fbpx

‘ଦ କାଶ୍ମୀର ଫାଇଲ୍ସ’ ମୁଭିକୁ ନେଇ କାନାଡା ଫିଲ୍ମ ମେକରଙ୍କ ପ୍ରତିକ୍ରିୟା: ଓକ୍ସାର ଆୱାର୍ଡକୁ ନେଇ କହିଲେ ଏପରି କଥା

ମୁମ୍ବାଇ: ଚଳିତ ବର୍ଷ ମାର୍ଚ୍ଚ ମାସରେ ଆର୍ ଆର୍ ଆର୍ ମୁଭି ସମେତ ‘ଦ କାଶ୍ମୀର ଫାଇଲ୍ସ’ ମୁଭି ମଧ୍ୟ ରିଲିଜ ହୋଇଥିଲା । ଏହି ଫିଲ୍ମକୁ ନେଇ ସେ ସମୟରେ ବହୁ ବାଦ ବିବାଦ ଦେଖା ଦେଇଥିଲା । ତେବେ ସବୁ ପରେ ମଧ୍ୟ ‘ଦ କାଶ୍ମୀର ଫାଇଲ୍ସ’ମୁଭି ରିଲିଜ ହେବା ସହ ଏହାକୁ ଦର୍ଶକମାନେ ଖୁବ ପସନ୍ଦ କରିଥିଲେ । ଏଥି ସହିତ ଦେଶ ବିଦେଶରେ ‘ଦ କାଶ୍ମୀର ଫାଇଲ୍ସ’ଚଳଚିତ୍ରକୁ ସମସ୍ତ ଦର୍ଶକଙ୍କ ମନ ଜିତି ପାରିଥିଲା ।ଯାହାକୁ ନେଇ ଭାରତ ଓସ୍କାର ଆୱାର୍ଡ ପାଇଁ ଏହି ମୁଭିର ନାଁ ଦେବାକୁ ଯାଉଛି ।

‘ଦ କାଶ୍ମୀର ଫାଇଲ୍ସ’ମୁଭିକୁ ନେଇ ନିକଟରେ କାନାଡା ଫିଲ୍ମ ମେକର ଡାଏଲନ ମୋହନ ଗ୍ରେ ନିଜର ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ ‘ଦ କାଶ୍ମୀର ଫାଇଲ୍ସ’ ମୁଭି କେବଳ ଦେଶରେ ହିସାଂ ସୃଷ୍ଟି କରୁଥିବା ବେଳେ ମନରେ ଘୃଣାକୁ ମଧ୍ୟ ବଢାଉଛି । ତେଣୁ ଏହି ମୁଭିକୁ ଯଦି ଓକ୍ସାର ପାଇଁ ପଠାଯାଏ ତାହାଲେ ଏଥିପାଇଁ ଭାରତ ଲଜ୍ଜିତ ହେବ ।

ତେବେ ଏହା ପୂର୍ବରୁ ‘ଦ କାଶ୍ମୀର ଫାଇଲ୍ସ’ମୁଭିକୁ ନେଇ ବଲିଉଡ୍ ଫିଲ୍ମ ମେକର ଅନୁରାଗ କଶ୍ୟପ କହିଥିଲେ ଯେ ମତେ ଡର ଲାଗୁଛି, ଏହି ଫିଲ୍ମକୁ ଓକ୍ସାର ଆୱାର୍ଡ ପାଇଁ ଫଠା ନ ଯିବା ହିଁ ଭାରତ ପାଇଁ ଭଲ ହେବ । ତେବେ ଅନୁରାଗଙ୍କର ଏହି କଥାରେ ‘ଦ କାଶ୍ମୀର ଫାଇଲ୍ସ’ମୁଭିର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ରାଗିଯାଇଥିଲେ । ଏହାପରେ ସେ ଟୁଇଟ୍ ମଧ୍ୟମରେ ଅନୁରାଗଙ୍କୁ ଗାଳି କରିବା ସହ କହିଥିଲେ ଯେ ଅନୁରାଗ ‘ଦ କାଶ୍ମୀର ଫାଇଲ୍ସ’ ବିରୋଧରେ ଘୃଣାର କ୍ୟାମ୍ପେନ ଆରମ୍ଭ କରିଦେଇଛନ୍ତି । ତେବେ ବିବେକଙ୍କ ଏହି ଟୁଇଟ୍ କୁ ରି ଟୁଇଟ୍ କରି କାନାଡା ଫିଲ୍ମ ମେକର ଡାଏଲନ ମୋହନ ଗ୍ରେ କହିଛନ୍ତି ଯେ ‘ଦ କାଶ୍ମୀର ଫାଇଲ୍ସ’ମୁଭି ଘୃଣା ସୃଷ୍ଟି କରିଥିବା ଭଳି ଏକ ମୁଭି । ଅନୁରାଗ ଯାହା କହିଛନ୍ତି ଠିକ୍ କହିଛନ୍ତି । ଏଥିସହିତ ସେ ଦେଶ ପାଇଁ ଭଲ ଚିନ୍ତା କରୁଛନ୍ତି । ତେବେ କାନାଡା ଫିଲ୍ମ ମେକର ଡାଏଲନ ମୋହନ ଗ୍ରେଙ୍କ ଟୁଇଟ୍ କୁ ନେଇ ବର୍ତ୍ତମାନ ସୁଦ୍ଧା ‘ଦ କାଶ୍ମୀର ଫାଇଲ୍ସ’ ମୁଭିର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

Get real time updates directly on you device, subscribe now.