fbpx

ପିଲାଙ୍କ ପେଟ ପୋଷିବା ପାଇଁ ବାପା କରୁଛନ୍ତି ଏମିତି ଯାହାକୁ ଦେଖି ସୋସିଆଲ ମିଡିଆ ହଲଚଲ,ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ:ଆପଣ ସୋସିଆଲ ମିଡିଆରେ ଅନେକ ଭାଇରାଲ ଭିଡିଓ ଦେଖିଥିବେ । ଯାହା ଆପଣଙ୍କୁ ହସାଇଥିବ ଆଉ କିଛି କିଛି ସମୟରେ ଏହା ଆପଣଙ୍କ ଆଖିରେ ଲୁହ ମଧ୍ୟ ନେଇ ଆସିଥିବ । ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ଭଳି ଏକ ଭିଡିଓ ଭାଇରାଳ ହେଉଛି ଯାହାକୁ ଦେଖି ଆପଣ ଭାବିବେ ଏମିତି କଷ୍ଟ କାହାକୁ ନ ମିଳୁ ।
ପେଟ ପୋଷିବା ପାଇଁ କାହିଁ କେତେ ଯେ ସମସ୍ୟାକୁ ଆଡେଇ ସେମାନେ ରାସ୍ତାକୁ ବାହାରିଛନ୍ତି । ଆଉ ଆପଣ କହିବେ ଏଥିରେ ନୂତନ କଣ ଅଛି? ସମସ୍ତେ ପ୍ରାୟ ପେଟ ପୋଷିବା ପାଇଁ ଏହିଭଳି ଅନେକ କାମ କରନ୍ତି କିନ୍ତୁ କେହି ନିଜର ପିଲା ମାନଙ୍କ ପେଟ ପୋଷିବା ପାଇଁ ତାଙ୍କୁ ଡହ ଡହ ଖରାରେ ଧରି ବୁଲୁଥିବାର ଆପଣ ଦେଖି ନଥିବେ ।

ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଲୋକାଦୃତ ହେବାର ଲାଗିଛି । ଭିଡିଓରେ ଜଣେ ବାପା ତାର ଗୋଟିଏ ପୁଅ ଆଉ ଝିଅକୁ ସାଙ୍ଗରେ ନେଇ ଖାଦ୍ୟ ବିକ୍ରି କରୁଥିବାର ଦେଖିବାକୁ ମିଳିଛନ୍ତି । ସୂଚନା ମୁତାବକ ଶ୍ରୀଯୁକ୍ତ ପଞ୍ଜୱାନୀ ଜୋମାଟୋରେ କାର୍ଯ୍ୟକରୁଛନ୍ତି । ଆଉ ସେ ଖାଦ୍ୟ ଦେବାକୁ ଯାଉଥିବା ସମୟରେ ନିଜର ପୁଅ ଝିଅଙ୍କୁ ସାଙ୍ଗରେ ନେଇ ଯାଇଛନ୍ତି । କାରଣ ବର୍ତ୍ତମାନ ସମୟ ଯେଉଁଭଳି ହେଲାଣି ସେ ତାଙ୍କୁ ଘରେ ଏକା ଛାଡି ଯିବାକୁ ଡରୁଥିବାରୁ ଏଭଳି ପଦକ୍ଷେପ ନେଇଛନ୍ତି। ଝିଅ ଛୋଟ ହୋଇଥିବାରୁ ସେ ତାଙ୍କ ଛାତି ଆଗରେ ଏକ ଝୁଲାରେ ତାଙ୍କୁ ନେଇ ବୁଲୁଛନ୍ତି । ଆଉ ତାଙ୍କ ଛୋଟ ପୁଅ ତାଙ୍କୁ ତାଙ୍କ କାର୍ଯ୍ୟରେ ସାହାର୍ଯ୍ୟ କରୁଛନ୍ତି । ତେବେ ଏହି ଭିଡିଓଟି ଇନଷ୍ଟାଗ୍ରାମରେ ଏକ ଫୁଡ ବ୍ଳଗରଙ୍କ ଦ୍ୱାରା ପୋଷ୍ଟ କରାଯାଇଛି ।

ତେବେ ଏହି ଭିଡିଓ ସାମ୍ନାକୁ ଆସିବା ପରେ ଜୋମାଟୋ ମଧ୍ୟ ତାଙ୍କୁ ବ୍ୟକ୍ତିଗତ ଭାବେ ସାହାର୍ଯ୍ୟ କରିବାକୁ କହିଛନ୍ତି । ତେଣୁ ସେ ଫୁଡ ବ୍ଲଗରଙ୍କୁ ତାଙ୍କ ଅଡର ଡିଟେଲ୍ସ ମାଗିଛନ୍ତି । ଏହାସହିତ ବର୍ତ୍ତମାନ ସୋସିଆଉ ମିଡିଆରେ ଏହି ଭିଡିଓକୁ ଦେଖିବା ପରେ ବହୁତ ଲୋକ କମେଣ୍ଟ କରୁଛନ୍ତି ।ଏହା ସହିତ ଏହି ଭିଡିଓକୁ ଦେଖି ବହୁ ଲୋକମାନେ ଅନେକ କିଛି ବାର୍ତ୍ତା ଶିଖିବାକୁ ପାଇବେ ବୋଲି କହିଛନ୍ତି । ନିଜ ଛୁଆର ପେଟ ପୋଷବା ପାଇଁ ଜଣେ ବାପା କିଛି ବି କଷ୍ଟ ସହ୍ୟ କରି ପାରନ୍ତି ବୋଲି ଏଥିରୁ ସ୍ପଷ୍ଟା ଭାବେ ବାରି ହେଉଛି ।

Get real time updates directly on you device, subscribe now.