fbpx

ଜଳବନ୍ଦୀ ଜୀବନ କାଟୁଛନ୍ତି ଛାତ୍ରଛାତ୍ରୀ, ପୁରୀ ଜିଲ୍ଲାରେ ଆଉ ଦୁଇଦିନ ସ୍କୁଲ ବନ୍ଦ

ପୁରୀ, (ଭାସ୍କର ନ୍ୟୁଜ୍‌) : ପୁରୀ ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଥିବା ସ୍କୁଲଗୁଡ଼ିକୁ ଆଉ ଦୁଇଦିନ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି । ୪ଟି ବ୍ଲକରେ ଦୁଇଦିନ ପାଇଁ ସ୍କୁଲ ବନ୍ଦ ରହିବ । ୨୨ ଓ ୨୩ ତାରିଖରେ ଏହି ବନ୍ଦ ପାଇଁ ଘୋଷଣା କରାଯାଇଛି । ନିମାପଡ଼ା, ଗୋପ, ଡେଲାଙ୍ଗ ଓ କଣାସ ବ୍ଲକରେ ସ୍କୁଲଗୁଡ଼ିକ ବନ୍ଦ ରହିବ ବୋଲି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ଘୋଷଣା କରିଛନ୍ତି ।

ସୂଚନା ମୁତାବିକ, ପୁରୀ ଜିଲ୍ଲାରେ ଅନେକ ସ୍କୁଲ, ଘର ଏବଂ ରାସ୍ତା ବନ୍ୟାପାଣି ଘେରରେ। ଜଳବନ୍ଦୀ ଜୀବନ କାଟୁଛନ୍ତି ଛାତ୍ରଛାତ୍ରୀ। ଏହାକୁ ଦୃଷ୍ଟିରେ ରଖି ୨ ଦିନ ସ୍କୁଲ ଛୁଟି ଘୋଷଣା କରିଛି ଶିକ୍ଷାବିଭାଗ।

Get real time updates directly on you device, subscribe now.