fbpx

ଭେଳିକି ବନ୍ଦ କରି ଲୋକଙ୍କୁ ସହାୟତା କର: ସମୀର ମହାନ୍ତି

ଭୁବନେଶ୍ୱର: ରାଜ୍ୟରେ ବନ୍ୟାସ୍ଥିତିକୁ ନେଇ ବିଜେପି ଏକ ପ୍ରେସ ମିଟ କରିଛି । ଏହି ସାମ୍ବାଦିକ ସମ୍ମିଳନୀ ରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି । ମହାନଦୀକୁ ନେଇ ରାଜ୍ୟ ସରକାର କେବଳ ଭେଳିକି କରୁଛନ୍ତି ବୋଲି କହିଛନ୍ତି ସମୀର ମହାନ୍ତି ।
ଦୀର୍ଘ ୨୨ ବର୍ଷ ଶାସନ ଭିତରେ ମହାନଦୀକୁ ଅଣ ଦେଖା କରିଛନ୍ତି ରାଜ୍ୟ ସରକାର । ୧୯୬୨ ମସିହାରେ ଏକ କର୍ବ କୋର୍ଡ ଜାରି କରାଯାଇଥିଲା ଯାହା ହୀରାକୁଦ ଜଳପରିଚାଳନା ପାଇଁ କାର୍ଯ୍ୟକରିବ ବୋଲି କୁହାଯାଇଥିଲା । ଏହାକୁ ୧୯୮୪ ମସିହାରେ ଏହାକୁ ସଂଶୋଧନ କରାଯାଇଥିଲା। କିନ୍ତୁ ରାଜ୍ୟ ସରକାର ୩୮ ବର୍ଷ ଧରି କର୍ବ କୋଡର କୌଣସି ସଂଶୋଧନ କରି ନାହିଁ ବୋଲି ଅଭିଯୋଗ ଆଣିଛନ୍ତି । ଯାହାଫଳରେ ହୀରାକୁଦର ଜଳ ସଂରକ୍ଷଣ କ୍ଷମତା ,କେତେ ପଟ୍ଟୁ ଜମୁଛି, କେତେ ଜଳ ଉପଯୋଗ ହୋଇ ପାରୁଛି ଏହାର କୌଣସି ତାଲିକା ରାଜ୍ୟ ସରକାରଙ୍କ ପାଖରେ ନାହିଁ ।

ଏହା ସହିତ ମହାନଦୀକୁ ରାଜନୈତିକ ମୁଦ୍ଦା କରି ଲୋକ ମାନଙ୍କ ଆଗରେ ରାଜ୍ୟ ସରକାର ଭେଳିକି କରୁଛନ୍ତି ବୋଲି କହିଛନ୍ତି ସମୀର । ବର୍ତ୍ତମାନ ରାଜ୍ୟରେ ଜନତା ଯେଉଁ ଭଳି ଅସୁବିଧାରେ ଅଛନ୍ତି ଏହା ପାଇଁ କେବଳ ଦାୟୀ ହେଉଛନ୍ତି ରାଜ୍ୟ ସରକାର । ଏହା ସହିତ ସାରା ଓଡିଶା ବର୍ତ୍ତମାନ ଜଳମଗ୍ନ । ବର୍ତ୍ତମାନ ସୁଦ୍ଧା ରାଜ୍ୟର ବହୁ ଲୋକ ପାଣି ଘେରରେ ରହିଛନ୍ତି କିନ୍ତୁ ରାଜ୍ୟ ସରକାର କେବଳ ନୋଟିସ ଜାରି କରୁଛନ୍ତି । ତେଣୁ ନୋଟିସ ଆଉ ପ୍ରଚାର ପ୍ରସାର ନକରି କେଉଁ ଭଳି ଲୋକମାନଙ୍କ ପାଖରେ ପହଞ୍ଚି ହେବ ତାହା ଉପରେ ଧ୍ୟାନ ଦେବା ଆବଶ୍ୟକ ବୋଲି କହିଛନ୍ତି ସମୀର ।
ଏହାବାଦ ସାଧାରଣ ଜନତାଙ୍କୁ ମଧ୍ୟ ସେ ଏଥିପାଇଁ ଆହ୍ୱାନ ଦେଇଛନ୍ତି ।

Get real time updates directly on you device, subscribe now.