fbpx

ଚାକିରି ଛାଡିବାକୁ ନେଇ ରହିଛି କି ଦ୍ୱନ୍ଦ୍ୱ? ଏହି ସବୁ ସଙ୍କେତ ଆପଣଙ୍କୁ କରିପାରେ ସାହାଯ୍ୟ

ଆଜିକାଲି ସମୟରେ ଚାକିରି ଖଣ୍ଡେ ମିଳିବା ଏକଦମ କଷ୍ଟକର ହୋଇପଡିଛି । ତେବେ ଅନେକ କର୍ମଚାରୀ ଅଧିକ ଦରମା ପାଇଁ ସବୁବେଳେ ଚିନ୍ତା କରିଥାନ୍ତି, ଯାହା ସେମାନଙ୍କ କ୍ୟାରିୟର ପାଇଁ ପ୍ରାୟତଃ ଅସୁବିଧାର କାରଣ ପାଲଟିପାରେ । ସେହିପରି କିଛି ଲୋକ ନୂଆ ଅଫର ମିଳିବା ପରେ ମଧ୍ୟ ଏତେ ଶୀଘ୍ର ଜବ୍ ଚେଞ୍ଜ କରନ୍ତି ନାହିଁ । କିନ୍ତୁ ଅଧିକାଂଶ ଲୋକ ଏହାକୁ ନେଇ ଖୁବ ଅନେକ ସମୟରେ ଦ୍ୱନ୍ଦ୍ୱରେ ରହିଥାନ୍ତି । ତେବେ ଆସନ୍ତୁ ଜାଣିବା କେବେ ଆପଣ ନିଜ ଚାକିରି ଛାଡିବା ଉଚିତ ହେବ ।

୧- ଅଭିବୃଦ୍ଧିର ଆଶା ନଥିଲେ: ଚାକିରି ଛାଡିବା ପୂର୍ବରୁ ଚିନ୍ତା କରିନ୍ତୁ ଏହି କମ୍ପାନୀରେ କାମ କରିବା ଦ୍ୱାରା ଭବିଷ୍ୟତରେ ଆପଣଙ୍କର ଅଭିବୃଦ୍ଧିର ସୁଯୋଗ କେତେ ପରିମାଣରେ ରହିଛି । ତେବେ ଏହା ଆପଣଙ୍କୁ କୁବ ସହଜରେ ଜଣା ପଡିଯିବ । ଯଦି ଆପଣ ସେହି ପୁରୁଣା ଫର୍ମାଟ ଏବଂ ସ୍ଲୋ ଚାଲୁଛି କିମ୍ବା କମ୍ପାନୀ ଆପଣଙ୍କୁ ନୂଆ ସୁଯୋଗ ଦେଉନାହିଁ, ତେବେ ଚାକିରି ଛାଡି ଦେବା ହିଁ ସର୍ବଶ୍ରେଷ୍ଠ ବିଚାର ହେବ । ଏହାସହିତ କମ୍ପାନୀ ନିଜ କାମରେ ବିସ୍ତାର କରୁଛି କି ନାହିଁ, ସେ ଉପରେ ମଧ୍ୟ ଧ୍ୟାନ ଦିଅନ୍ତୁ । କାରଣ କମ୍ପାନୀ ବିକାଶ କଲେ ଆପଣଙ୍କ ଅଭିବୃଦ୍ଧିର ସମ୍ଭାବନା ମଧ୍ୟ ବୃଦ୍ଧି ପାଇଥାଏ । ତେବେ ଯଦି ଏପରି କିଛି ହେଉନାହିଁ, ଆପଣ ଚାକିରିରୁ ବିଦାୟ ନେଇପାରନ୍ତି ।

୨- କାମ ଅନୁଯାୟୀ ଦରମା ନ ମିଳିବା: ପ୍ରଥମରୁ ଆପଣଙ୍କୁ ମିଳିଥିବା କାମ ଅପେକ୍ଷା ଅନେକ ସମୟରେ କିଛି ନୂଆ ନୂଆ ଦାୟିତ୍ୱ ମଧ୍ୟ ମିଳିଥାଏ । ତେବେ କମ୍ପାନୀ ପ୍ରତି ଆପଣଙ୍କ ନିଷ୍ଠା ଯୋଗୁଁ ଆପଣ ,ହାକୁ ଗ୍ରହଣ କରି ନିଅନ୍ତି ଏବଂ ବିଭିନ୍ନ କାମରେ ନିଜକୁ ନିୟୋଜିତ କରିଥାନ୍ତି । କିନ୍ତୁ ଏମିତି କିଛି ଦିନ ଚାଲିବା ପରେ ବି କମ୍ପାନୀ ଆପଣଙ୍କୁ କାମ ହିସାବରେ ଉଚିତ ଦରମା ପ୍ରଦାନ କରୁନାହିଁ । ଏଭଳି ପରିସ୍ଥିତିରେ କମ୍ପାନୀକୁ ସାଲାରୀ ବଢାଇବା ପାଇଁ ଦାବି କରିପାରନ୍ତି, ଏବଂ ପୂରଣ ନ ହେଲେ ଆପଣ ଏହି ଚାକିରିରୁ ଇସ୍ତଫା ଦେଇ ପାରନ୍ତି ।

୩- ଅଶ୍ଳୀଳ ବ୍ୟବହାର: ଅନେକ ସମୟରେ କମ୍ପାନୀର ମ୍ୟାନେଜମେଣ୍ଟରେ ପରିବର୍ତ୍ତନ ହେବାରୁ ସେଠାକାର କିଛି କର୍ମଚାରୀଙ୍କ ସହ ଖରାପ ବ୍ୟବହାର ହୋଇଥାଏ । ବିନା କାରଣରେ ଏବଂ ବିନା ଦୋଷରେ ମଧ୍ୟ ସେମାନଙ୍କୁ ଉତ୍ତରଦାୟୀ କରି ଦିଆଯାଏ ଓ ହଇରାଣ କରାଯାଏ ।ତେବେ ଯଦି ଆପଣଙ୍କ କମ୍ପାନୀରେ ମଧ୍ୟ ଏପରି କିଛି ସମସ୍ୟାର ଆପଣ ସାମନା କରୁଛନ୍ତି, ତେବେ ଏହାକୁ ଚୁପ ହୋଇ ସହିବା ଉଚିତ ନୁହେଁ । ଆପଣ ଏହି କମ୍ପାନୀରୁ ବିଦାୟ ନେବା ହିଁ ବୁଦ୍ଧିମାନର ବିଷୟ ।

୪- କମ୍ପାନୀର ମାନ୍ଦାବସ୍ଥା: ଯଦି କେବେ ଆପଣଙ୍କୁ ଏହା ଅନୁଭବ ହୁଏ କି, କମ୍ପାନୀ ଆଉ ବେଶୀ ଦିନ ମାର୍କେଟରେ ତିଷ୍ଠି ପାରିବ ନାହିଁ, ଏହା ମଧ୍ୟ ଚାକିରି କରିବାର ଏକ ସମୟ । କମ୍ପାନୀର ମାନ୍ଦାବସ୍ଥା କାରଣରୁ କର୍ମଚାରୀମାନଙ୍କୁ ଛଟେଇ କରିବା ପୂର୍ବରୁ ହିଁ ଆପଣ ଏହାକୁ ଛାଡିଦେବା ଉଚିତ । ଏହା ପରିବର୍ତ୍ତେ କୌଣସି ଏକ ଭଲ ଅଫର ଖୋଜି ପାରନ୍ତି ଆପଣ ।

Get real time updates directly on you device, subscribe now.