ନୂଆଦିଲ୍ଲୀ: ଚାକିରି ଖୋଜୁଥିବା ଲୋକଙ୍କ ପାଇଁ ପୋଷ୍ଟ ଅଫିସରେ ବାହାରିଛି ବମ୍ପର ନିଯୁକ୍ତି ସୁଯୋଗ । ଭାରତୀୟ ଡାକ ବା ଇଣ୍ଡିଆ ପୋଷ୍ଟ ପକ୍ଷରୁ ପୋଷ୍ଟମ୍ୟାନ, ମେଲ୍ ଗାର୍ଡ ଏବଂ ଅନ୍ୟ ପଦବୀ ଖାଲିପଡିଛି । ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ଇଣ୍ଡିଆ ପୋଷ୍ଟର ଅଫିସିଆଲ ୱେବସାଇଟ୍ indiapost.gov.inକୁ ଯାଇ ଭର୍ତ୍ତି ପାଇଁ ନୋଟିଫିକେସନ ଡାଉନଲୋଡ କରିପାରିବେ । ଏଠାରେ ୯୮,୦୮୩ ପଦବୀ ଖାଲିପଡିଛି । ଦେଶର ୨୩ଟି ସର୍କଲରେ ଏହି ପଦବୀରେ ଭର୍ତ୍ତି କରାଯିବ ।
ଏହାଛଡା ଷ୍ଟେନୋଗ୍ରାଫର ସମ୍ବନ୍ଧୀୟ ପଦବୀ ପାଇଁ ସର୍କଲ ଅନୁଯାୟୀ ସ୍ୱୀକୃତି ଦିଆଯିବ । ଆନ୍ଧ୍ରପ୍ରଦେଶରେ ୧୧୬୬ ଏଟିଏସ୍ ପଦବୀ, ୧୦୮ ମେଲ୍ ଗାର୍ଡ, ୨୨୮୯ ପୋଷ୍ଟମ୍ୟାନ ପଦବୀକୁ ମଞ୍ଜୁରୀ ଦିଆଯାଇଛି । ସେହିପରି ତେଲେଙ୍ଗାନା ସର୍କଲରେ ୧୫୫୩ ପୋଷ୍ଟମ୍ୟାନ, ୮୨ ମେଲ ଗାର୍ଡ ଏବଂ ୮୭୮ ଏମଟିଏସ୍ ପଦବୀ ପାଇଁ ମଞ୍ଜୁରୀ ମିଳିବ ।
ପଦବୀ ବିବରଣୀ : ୯୮,୦୮୩
ପୋଷ୍ଟମ୍ୟାନ୍ : ୫୯,୦୯୯
ମେଲଗାର୍ଡ : ୧୪୪୫
ମଲ୍ଟି ଟାକ୍ସିଂ (ଏମଟିଏସ) : ୩୭୫୩୯
ଶିକ୍ଷାଗତ ଯୋଗ୍ୟତା :
ଏହି ପଦବୀ ପାଇଁ ଆବେଦନ କରୁଥିବା ପ୍ରାର୍ଥୀ ୧୦ମ ପାସ୍ କରିଥିବା ଜରୁରୀ। ଏହାଛଡା କମ୍ପ୍ୟୁଟରରେ ଜ୍ଞାନ ଥିବା ଜରୁରୀ। ସେହିପରି କେତେକ ପଦବୀ ପାଇଁ ଯୁକ୍ତ ୨ ପାସ୍ କରିଥିବା ଜରୁରୀ। ପ୍ରାର୍ଥୀଙ୍କ ଅନୁରୋଧ ଏହିସବୁ ପଦବୀରେ ଆବେଦନ କରିବା ପୂର୍ବରୁ ନୋଟିଫିକେସନ ପଢିବା ଜରୁରୀ। ପ୍ରତ୍ୟେକ ପଦବୀ ପାଇଁ ଅଲଗା ଅଲଗା ଶିକ୍ଷାଗତ ଯୋଗ୍ୟ ଅଲଗା ଅଲଗା ଦିଆଯାଇଛି।
ବୟସ ସୀମା :
ଆବେଦନ କରୁଥିବା ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୧୮ ବର୍ଷ ଏବଂ ସର୍ବାଧିକ ବୟସ ୩୨ ବର୍ଷ ହେବା ଜରୁରୀ।
କିପରି କରିବେ ଆବେଦନ :-
ପ୍ରାର୍ଥୀ ପ୍ରଥମେ ଇଣ୍ଡିଆ ପୋଷ୍ଟର ଅଫିସିଆଲ ୱେବସାଇଟ୍ indiapost.gov.in କୁ ଯାଆନ୍ତୁ।
ଏହା ପରେ ହୋମ ପେଜରେ ଦିଆଯାଇଥିବା ରିକ୍ର୍ୟୁଟମେଣ୍ଟ ଲିଙ୍କ ଉପରେ କ୍ଲିକ କରନ୍ତୁ।
ଆପଣ ଯେଉଁ ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି, ସେଥିପାଇଁ ଆବଶ୍ୟକତା ଯାଞ୍ଚ କରନ୍ତୁ।
ଏହା ପରେପରେ ସାଇନ୍ ଅପ୍ କରି ଆପ୍ଲିକେସନ ଫର୍ମ ଭରନ୍ତୁ।
ଫର୍ମ ଭରିବା ପରେ ଶେଷରେ ଆବେଦନ ଶୁଳ୍କ ଭରିବା ପରେ ସବମିଟ୍ ବଟନ ଉପରେ କ୍ଲିକ କରନ୍ତୁ।
ସବୁକିଛି ଭରି ସାରିବା ପରେ ଆବେଦନ ଫର୍ମକୁ ଡାଉନଲୋଡ କରି ପ୍ରିଣ୍ଟଆଉଟ୍ କାଢି ରଖନ୍ତୁ।
ଅଧିକ ଜାଣିବା ପାଇଁ କ୍ଲିକ କରନ୍ତୁ :
https://www.indiapost.gov.in/vas/Pages/IndiaPostHome.aspx