fbpx
BJD SKY
BJD SKY

ସପ୍ତାହରେ ମାତ୍ର ୪୦ ଘଣ୍ଟା କାମ…କର୍ମଚାରୀଙ୍କ ପାଇଁ ଦେଶରେ ନୂଆ ପ୍ଲାନ

BJD

ନୂଆଦିଲ୍ଲୀ: ସରକାରୀ ହେଉ ବା ବେସରକାରୀ, ସମସ୍ତ କର୍ମଚାରୀଙ୍କୁ ସାପ୍ତାହିକ ଛୁଟିିକୁ ଅପେକ୍ଷା ରହିଥାଏ । ତେବେ ଦେଶର କିଛି କମ୍ପାନୀରେ ସପ୍ତାହକୁ ଗୋଟିଏ ଛୁଟି ମିଳିଥାଏ ଏବଂ ଆଉ କିଛି କମ୍ପାନୀ କର୍ମଚାରୀମାନଙ୍କୁ ୨ଟି ଛୁଟି ଦେଇଥାଏ । ତେବେ ଅନେକ ଦେଶରେ ଏବେ ଅଧିକ ଛୁଟିକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଏହାମଧ୍ୟରେ ଚିଲୀର ରାଷ୍ଟ୍ରପତି ଏକ ନୂଆ ଯୋଜନା ଲଞ୍ଚ କରିଛନ୍ତି । ଏହି ପ୍ଲାନ ଅନୁସାରେ ସମସ୍ତ କର୍ମଚାରୀମାନଙ୍କୁ ସପ୍ତାହରେ ମାତ୍ର ୪୦ ଘଣ୍ଟା କାମ କରିପାରିବେ ।

ସୂଚନା ଅନୁସାରେ ଚିଲୀର ରାଷ୍ଟ୍ରପତି ଗେବ୍ରିଏଲ ବୋରିକ ମଙ୍ଗଳବାର ଦିନ ଏ ନେଇ ଏକ ଘୋଷଣା କରିଛନ୍ତି । ଦେଶରେ କାମ କରିବାର ସମୟ ହ୍ରାସ କରିବା ପାଇଁ ଏକ ବିଲ ପାସ କରିବା ନେଇ ତାଙ୍କ ସରକାର ଉଦ୍ୟମ ଆରମ୍ଭ କରିଛି ବୋଲି ସେ ପ୍ରକାଶ କରିଛନ୍ତି । ସପ୍ତାହକୁ କାମ କରିବାର ସମୟ ୪୫ ଘଣ୍ଟାରୁ ୪୦ ଘଣ୍ଟା କରିବା ଏହି ଯୋଜନାର ମୂଳ ଲକ୍ଷ୍ୟ । ତେବେ ଏଭଳି ଯୋଜନା ଖୁବ ଆଗରୁ ହେବା ଉଚିତ ଥିଲା ବୋଲି ସେ ମତ ଦେଇଥିବା ବେଳେ ଏଥିରେ ବିଳମ୍ବ ପାଇଁ ସେ ପୂର୍ବ ସରକାରଙ୍କୁ ଦୋଷ ଦେଇଛନ୍ତି ।

ତେବେ ବୋରିକ ସରକାର ଏବେ ଏହି ପ୍ରସ୍ତାବକୁ ଗ୍ରୀନ ସିଗନାଲ ଦେଇ ସାରିଛନ୍ତି । ତେଣୁ ଖୁବଶୀଘ୍ର ଦେଶରେ ଏହି ପ୍ଲାନ ଲାଗୁ କରାଯିବ ବୋଲି ଆଶା କରାଯାଉଛି । ତେବେଏହି ନିୟମ ବ୍ୟତୀତ ଆହୁରି କିଛି ନୂଆ ଯୋଜନା ଉପରେ କାମ କରୁଛନ୍ତି ବୋରିକ ସରକାର । ଦେଶରେ ଏମିତି କିଛି ପରିବର୍ତ୍ତନର ଆବଶ୍ୟକତା ରହିଥିବା ନେଇ ରାଷ୍ଟ୍ରପତି ଭବନରେ ହୋଇଥିବା ଏକ ସମାରୋହରେ କହିଛନ୍ତି ଗେବ୍ରିଏଲ ବୋରିକ ।

Get real time updates directly on you device, subscribe now.