fbpx

ସତ ହେଲା ମାଳିକା ବଚନ! ପୃଥିବୀ ଶେଷ ହେବାର ମିଳିଲା ପୂର୍ବ ସଂକେତ, ଶ୍ରୀମନ୍ଦିରରେ…

ସତ ହେବାକୁ ଯାଉଛି ମାଳିକା ବଚନ । ପୃଥିବୀ ଆଡକୁ ମାଡି ଆସୁଛି ମହାବିପଦ! ତେବେ ମହାବିପଦ ପୂର୍ବରୁ ଏହାର ଏକ ସଙ୍କେତ ଦେକିବାକୁ ମିଳିଛି । ଯାହାପରେ ଲୋକମାନଙ୍କ ମନରେ ପ୍ରଶ୍ନ ଉଠିଛି ସତ ହେବ କି ଅଚ୍ୟୁତାନନ୍ଦଙ୍କ ବାଣୀ ? ପୁରୀ ଶ୍ରୀମନ୍ଦିରର ନୀଳଚକ୍ର ଉପରେ ଶହ ଶହ ଚିଲ ଉଡୁଥିବାର ଦୃଶ୍ୟ ଦେିବା ପରେ ଲୋକମାନଙ୍କ ମନରେ ପୃଥିବୀ ଧ୍ୱଂସ ହେବା ନେଇ ଏକ ଅଜଣା ଭୟ ଖେଳିଯାଇଛି ।

ବହୁ ବର୍ଷ ପୂର୍ବେ ଲେଖାଯାଇଥିବା ମାଳିକା ଏବେ ଗୋଟିଏ ପରେ ଗୋଟିଏ ସତ ହେବାରେ ଲାଗିଛି । ମାଳିକାରେ ଲେଖାଯାଇଥିବା ପ୍ରତିଟି ଘଟଣା ଏବେ ସତରେ ଘଟି ଚାଲିଛି । ତେବେ ଏହାର ଅର୍ଥ କ’ଣ ସତରେ ଧ୍ୱଂସ ପାଇବ ପୃଥିବୀ ? ପୁଣି ଏ ନେଇ ଲୋକଙ୍କ ମନରେ ଉଠିଛି ବିରାଟ ପ୍ରଶ୍ନ । ତେବେ ମାଳିକା ଅନୁସାରେ ପୃଥିବୀ ଧ୍ୱଂସ ପୂର୍ବରୁ ଏକ ସଂକେତ ମିଳିଛି । ପୁରୀ ଶ୍ରୀମନ୍ଦିର ଉପରେ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଛି । ଯାହା ପରେ ପୃଥିବୀ ଧ୍ୱଂସ ହେବାର ଏହି ଭୟ ଲୋକଙ୍କ ମନରେ ଦୃଢୀଭୂତ ହୋଇଯାଇଛି ।

ଶ୍ରୀମନ୍ଦିର ଉପରେ ଚିଲ ଉଡିବା ଘଟଣା ସୂଚାଇ ଦେଉଛି ଯେ, ସାବଧାନ! ପୃଥିବୀ ଆଡକୁ ମାଡି ଆସୁଛି ମହା ବିପଦ । ଘଣ୍ଟା ଘଣ୍ଟା ଧରି ଶ୍ରୀମନ୍ଦିର ଉପରେ ଉଡିଛନ୍ତି ଶହ ଶହ ଚିଲ । ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଅଦିନିଆ ଚିଲ ଉଡିବା ଦେଖି ଲୋକଙ୍କ ମନରେ ଏକ ଅଜଣା ଭୟ ବସା ବାନ୍ଧିଛି । ବଡ ମନ୍ଦିର ଉପରେ ଚିଲ ଉଡିବା ଘଟଣା ଏକ ମହାବିପଦର ପୂର୍ବ ସଂକେତ ବୋଲି ଆଲୋଚନା ହେବାରେ ଲାଗିଛି । ଅେଅନକ ଲୋକ ପ୍ରଶ୍ନ କରିଛନ୍ତି ମହାପ୍ରଭୁଙ୍କର ଏ କି ସଂକେତ ?

ଏହି ଘଟଣା ପୂର୍ବରୁ ମାଳିକାରେ ଉଲ୍ଲେଖ ରହିଛି ବୋଲି ଅନେକ ଲୋକ କହିଛନ୍ତି । ତେବେ ମାଳିକା ଅନୁସାରେ ଏହା ପୃଥିବୀ ଧ୍ୱଂସ ହେବାର ଏକ ପୂର୍ବ ସଂକେତ ବୋଲି ଲୋକମାନେ ବିଶ୍ୱାସ କରି ନେଇଛନ୍ତି । ଶ୍ରୀମନ୍ଦିର ନୀଳଚକ୍ର ଉପରେ ଚିଲ ଉଡିବା ଘୋର ଅଶୁଭ ସଂକେତ ।

କିଛି ଦିନ ପୂର୍ବରୁ ଶ୍ରୀମନ୍ଦିର ବାଇଶି ପାହାଚରେ ପାଣି ପଶି ଲହଡି ଭାଙ୍ଗିଥିଲା । ଯାହାକୁ ଦେଖି ଭୟଭୀତ ହୋଇଯାଇଥିଲେ ଶ୍ରୀକ୍ଷେତ୍ର ବାସୀ । ଆଉ ଏବେ ଶ୍ରୀମନ୍ଦିରେ ଚିଲ ଉଡିବା ଘଟଣାକୁ ନେଇ ମଧ୍ୟ ଓଡିଶାବାସୀ ସହଜରେ ଗ୍ରହଣ କରି ପାରିନାହାନ୍ତି । ତେଣୁ ଆଗକୁ କିଛି ଏକ ବିପତ୍ତି ଆସୁଛି ବୋଲି ଲୋକମାନଙ୍କ ମଧ୍ୟରେ ଭୟ ଖେଳିଯାଇଛି । ଏମିତିକି ପୃଥିବୀ ଧ୍ୱଂସ ହେବାର ସମୟ ଆସିଯାଇଛି ବୋଲି ମଧ୍ୟ କୁହାଯାଉଛି ।

Get real time updates directly on you device, subscribe now.