fbpx

କେବଳ ମଣିଷ ନୁହନ୍ତି, ମାଙ୍କଡ଼ମାନେ ମଧ୍ୟ ଯୌନ ତୃପ୍ତି ପାଇଁ Sex Toy ବ୍ୟବହାର କରନ୍ତି, ରିସର୍ଚ୍ଚରୁ ଖୁଲାସା

ନୂଆଦିଲ୍ଲୀ: ଉଭୟ ପୁରୁଷ ଓ ମହିଳାମାନେ ସେକ୍ସ ଟଏ ବ୍ୟବହାର କରୁଥିବା ଆପଣମାନେ ଜାଣିଛନ୍ତି । ତେବେ ପଶୁମାନେ ଏଥିରୁ ବାଦ୍ ପଡ଼ିନାହାନ୍ତି । ମାଙ୍କଡ଼ମାନେ ମଧ୍ୟ ନିଜର ଯୌନ ତୃପ୍ତି ପାଇଁ ସେକ୍ସ ଟଏ ବ୍ୟବହାର କରୁଛନ୍ତି । ଉଭୟ ପୁରୁଷ ଓ ମାଈ ମାଙ୍କଡ଼ ଏଥିରେ ସାମିଲ ରହିଥିବା ଏକ ରିସର୍ଚ୍ଚରୁ ଜଣାପଡ଼ିଛି । ମାଙ୍କଡ଼ମାନେ ଏ କ୍ଷେତ୍ରରେ ଷ୍ଟୋନକୁ ସେକ୍ସ ଟଏ ଭାବେ ବ୍ୟବହାର କରୁଥିବା ୟୁନିଭରସିଟି ଅଫ୍ ଲେଥବ୍ରିଜର ଷ୍ଟଡି ରିପୋର୍ଟରୁ ଖୁଲାସା ହୋଇଛି ।

ଏନେଇ ଗତ ୨୦୦୮ରେ ଏକ ରିସର୍ଚ୍ଚ ତଥ୍ୟ ସାମ୍ନାକୁ ଆସିଥିଲା । ହିଂସ୍ର ପୁରୁଷ ସିମ୍ପାଜିମାନେ ଯୌନ ସନ୍ତୋଷ ଲାଭ କରିବା ପାଇଁ ପ୍ଲାଷ୍ଟିକ୍ ବଟଲ ବ୍ୟବହାର କରୁଥିବା କୁହାଯାଉଥିଲା । ସେହିପରି ଟାଞ୍ଜାନିଆରେ ମେଲ ସିମ୍ପାଜିମାନେ ଫଳର ସହାୟତା ନେଉଥିବା ୨୦୧୬ରେ ଜଣାପଡ଼ିଥିଲା । ଏମାନେ ଶାରୀରିକ ମିଳନ ପୂର୍ବରୁ ହସ୍ତମୈଥୁନ କରୁଥିବା ପୂର୍ବ ଅଧ୍ୟୟନରୁ ଜଣାପଡ଼ିଥିଲା ।

ଗବେଷକଙ୍କ ମତରେ, ଶହ ଶହ ମାଙ୍କଡ଼ମାନେ ବସିଥିବା ଅବସ୍ଥାରେ ସେମାନଙ୍କର ଯୌନାଙ୍ଗରେ ପଥରକୁ ଷ୍ଟ୍ରୋକିଂ କରିଥାନ୍ତି । ପଥର ସହ ଖେଳିବା ଦ୍ୱାରା ସେମାନଙ୍କର ଯୌନାଙ୍ଗ ପ୍ରସାରିତ ହେବା ସହ ସେମାନେ ଯୌନ ତୃପ୍ତି ପାଇଥାନ୍ତି । ତେବେ ମାଈ ମାଙ୍କଡ଼ମାନେ ଯୌନ ତୃପ୍ତି ପାଇଁ ପଥରକୁ ସେକ୍ସ ଟଏ ଭାବେ ବ୍ୟବହାର କରନ୍ତି କି ନାହିଁ ସେନେଇ ସ୍ପଷ୍ଟ ହୋଇନାହିଁ । ଏକ୍ଷେତ୍ରରେ ମାଙ୍କଡ଼ମାନେ କୋମଳ ପଥର ଅପେକ୍ଷା କଠିନ ପଥରକୁ ବ୍ୟବହାର କରୁଥିବା କୁହାଯାଉଛି ।

Get real time updates directly on you device, subscribe now.