fbpx

ବନ୍ୟା ବିତ୍ପାତ: ଜଗତସିଂହପୁରରେ ୩ ଦିନ ପୁରୀରେ ୨ ଦିନ ସ୍କୁଲ ବନ୍ଦ; SRC କହିଲେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଉପୁଜିଥିବା ବନ୍ୟା ପରସ୍ଥିତି ଯୋଗୁଁ ନାହିଁ ନଥିବା ହଇରାଣ ହେଉଛନ୍ତି ଲୋକେ । ଅନେକ ଗାଁ ଜଳମଗ୍ନ ହୋଇଛି, ଏବେବି ଅନେକ ଗାଁ ଜଳବନ୍ଦୀ ଭିତରେ ରହିଛି । ତେବେ ସ୍ଥିତିରେ ସାମନ୍ୟା ସୁଧାର ଆସିଥିଲେ ବି କମିନି ଦୁର୍ଦ୍ଦଶା ।

ତେବେ ବନ୍ୟାଜଳକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲାର ୭ ବ୍ଲକର ୪୩ ଟି ସ୍କୁଲକୁ  ୩ଦିନ ବନ୍ଦ ଲାଗି ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଏହିସବୁ ବ୍ଲକରେ ଆସନ୍ତା ୨୨ ତାରିଖରୁ ୨୪ ତାରିଖ ଯାଏଁ ବନ୍ଦ ରହିବ ସ୍କୁଲ । ସେହିପରି ପୁରୀ ଜିଲ୍ଲାରେ ମଧ୍ୟ ବନ୍ୟା ପ୍ରଭାବିତ ଅଞ୍ଚଳରେ ୪ଟି ବ୍ଲକରେ ସ୍କୁଲ ଛୁଟି ଘୋଷଣା କରାଯାଇଛି ଏଠାରେ ୨୨ ଓ ୨୩ ତାରିଖ ଦୁଇ ଦିନ ସ୍କୁଲ ବନ୍ଦ ରଖିବାକୁ ନିଷ୍ପତ୍ତି । ପ୍ରଭାବିତ ବ୍ଲକ୍ ନିମାପଡ଼ା, ଗୋପ, ଡେଲାଙ୍ଗ, କଣାସରେ ସ୍କୁଲ ଛୁଟି କରାଯାଇଛି ।

ଏହାରି ମଧ୍ୟ ରାଜ୍ୟରେ ବନ୍ୟା ସ୍ଥିତିକୁ ସୂଚନା ଦେଇଛନ୍ତି ଏସଆରସି  । ଏସଆରସି କହିଛନ୍ତି, ୧୩ ଜିଲ୍ଲାର ୭୩ ଟି ବ୍ଲକ୍  ୬୦୯ ପଞ୍ଚାୟତ କ୍ଷତିଗ୍ରସ୍ତ । ଏବେବି ପାଣି ଘେରରେ ୭୬୮ ଟି ଗାଁ ରହିଛି । ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷିବ ବୋଲି ମଧ୍ୟ କହିଛନ୍ତି । ଏସଆରସି ଆହୁରି କହିଛନ୍ତି ଗାଲୁଡିହ ବ୍ୟାରେଜରୁ ୬ ଲକ୍ଷ କ୍ୟୁସେକ୍ ପାଣି ଆସୁଛି ଫଳରେ ସୁବର୍ଣ୍ଣରେଖାରେ ବନ୍ୟା ନିଶ୍ଚିତ ।

 

Get real time updates directly on you device, subscribe now.