fbpx

BSNL ର ଏହି ପ୍ଲାନରେ ସିମ୍ ରହିବା ପୂରା ବର୍ଷେ ଆକ୍ଟିଭ, ଦାମ୍ 800 ରୁ ବି କମ୍

ନୂଆଦିଲ୍ଳୀ: BSNL ପ୍ରାଇଭେଟ୍ ଟେଲିକମ୍ ସଂସ୍ଥାଙ୍କ ତୁଳନାରେ ନିଜ ସ୍ଥିତି ବଜାୟ ରଖିବାକୁ ଚେଷ୍ଟା କରୁଥିଲେ ବି, କମ୍ପାନୀର ପୋର୍ଟଫୋଲିଓରେ କିଛି ଏଭଳି ପ୍ଲାନ୍ ଅଛି, ଯାହା ବେଶ୍ ଆକର୍ଷଣୀୟ । ଡୁଆଲ ସିମ୍ ରଖିଥିବା ଗ୍ରାହକଙ୍କୁ ଏହା ବେଶ୍ ସହାୟକ ହେବ । ଏହି ପ୍ଲାନ ଦ୍ୱାରା ଗ୍ରାହକ ଦୁଇ ସିମ୍ ଆରାମରେ ଆକ୍ଟିଭ ରଖିପାରିବେ । ଗୋଟିଏ ପଟେ ଅନ୍ୟ କମ୍ପାନୀ ମାନେ ସିମ୍ ଆକ୍ଟିଭ ରହିବା ନାଁରେ ମୋଟା ଅଙ୍କର ଟଙ୍କା ଆୟ କରୁଥିବାବେଳେ ବିଏସଏନଏଲ ଏବେବି ସୁଲଭ ଅପ୍ସନ ଦେଉଛି ।

କମ୍ପାନୀର ପୋର୍ଟଫୋଲିଓରେ ଅନେକ ଶସ୍ତା ପ୍ଲାନ ରହିଛି । ଏହିଭଳି ଏକ ପ୍ଲାନ ହେଉଛ ୭୯୭ ଟଙ୍କା ପ୍ଲାନ୍ । ଏହି ପ୍ଲାନ ସାହାଯ୍ୟରେ ୟୁଜର୍ସ ଏକ ବର୍ଷ ପର୍ଯ୍ୟନ୍ତ ସିମ୍ କାର୍ଡ ଆକ୍ଟିଭ ରଖିପାରିବେ । ଏହି ରିଚାର୍ଜ ପ୍ଲାନ (Recharge plan) ରେ ଆପଣଙ୍କୁ ୩୬୫ ଦିନର ବୈଧତା ମିଳିଥାଏ । ଏହାର ଦାମ୍ ୭୯୭ ଟଙ୍କା ଅଟେ ଏବଂ ଏଥିରେ ଆପଣଙ୍କୁ କଲିଂ, ଡାଟା ଏବଂ ଏସଏମଏସ ଲାଭ ମିଳିଥାଏ । ବିଏସଏନଏଲ ର ଏହି ରିଚାର୍ଜ ପ୍ଲାନ ରେ ୟୁଜର୍ସଙ୍କୁ ଅନଲିମିଟେଡ ଲୋକାଲ ଏବଂ ଏସଟିଡି କଲ୍ସ ମିଳିଥାଏ । ଏହା ସହ ୟୁଜର୍ସଙ୍କୁ ପ୍ରତିଦିନ ୨ ଜିବି ଡାଟା ଏବଂ ୧୦୦ ଏସଏମଏସ ମିଳିଥାଏ ।

ଅବଶ୍ୟ, ଏହି ସବୁ ଲାଭ କେବଳ ୬୦ ଦିନ ପର୍ଯ୍ୟନ୍ତ ମିଳିବ । ଅର୍ଥାତ୍ ଏହି ପ୍ଲାନର ବୈଧତା ୩୬୫ ଦିନ କିନ୍ତୁ ଏଥିରେ ସୁବିଧା ଆପଣଙ୍କୁ କେବଳ ୬୦ ଦିନ ପାଇଁ ମିଳିବ । କିନ୍ତୁ ଆପଣ ନମ୍ବରକୁ ବ୍ୟବହାର କରିବାକୁ ଚାହୁଥିଲେ ଏଥିରେ ଅଲଗା ରିଚାର୍ଜ କରିବାକୁ ପଡ଼ିବ ।

Get real time updates directly on you device, subscribe now.