fbpx

Whatsapp DP କରିବ ପାଗଳ: ମାର୍କେଟରେ ଧୁମ ମଚାଇବ ହ୍ୱାଟ୍ସଆପର ଏହି ନୂଆ ଫିଚର

ନୂଆଦିଲ୍ଲୀ: ଆଜିକାଲି ପ୍ରତ୍ୟେକ ଲୋକଙ୍କୁ ଦିୱାନା ବନେଇ ଦେଇଛି ଲୋକପ୍ରିୟ ସୋସିଆଲ ମିଡିଆ ଆପ୍ ହ୍ୱାଟ୍ସଆପ । ତେଣୁ ଏହି କମ୍ପାନୀ ମଧ୍ୟ ୟୁଜରମାନଙ୍କ ପାଇଁ ଗୋଟିଏ ପରେ ଗୋଟିଏ ଦମଦାର ଫିଚର ଲଞ୍ଚ କରୁଛି । ଏହାରି ମଧ୍ୟରେ ଆଉ ଏକ ଜବରଦସ୍ତ ଫିଚର ଆଣିଛି ହ୍ୱାଟ୍ସଆପ । ୟୁଜରମାନଙ୍କ ପ୍ରୋଫାଇଲ ବା DP କୁ ଏକ ନୂଆ ଲୁକ ଏବଂ ଷ୍ଟାଇଲକୁ ଏହି ରହିଛି ଫିଚର । ପ୍ରୋଫାଇଲକୁ ଏକ ଭିନ୍ନ ରୂପ ଦେବା ପାଇଁ ଏହି ଫିଚର ଲଞ୍ଚ କରୁଛି ହ୍ୱାଟ୍ସଆପ୍ ।

ଖୁବ ଶୀଘ୍ର ହ୍ୱାଟ୍ସଆପରେ ନିଜ ପ୍ରୋଫାଇଲ ଫଟୋ ପାଇଁ ନିଜର 3D ଅବତାର କରିପାରିବେ ୟୁଜର । ଇମୋଜି ପଠାଇବା ଏବଂ ରିସିଭ କରିବା ବ୍ୟତୀତ ହ୍ୱାଟ୍ସଆପ୍ ଷ୍ଟିକର ଏବଂ ଆନିମେସନ ଭଳି ଅନେକ ଫିଚର ଦେଉଛି ହ୍ୱାଟ୍ସଆପ୍ । କିନ୍ତୁ ଏବେ ଆଉ ଏକ ଦମଦାର ଫିଚର ନେଇ ଆସୁଛି କମ୍ପାନୀ । ଏହାଦ୍ୱାରା ୟୁଜରମାନେ ନିଜ ଆନିମେଟେଡ ଅବତାର ତିଆରି କରିପାରିବେ । ତେବେ ଏହା ଭିଡିଓ କଲ୍ ସମୟରେ ମାସ୍କ ଭାବରେ ବ୍ୟବହାର କରାଯାଇପାରିବ । ୟୁଜର୍ସମାନଙ୍କ ପ୍ରୋଫାଇଲ ପାଇଁ 3D ଅବତାର ପାଇଁ ଅନୁମତି ଦେବ ହ୍ୱାଟ୍ସଆପ୍ । ବ୍ୟାକଗ୍ରାଉଣ୍ଡ କଲରର ବ୍ୟବହାର କରି ନିଜ ଅବତାରକୁ କଷ୍ଟମାଇଜ କରିବା ସହିତ ନିଜ ଡିସପ୍ଲେ ଫଟୋ(DP)ର ମଧ୍ୟ ଅବତାର ବନାଇପାରିବେ ୟୁଜର ।

ତେବେ 3D ଅବତାର କ୍ରିଏଟ ଏବଂ ମ୍ୟାନେଜ କରିବା ଆପର ଡେସ୍କଟପ ଏବଂ ଆଇଓଏସ ଭର୍ସନରେ ଉପଲବ୍ଧ ହେବ । ତେବେ ଏହି ଫିଚର କେବେ ଜାରି କରାଯିବ, ସେ ନେଇ କୌଣସି ସୂଚନା କମ୍ପାନୀ ତରଫରୁ ଦିଆଯାଇନାହିଁ । କିନ୍ତୁ ଏହାକୁ ନିକଟ ଭବିଷ୍ୟତରେ ରୋଲ ଆଉଟ କରାଯିବ ବୋଲି ଅନୁମାନ କରାଯାଉଛି ।

ମିଳିଥିବା ସୂଚନା ଅନୁଯାୟୀ, ଆଇଫୋନ ପାଇଁ ହ୍ୱାଟ୍ସଆପର ଲାଟେଷ୍ଟ ଭର୍ସନ ୨୨.୧୬.୦.୭୫ରେ ଏକ ନୂଆ ଅପ୍ସନ ଯୋଡାଯାଇଛି । ଗତ ୬୦ ଦିନ ମଧ୍ୟରେ କେଉଁମାନେ ଗ୍ରୁପ ଛାଡିଛନ୍ତି କିମ୍ବା କେଉଁମାନଙ୍କୁ ଗ୍ରୁପରୁ ବିଦା କରାଯାଇଛି ଏହା ଦେଖିବା ପାଇଁ ୟୁଜରମାନଙ୍କୁ ଅନୁମତି ମିଳିବ । ଗ୍ରୁପର ତଥ୍ୟ ପ୍ରଦର୍ଶିତ କରିବାର ଷ୍ଟାଇଲକୁ ସୁନ୍ଦର କରିବା ପାଇଁ ଏହି ଫିଚର ଆଣୁଛି ହ୍ୱାଟ୍ସଆପ୍ ।

Get real time updates directly on you device, subscribe now.