fbpx

ହୀରାକୁଦ ଅପଡେଟ୍: ଧିରେ ଧିରେ କମୁଛି ଜଳ ସ୍ଥର, ବନ୍ଦ ହେଉଛି ଗେଟ୍

ସମ୍ବଲପୁର: କମୁଛି ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର । ବର୍ତ୍ତମାନ ମୋଟ ୨୦ ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି । ସକାଳ ୬ ଟା ସୁଦ୍ଧା ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର ୬୨୧.୦୨ ଫୁଟ୍ ରହିଥିବା ବେଳେ ,ଡ୍ୟାମ୍ କୁ ୨ ଲକ୍ଷ ୧୬ ହଜାର ୬୧୩ କ୍ୟୁସେକ୍ ଜଳ ପ୍ରବେଶ କରୁଛି । ସେହିପରି ୩ ଲକ୍ଷ ୫୪ ହଜାର ୬୯୪ କ୍ୟୁସେକ ଜଳ ନିଷ୍କାସିତ ହେଉଛି ।

ଅନ୍ୟପକ୍ଷେ ମୁଣ୍ଡଳିରେ ୮ ଲକ୍ଷ ୧୪୯ କ୍ୟୁସେକ ଜଳ ପ୍ରବାହିତ ହେଉଛି । ସେହିପରି ବରମୂଳରେ ୭ ଲକ୍ଷ ୩୭ ହଜାର କ୍ୟୁସେକ୍ ଜଳ ପାସ୍ କରୁଛି । ଏତତ୍ ବ୍ୟତୀତ ଖଇରମାଳରେ ୫ ଲକ୍ଷ ୫୫ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଛି । ତେବେ ବଙ୍ଗୋପ ସାଗରରେ ସୃଷ୍ଟି ଲଘୁଚାପ କାରଣରୁ ଉପର ମୁଣ୍ଡରେ ପ୍ରବଳ ବର୍ଷା ଲାଗିରହିଥିଲା । ଫଳରେ ହିରାକୁଦର ଜଳସ୍ତର ବୃଦ୍ଧି ପାଇବା ସହ ମୋଟ ୪୦ ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଥିଲା । ଯାହା ବର୍ତ୍ତମାନ ୨୦ ରେ ପହଞ୍ଚିଛି । ଏବେ ହୀରାକୁଦର ମୋଟ ୨୦ ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି । ପ୍ରବଳ ବର୍ଷା କାରଣରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଛୋଟ ଓ ମଧ୍ୟମ ଧରଣର ବନ୍ୟା ମଧ୍ୟ ସୃଷ୍ଟି ହୋଇଛି ।

Get real time updates directly on you device, subscribe now.