fbpx

ଘର ଭଡ଼ାରେ ରହିଲେ ଲାଗିବ ୧୮ ପ୍ରତିଶତ GST! ଜାଣନ୍ତୁ କେନ୍ଦ୍ର ସରକାରଙ୍କ ସମ୍ପୂର୍ଣ୍ଣ ବିବରଣୀ

ନୂଆଦିଲ୍ଲୀ: ଦ୍ରବ୍ୟ ଓ ସେବା କର (ଜିଏସଟି)କୁ ନେଇ ସାରା ଦେଶରେ ଏବେ ଖୁବ ଚର୍ଚ୍ଚା ଜାରି ରହିଛି । କେନ୍ଦ୍ର ସରକାର ଗତ ମାସ ୧୮ ତାରିଖରେ ନୂଆ ଜିଏସଟି ନିୟମ ଲାଗୁ କରିଥିଲେ । ଯଦି ଆପଣ କୌଣସି ରେସିଡେନ୍ସିଆଲ ପ୍ରପର୍ଟିରେ ଭଡ଼ାରେ ରହୁଛନ୍ତି ତେବେ ଏ କ୍ଷେତ୍ରରେ ଆପଣ ଭଡ଼ା ବ୍ୟତୀତ ୧୮ ପ୍ରତିଶତ ଜିଏସଟି ଦେବେ । ଏହି ଖବର ଗତ କିଛିଦିନ ଧରି ଭାଇରାଲା ହେବାରେ ଲାଗିଛି ।

ତେବେ ଭଡ଼ା ବ୍ୟତୀତ ୧୮ ପ୍ରତିଶତ ଜିଏସଟି ଦେବା ମେସେଜ୍ ଏବେ ଚାରିଆଡ଼େ ଭାରିରାଲ ହେବାରେ ଲାଗିଛି । ଏନେଇ ପିଆଇବି ଫ୍ୟାକ୍ଟ ଚେକର ସହାୟତା ନିଆଯାଇଥିଲା । ଏହାପରେ ପିଆଇବି ପକ୍ଷରୁ ଏହି ଖବରକୁ ଫେକ୍ ବୋଲି କୁହାଯାଇଥିଲା । ହାଉସ୍ ରେଣ୍ଟ ଉପରେ ୧୮ ପ୍ରତିଶତ ଜିଏସଟି ସମ୍ପୂର୍ଣ୍ଣ ମିଥ୍ୟା ଖବର । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ କୌଣସି ସୂଚନା ସାମ୍ନାକୁ ଆସିନାହିଁ ।

ପିଆଇବି ପକ୍ଷରୁ ଟ୍ୱିଟ କରି କୁହାଯାଇଛି, ଯେତେବେଳେ କୌଣସି ଜିଏସଟି ପଞ୍ଜୀକୃତ କମ୍ପାନୀକୁ କାରବାର ପାଇଁ ଭଡ଼ାରେ ଦିଆଯାଏ, ସେତେବେଳେ ରେଜିଡେନ୍ସିଆଲ ୟୁନିଟର ଭଡ଼ା ଟ୍ୟାକ୍ସ ଯୋଗ୍ୟ ହୋଇଥାଏ । ବ୍ୟକ୍ତିଗତ ବ୍ୟବହାର ପାଇଁ ଯଦି କୌଣସି ବ୍ୟକ୍ତି ଏହାକୁ ଭଡ଼ାରେ ନିଅନ୍ତି, ତେବେ ଏହା ଉପରେ କୌଣସି ଜିଏସଟି ଲାଗିବ ନାହିଁ ।

ଅର୍ଥାତ ଯଦି କୌଣସି ବ୍ୟକ୍ତି ଆବାସିକ ସମ୍ପତିକୁ ନିଜର ବିଜିନେସ୍ ଉଦ୍ଦେଶ୍ୟରେ ଭଡ଼ାରେ ନିଅନ୍ତି, ତେବେ ତାଙ୍କୁ ଜିଏସଟି ଦେବାକୁ ପଡ଼ିବ । ଯଦି ଭଡ଼ା ସ୍ଥାନକୁ ଜଣେ ବ୍ୟକ୍ତିଗତ କାର୍ଯ୍ୟ ପାଇଁ ନିଅନ୍ତ, ତେବେ ଏ କ୍ଷେତ୍ରରେ ଜିଏସଟି ଲାଗିବ ନାହିଁ । ଏକ୍ସପର୍ଟଙ୍କ ମତରେ, ଜଣେ ସାଧାରଣ ବେତନଧାରୀ ବ୍ୟକ୍ତି ଆବାସିକ ଘରକୁ ଭଡ଼ାରେ ନେଲେ ଜିଏସଟି ଲାଗିବ ନାହିଁ । ମାତ୍ର ଜିଏସଟି ପଞ୍ଜୀକୃତ ବ୍ୟକ୍ତି ବା ସଂସ୍ଥା ବ୍ୟବସାୟ ପାଇଁ ଆବାସିକ ଘରକୁ ଭଡ଼ାରେ ନେଲେ ୧୮ ପ୍ରତିଶତ ଜିଏସଟି ଲାଗିବ ।

Get real time updates directly on you device, subscribe now.