fbpx

ଟଳିଲା ବିପଦ:ହୀରାକୁଦର ବନ୍ଦ ହେଲା ଆଉ ୪ଟି ଗେଟ୍

ସମ୍ବଲପୁର: ରାଜ୍ୟରୁ ଟଳିଲା ବିପଦର ଆଶଙ୍କା । ହୀରାକୁଦର ବନ୍ଦ ହେଲା ଆଉ ୪ଟି ଗେଟ୍ । ଖୋଲାଯାଇଥିବା ମୋଟ ୨୦ଟି ଗେଟ ମଧ୍ୟରୁ ହୀରାକୁଦର ଆଉ ୪ଟି ଗେଟ୍ ବନ୍ଦ ହୋଇଛି । ବର୍ତ୍ତମାନ ୧୬ଟି ଗେଟ୍ ଦେଇ ଜଳ ନିଷ୍କାଷିତ ହେଉଥିବା ବେଳେ ୬୨୧ ଫୁଟ୍ ତଳକୁ ଖସିଲା ଜଳସ୍ତର । ସକାଳ ୯ ସୁଦ୍ଧା ହୀରାକୁଦର ଜଳସ୍ତର ୬୨୦.୭୧ ଫୁଟ ରହିଛି ।

ଅନ୍ୟପକ୍ଷେ ବର୍ତ୍ତମାନ ଡ୍ୟାମ୍ କୁ ପ୍ରବେଶ କରୁଛି ୧ ଲକ୍ଷ ୮୩ ହଜାର ୩୮୧ କ୍ୟୁସେକ ଜଳ । ସେହିପରି ଡ୍ୟାମ୍ ରୁ ୩ ଲକ୍ଷ ୫୪ ହଜାର ୬୦୪ କ୍ୟୁସେକ ଜଳ ନିଷ୍କାଷିତ ହେଉଛି । ଏତତ୍ ବ୍ୟତୀତ ଖଇରମାଳରେ ପାସ୍ କରୁଛି ୫ ଲକ୍ଷ ୧୪ ହଜାର କ୍ୟୁସେକ ଜଳ । ସେହିପରି ମୁଣ୍ଡଳିରେ ମଧ୍ୟ ୭ ଲକ୍ଷ ୫୭ ହଜାର ୯୧୫ କ୍ୟୁସେକ ଜଳ ପ୍ରବାହିତ ହେଉଛି । ଯାହାଫଳରେ ରାଜ୍ୟରୁ ବଡ ବନ୍ୟା ହେବାର ବିପତ୍ତି ଟଳିଛି । ତେବେ ବନ୍ୟାପରେ ସମ୍ପୂର୍ଣ୍ଣ କ୍ଷତିକ୍ଷତିର ଆକଳନ କରାଯିବ ବୋଲି ଏସ୍ ଆର୍ ସି ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.