fbpx

ଉତ୍ତେଜକ ଡ୍ରେସ୍ ପିନ୍ଧିଥିଲେ ହେବ ନାହିଁ ଯୌନ ଉତ୍ପୀଡନ କେସ୍, ଅଦାଲତଙ୍କ ଟିପ୍ପଣୀକୁ ନେଇ ବିଵାଦ

ତିରୁଅନନ୍ତପୁରମ: ଉତ୍ତର କେରଳର କୋଝିକୋଡ ଜିଲ୍ଲା ଅଦାଲତଙ୍କ ଯୌନ ଉତ୍ପୀଡନ ମାମଲାରେ ଦେଇଥିବା ଟିପ୍ପଣୀକୁ ନେଇ ବିତର୍କ ଆରମ୍ଭ ହୋଇ ଯାଇଛି। ଅଦାଲତ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରି କହିଛନ୍ତି, ଯଦି ମହିଳା ଉତ୍ତେଜନାକାରୀ ପୋଷାକ ପିନ୍ଧିଥିବେ ତେବେ ପ୍ରଥମ ଦୃଷ୍ଟତାରୁ ଅଭିଯୁକ୍ତ ଉପରେ ଆଇପିସିର ସେକ୍ସନ ୩୫୪ ଆଧାରରେ ଯୌନ ଉତ୍ପୀଡନ ମାମଲା ରୁଜୁ ହେବ ନାହିଁ। ଅଦାଲତଙ୍କ ଏହି ନିଷ୍ପତ୍ତିକୁ ନେଇ ବିବାଦ ଆରମ୍ଭ ହୋଇ ଯାଇଛି। ଜଜ ଏସ କୃଷ୍ଣ କୁମାର ସାମାଜିକ କର୍ମୀ ଏବଂ ଲେଖକ ସିଭିକ ଚନ୍ଦ୍ରନଙ୍ଜକୁ ଆଗୁଆ ଜାମିନ ପ୍ରଦାନ କରି ଏହି ଟିପ୍ପଣୀ କରିଛନ୍ତି। ଚନ୍ଦ୍ରନଙ୍କ ଉପରେ ଦୁଇ ବର୍ଷ ପୂର୍ବେ ଜଣେ ଲେଖିକା ଯୌନ ଉତ୍ପୀଡନର ଅଭିଯୋଗ ଲଗାଇଥିଲେ।

ଅଦାଲତଙ୍କ ଟିପ୍ପଣୀକୁ ନେଇ ମହିଳା ସାମାଜିକ କର୍ମୀ ଏବଂ ପୂର୍ବତନ ଜଜଜ ଆପତ୍ତି ଉଠାଇଛନ୍ତି। ଏହି ମାମଲାରେ ହାଇକୋର୍ଟ ହସ୍ତକ୍ଷେପ କରନ୍ତୁ ବୋଲି ସେମାନେ ଦାବି କରିଛନ୍ତି। ପୀଡିତା ମଧ୍ୟ ଖୁବ୍ ଶୀଘ୍ର ହାଇକୋର୍ଟର ଦ୍ଵାରସ୍ଥ ହେବେ ବୋଲି କହିଛନ୍ତି। ଚନ୍ଦ୍ରନଙ୍କୁ ଜାମିନ ଦେଇ ଜଜ କହିଛନ୍ତି, ଅଭିଯୁକ୍ତଙ୍କ ତରଫରୁ ନିଜର ଦରଖାସ୍ତ ସହିତ ଯେଉଁ ଫଟୋ ଦିଆଯାଇଛି, ସେଥିରୁ ଜଣା ପଡୁଛି ଯେ, ଅଭିଯୋଗକାରୀ ଏମିତି ଡ୍ରେସ ପିନ୍ଧିଥିଲେ, ଯାହା ଉତ୍ତେଜନାକାରୀ ଥିଲା। ଏମିତିରେ ସେକ୍ସନ ୩୫୪ ଆଧାରରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ହୋଇ ପାରିବ ନାହିଁ। ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇ ପୀଡିତାଙ୍କ ପରିବାର ଲୋକେ କହିଛନ୍ତି, ଏହା ଆଶ୍ଚର‌୍ୟ୍ୟକର କଥା ଯେ, ସାମାଜିକ ଗଣମାଧ୍ୟମର କିଛି ଫଟୋକୁ ଅଦାଲତରେ ଉପସ୍ଥାପନ କରାଯାଇଛି।

ଅଦାଲତ ଏହା ମଧ୍ୟ କହିଛନ୍ତି ଯେ, ଏହି ମାମଲାରେ ଏଫଆଇଆର ରୁଜୁ କରାଯିବାରେ ଏତେ ବିଳମ୍ବ କେମିତି ହେଲା। ଦୁଇ ବର୍ଷ ପରେ ଯାଇ ମାମଲାରେ ଏଫଆଇଆର ରୁଜୁ ହୋଇଛି। ଏହି ଘଟଣା ୨୦୨୦ରେ ଘଟିଥିବା କୁହାଯାଉଛି। ଅଭିଯୋଗକାରୀ ମହିଳାଙ୍କ କହିବା କଥା ଲେଖକଙ୍କ ଏକ ସମ୍ମିଳନୀ ହୋଇଥିଲା ଏବଂ ସେହି ସମୟରେ ଏହି ଘଟଣା ଘଟିଥିଲା। ଅଭିଯୁକ୍ତ ଲେଖକ ତାଙ୍କୁ ସର୍ବଦା କଲ୍ କରୁଥିଲେ ଏବଂ ହଇରାଣ କରୁଥିଲେ। ଲେଖକ ଯେବେ ସମସ୍ତ ସୀମା ଉଲ୍ଲଂଘନ କଲେ ତା ପରେ ଯାଇ ସେ କେସ୍ ଦେବାକୁ ନିଷ୍ପତ୍ତି ନେଇଥିଲେ।

 

Get real time updates directly on you device, subscribe now.