fbpx

ରାଷ୍ଟ୍ରପତିଙ୍କ ସଚିବ ହେଲେ ଓଡ଼ିଶା କ୍ୟାଡର IAS, ଜାଣନ୍ତୁ କିଏ…

ନୂଆଦିଲ୍ଲୀ: ଆଇଏଏସ ରାଜେଶ ବର୍ମାଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୂଙ୍କ ସଚିବ ଭାବରେ ନିଯୁକ୍ତ କରାଯାଇଛି । ଏନେଇ କେନ୍ଦ୍ର ସରକାରଙ୍କ ତରଫରୁ ବିଧିବଦ୍ଧ ଭାବରେ ସୂଚନା ଦିଆଯାଇଛି । ରାଜେଶ ବର୍ମା ୧୯୮୭ ବ୍ୟାଚର ଓଡ଼ିଶା କ୍ୟାଡର ଆଇଏଏସ ।

କ୍ୟାବିନେଟ ନିଯୁକ୍ତି ସମିତି, କପିଲ ଦେବ ତ୍ରିପାଠୀଙ୍କ ସ୍ଥାନରେ ଭାରତର ରାଷ୍ଟ୍ରପତିଙ୍କ ସଚିବ ଭାବରେ ରାଜେଶ ବର୍ମାଙ୍କୁ ନିଯୁକ୍ତିକୁ ମଞ୍ଜୁରୀ ମିଳିଛି । ଆସାମ-ମେଘାଳୟ କ୍ୟାଡରର ୧୯୮୦ ବ୍ୟାଚର ଅବସରପ୍ରାପ୍ତ ଆଇଏଏସ(IAS) ଅଧିକାରୀ ତ୍ରିପାଠୀଙ୍କୁ ଏପ୍ରିଲ ୨୦୨୦ ରେ ତକ୍ରାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସଚିବ ଭାବରେ ନିଯୁକ୍ତ କରାଯାଇଥିଲା ।

ଆଇଏଏସ ରାଜେଶ ବର୍ମା ଅତୀତରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଧାନ ସଚିବ ଏବଂ ଶକ୍ତି ବିଭାଗର ପ୍ରଧାନ ସଚିବ ଭାବରେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି । ବର୍ତ୍ତମାନ ସେ କର୍ପୋରେଟ୍ ବ୍ୟାପାର ମନ୍ତ୍ରାଳୟ ସେକ୍ରେଟେରୀ ଭାବରେ କାମ କରୁଛନ୍ତି ।

Get real time updates directly on you device, subscribe now.