fbpx

ଧୀରେ ଧୀରେ ଟଳୁଛି ବିପଦ:ବନ୍ଦ ହେଲା ହୀରାକୁଦର ଆଉ ୬ଟି ଗେଟ

ଭୁବନେଶ୍ୱର:ବର୍ତ୍ତମାନ ରାଜ୍ୟରେ ବନ୍ୟା ସ୍ଥିତି ଟିକିଏ ସୁଧୁରିବାରେ ଲାଗିଲାଣି । ସବୁ ଆଡେ ଜଳମଗ୍ନ ଥିବା ବେଳେ କିପରି ଲୋକମାନଙ୍କ ପାଖରେ ସହାୟତା ପହଞ୍ଚି ପାରିବ ତାହାଉପରେ ବର୍ତ୍ତମାନ ଅଧିକ ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ତେବେ ଆଜି ସକାଳେ ହୀରାକୁଦର ୮ଟି ଗେଟ ବନ୍ଦ କରାଯାଇଥିଲା । ଏବଂ ୧୬ ଟି ଗେଟ ଦେଇ ଜଳନିଷ୍କାସିତ ହେଉଥିବା ବେଳେ ଏବେ ପୁଣି ୬ଟି ଗେଟକୁ ବନ୍ଦ କରାଯାଇଛି ।

ବର୍ତ୍ତମାନ ମୋଟ ୧୦ ଟି ଗେଟ ଦେଇ ଜଳ ନିଷ୍କାସନ କରାଯାଉଛି ।ବର୍ତ୍ତମାନ ୧୦ ଟି ଗେଟ ଦେଇ ପ୍ରବେଶ କରୁଛି ୧ଲକ୍ଷ ୯୦ ହଜାର ୨୯୮ କ୍ୟୁସେକ ଜଳ ଏବଂ ନିଷ୍କାସନ ହେଉଛି ୨ ଲକ୍ଷ ୯୧ ୪୩୩ କ୍ୟୁସେକ । ଆଜି ଦିନ ୧୨ ଟା ସୁଦ୍ଧା ୬୨୦.୪୭ ଫୁଟ ଜଳସ୍ତର ରହିଛି ।

Get real time updates directly on you device, subscribe now.