ନୂଆଦିଲ୍ଲୀ: ପାକିସ୍ତାନ ଅଧିକୃତ କାଶ୍ମୀର(ପିଓକେ)ର ଶୌଜାବାଦ ଅଞ୍ଚଳରେ ରବିବାର ପାକିସ୍ତାନ ସେନାର ଏକ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ନଅ ଜଣ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ଘଟିଥିବା ବେଳେ ଚାରି ଜଣ ଆହତ ହୋଇଛନ୍ତି। ନିୟମିତ ଡ୍ୟୁଟିରେ ଯାଉଥିବା ସେନାର ଗାଡି ଗଭୀର ଖାତରେ ଖସି ଯିବାରୁ ଏହି ବଡ ଦୁର୍ଘଟଣା ଘଟିଛି।
ସମସ୍ତ ଆହତ ସୈନିକଙ୍କୁ ରାଓ୍ଵଲପିଣ୍ଡିର ସୈନ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଥିରୁ କିଛି ସୈନିକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଉଛି। ତେଣୁ ମୃତକଙ୍କ ସଂଖ୍ୟା ଆହୁରି ବଢିବାର ସମ୍ଭାବନା ରହିଛି। ସ୍ଥାନୀୟ ପୋଲିସ ଅନୁଯାୟୀ ଯବାନଙ୍କୁ ନେଇ ଯାଉଥିବା ସେନାର ଏକ ଟ୍ରକ ୫୦୦ ଫୁଟ୍ ଗଭୀର ଖାତରେ ଖସି ପଡିଥିଲା। ମାଙ୍ଗ ବଜରୀରୁ ୧୨ କିଲୋମିଟର ପୂର୍ବରୁ ଏହି ଦୁର୍ଘଟଣା ଘଟିଛି।
ଅନ୍ୟପଟେ ଜାମ୍ମୁ-କାଶ୍ମୀରର ରାଜୌରୀ ଜିଲ୍ଲାରେ ସେନାର ଯବାନ ଲସ୍କର ଇ ତୋଇବାର ଟ୍ରେଣ୍ଡ ଗାଇଡକୁ ଗୁଳି କରିବା ପରେ ଗିରଫ କରିଛନ୍ତି। ଏହି ଗାଇଡର ପାକିସ୍ତାନୀ ସେନାର ଗୁଇନ୍ଦା ୟୁନିଟ୍ ପାଇଁ ମଧ୍ୟ କାମ କରୁଥିଲା। ଅଧିକାରୀଙ୍କ ଅନୁସାରେ ପିଓକେର ସବଜକୋଟ ଗାଁର ବାସିନ୍ଦା ୩୨ ବର୍ଷୀୟ ତବରିକ ହୁସେନ ନିୟନ୍ତ୍ରଣ ରେଖା ଅତିକ୍ରମ କରିବାକୁ ଉଦ୍ୟମ କରୁଥିଲା। ଏହି ସମୟରେ ଭାରତୀୟ ଯବାନ ତାକୁ ଗିରଫ କରିଛନ୍ତି।