟ ସମବାୟ କ୍ଷୀର ମାର୍କେଟିଂ ଫେଡେରେଶନ (ଜିସିଏମଏମଏଫ) କହିଛି ଯେ, ଅହମ୍ମଦାବାଦ ଏବଂ ସୌରାଷ୍ଟ୍ର, ଦିଲ୍ଲୀ-ଏନସିଆର, ପଶ୍ଚିମବଙ୍ଗ, ମୁମ୍ବାଇ ଓ ଅନ୍ୟ ବଜାରରେ କ୍ଷୀରର ମୂଲ୍ୟ ଲିଟର ପିଛା ୨ ଟଙ୍କା ବୃଦ୍ଧି ପାଇଛି ।

Get real time updates directly on you device, subscribe now.