ନୂଆଦିଲ୍ଲୀ:କରୋନା ସମୟରେ ଆପଣ ଏହି ମେଡିସିନର ନାମଟି ନିହାତି ଶୁଣିଥିବେ । କେବେ ଏତିକି ନୁହେଁ ତେକେ ଯେ ଲୋକ ଏହାକୁ ଖାଇଥିବେ ତାହାର ଆକଳନ ମଧ୍ୟ ନାହିଁ । କିନ୍ତୁ ଆପଣ ଯେତେବେଳେ ଜାଣିବେ ଏହା ପଛରେ କୌଣସି ସ୍ୱାର୍ଥ ରହିଛି ତେବେ ଏହା ଆପଣଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ କରିବ । କରୋନା ଯେପରି ହୁ ହୁ ହୋଇ ବଢ଼ୁଥିଲା ଠିକ ସେମିତି ଡୋଲୋ ମେଡିସିନର ମଧ୍ୟ ବିକ୍ରି ବଢ଼ିଥିଲା କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏଭଳି କରିବା ପଛରେ ଥିଲା ୧ହଜାର କୋଟି ଟଙ୍କା । ନିଜର ମୁନାଫା କରିବା ପାଇଁ ଏହି ଔଷଧ କମ୍ପାନୀ ଡାକ୍ତର ମାନଙ୍କୁ ୧ହଜାର କୋଟି ଟଙ୍କାର ଗିଫ୍ଟ ଦେଇଥିବା କଥା ବର୍ତ୍ତମାନ ସାମ୍ନାକୁ ଆସିଛି ।କରୋନା ସମୟରେ ଏହି ମେଡିସିନ ଲେଖିବା ପାଇଁ ଡୋଲୋ ଡାକ୍ତର ମାନଙ୍କୁ ଏଭଳି ଲାଞ୍ଚ ଦେଇଥିବା କଥା ପ୍ରକାଶ ହୋଇଛି । ଏହି ଘଟଣା ପ୍ରକାଶ ପାଇବା ପରେ ସୁପ୍ରିମକୋର୍ଟ ଏହା ଉପରେ ଉଦବେଗ ପ୍ରକାଶ କରିଛି ।
ସୂଚନାମୁତାବକ ରୋଗୀଙ୍କ ପାଇଁ ଔଷଧ ଲେଖିବା ବେଳେ ଡୋଲୋ – ୬୫୦ ଖାଇବା ପାଇଁ ପରାମର୍ଶ ଦେବାକୁ କମ୍ପାନି ଡାକ୍ତରମାନଙ୍କୁ ପ୍ରଲୋଭନ ଦେଖାଥିବା କଥା ପ୍ରକାଶ ପାଇଛି । ଏ ବାବଦରେ କମ୍ପାନି ହଜାରେ କୋଟି ଟଙ୍କା ଖର୍ଚ୍ଚ କରିଛି । ଡୋଲୋ – ୬୫୦ ଔଷଧର ନିର୍ମାତା ଏହି ଉପହାର ଡାକ୍ତରମାନଙ୍କୁ ଦେଇଥିବା ସଂପର୍କରେ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ ( ସିବିଡିଟି ) ଅଭିଯୋଗ କରିଛି । ଗୁରୁବାର ଫେଡେରେସନ ଅଫ୍ ମେଡିକାଲ ଆଣ୍ଡ୍ ସେଲ୍ ରିପ୍ରେଜେଣ୍ଟିଟିଭ ସ୍ ଆସୋସିଏସନ ଅଫ୍ ଇଣ୍ଡିଆ ( ଏଫଏମଏସଆରଏଆଇ ) ସୁପ୍ରିମ କୋର୍ଟଙ୍କୁ ଏ ସଂପର୍କରେ ସୂଚନା ଦେଇଛି । ସଂଘ ପକ୍ଷରୁ ଏନେଇ ଜନସ୍ବାର୍ଥ ମାମଲା ( ପିଆଇଏଲ୍ ) ଦାୟର ହୋଇଛି । ଏହି ମାମଲାର ଶୁଣାଣି ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ଏବଂ ଜଷ୍ଟିସ ଏଏସ ବୋପାନ୍ନା କରୁଛନ୍ତି । ଖଣ୍ଡପୀଠ ଉକ୍ତ ପ୍ରସଙ୍ଗର ଗମ୍ଭୀରତାକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି । ଜଷ୍ଟିସ ଚନ୍ଦ୍ରଚୂଡ଼ କହିଛନ୍ତି , ମୋତେ କୋଭିଡ – ୧୯ ହୋଇଥିବା ସମୟରେ ମୁଁ ମଧ୍ୟ ଏହି ଔଷଧ ଖାଇଛି । ଉକ୍ତ ବ୍ୟବସ୍ଥାର ଅନୁଧ୍ୟାନ କରିବା ସହିତ ଏଥିରେ ସ୍ଵଚ୍ଛତା , ଉତ୍ତରଦାୟିତ୍ଵ ଏବଂ ଉଲଂଘନ କ୍ଷେତ୍ରରେ ପରିଣାମ ଭୋଗିବା ବ୍ୟବସ୍ଥା ରଖିବା ପାଇଁ ସେ କହିଛନ୍ତି । ଶ୍ରୀ ପାରିଖ ଏହା ମଧ୍ୟ କହିଛନ୍ତି ଯେ ଏ ନେଇ ପୂର୍ବରୁ କୋଡ୍ ରହିଛି । ତେଣୁ ଏହା ସ୍ଵେଚ୍ଛାଧୀନ କିମ୍ବା ବାଧ୍ୟତାମୂଳକ ତାହା ହିଁ ପ୍ରସଙ୍ଗ ବୋଲି ସେ ଦର୍ଶାଇଛନ୍ତି । ଏହାପରେ ବିଚାରପତି ଚନ୍ଦ୍ରଚୂଡ଼ ଟିପ୍ପଣୀ ଦେଇଥିଲେ ଆଇନ ପ୍ରଣୟନ ପାଇଁ ଆମେ ସଂସଦକୁ ନିର୍ଦ୍ଦେଶ ଦେଇପାରିବୁ ନାହିଁ । ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ଅଭିଯୋଗ ଉପରେ ଉତ୍ତର ରଖିବା ପାଇଁ ୧୦ ଦିନ ସମୟ ଦେଇଛନ୍ତି ।