fbpx

ବିଜେପି ସଂସଦୀୟ ବୋର୍ଡ ସଦସ୍ୟଙ୍କ ନାମ ଘୋଷଣା: ବାଦ୍‌ ପଡିଲେ ଶିବରାଜ ସିଂ ଏବଂ ଗଡକରୀ, ସାମିଲ ହେଲେ ନୂଆ ଚେହେରା

ନୂଆଦିଲ୍ଲୀ : ବିଜେପି ଏହାର ସଂସଦୀୟ ବୋର୍ଡ ସଦସ୍ୟଙ୍କ ନାମ ଘୋଷଣା କରିଛି । ସଂସଦୀୟ ବୋର୍ଡରେ କିଛି ନୂଆ ଚେହେରା ନିଆଯାଇ ଥିବାବେଳେ ଏଥିରେ କିଛି ନେତାଙ୍କ ନାମ ଅନ୍ତର୍ଭୁକ୍ତ କରାଯାଇ ନାହିଁ । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏବଂ କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀଙ୍କ ନାମ ସଂସଦୀୟ ବୋର୍ଡ ସଦସ୍ୟଙ୍କ ତାଲିକାରୁ ହଟାଇ ଦିଆଯାଇଛି । ବିଜେପି ମୁଖ୍ୟ ଜେପି ନାଡ୍ଡାଙ୍କୁ ସଂସଦୀୟ ବୋର୍ଡର ଅଧ୍ୟକ୍ଷ କରାଯାଇଛି ।

ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଗୃହମନ୍ତ୍ରୀ ମଧ୍ୟ ଅଛନ୍ତି । ନୂତନ ସଂସଦୀୟ ବୋର୍ଡରେ ସ୍ଥାନପାଇଥିବା ନେତାମାନେ ହେଲେ ଜେପି ନାଡ୍ଡା (ଚେୟାରମ୍ୟାନ୍‌), ନରେନ୍ଦ୍ର ମୋଦୀ, ଅମିତ ଶାହା, ସରବାନନ୍ଦ ସୋନୋୱାଲ, କେ ଲକ୍ଷ୍ମଣ, ଇକବାଲ ସିଂ ଲାଲପୁରା, ସୁଧା ଯାଦବ, ସତ୍ୟନାରାୟଣ ଜଟିଆ ଆଦି ସଦସ୍ୟଙ୍କୁ ନେଇ ଦଳର କେନ୍ଦ୍ରୀୟ ସଂସଦୀୟ ବୋର୍ଡ ଗଠନ କରାଯାଇଛି । ଏଥିସହିତ କେନ୍ଦ୍ରୀୟ ନିର୍ବାଚନ କମିଟି ମଧ୍ୟ ଘୋଷଣା କରାଯାଇଛି । ମହାରାଷ୍ଟ୍ରର ଡେପୁଟି ସିଏମ୍‌ ଦେବେନ୍ଦ୍ର ଫଡନାଭିସ୍‌ ଏଥିରେ ଅନ୍ତର୍ଭୁକ୍ତ ହୋଇଛନ୍ତି । ଜେପି ନାଡ୍ଡା ମଧ୍ୟ କେନ୍ଦ୍ରୀୟ ନିର୍ବାଚନ କମିଟିର ସଭାପତି ହେବେ ।

Get real time updates directly on you device, subscribe now.